ହେଡଲାଇନସ୍:

କାଳିଆର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ଓଡିଶା ଓ ଦେଶ ବାସୀଙ୍କୁ ଜଣାଇଲେ ନବବର୍ଷର ଅଭିନନ୍ଦନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଣେ ଭକ୍ତ ଭାବରେ ମୋର ଇଚ୍ଛା ରତ୍ନଭଣ୍ଡାର ଖୋଲାଯାଉ, କିନ୍ତୁ ସ୍ଥାନୀୟ ପ୍ରଶାସନର ନିଷ୍ପତି ଉପରେ ନିର୍ଭର 

 ୨୦୨୦ରେ ଓଡିଶା ଅଧିକ ସ୍ୱୟଂସମ୍ପନ୍ନ ହେଉ ଏବଂ ଓଡିଆ ଲୋକମାନଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆସୁ

 ମହୋଦଧି ମହାବୀର କ୍ଲବ ଠାରେ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଦ୍ୱାରା ନିର୍ମିତ ସର୍ବସାଧାରଣ ପାଠାଗାର ଲୋକାର୍ପିତ

ପୁରୀ(ଶାସକ ପ୍ରଶାସକ )- ଦୁଇଦିନିଆ ପୁରୀ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଂରାଜୀ ନବବର୍ଷର ଦିନକ  ପୂର୍ବରୁ ମଙ୍ଗଳବାର ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ନୂଆବର୍ଷରେ ଓଡିଶାବାସୀଙ୍କ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମଙ୍ଗଳ କାମନା କରିବା ସହ ୨୦୨୦ରେ ଓଡିଶାର ଉନ୍ନତି ଓ ଦେଶର ପ୍ରଗତି ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି । 

ଗଣମାଧ୍ୟମ ପ୍ରତିନିଧି  ଏ ସମ୍ପର୍କୀତ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମୟ ଅନୁସାରେ ପୁରୀର ରୂପ ବଦଳୁଛି । ଆଗାମୀ ଦିନରେ ସ୍ଥାନୀୟ ସମାଜ ତଥା ପୁରୀ ଅଂଚଳର ଧର୍ମାଚାର୍ଯ୍ୟଙ୍କ ସହଯୋଗରେ ଶ୍ରୀମନ୍ଦିରର ଆହୁରି ସୌନ୍ଦର୍ଯ୍ୟକରଣ କରାଯିବା ସମସ୍ତଙ୍କ ଦାୟିତ୍ୱ । ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସୁନ୍ଦରତର କରାଯାଇ ପୁରୀ,କୋଣାର୍କ, ଚିଲିକା, ସାକ୍ଷୀଗୋପାଳ, କାକଟପୁର ମାଁ ମଙ୍ଗଳା ଏବଂ ରଘୁରାଜପୁରର ପଟ୍ଟଚିତ୍ର ତଥା ଧାର୍ମିକ ଭାବନା ସହ ଜଡିତ ପର୍ଯ୍ୟଟନ କ୍ଷେତ୍ରକୁ ବଢାଇବା ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ସେ ପ୍ରକାଶ କରିଛନ୍ତି । 

ସେ କହିଛନ୍ତି ଯେ ୨୦୧୯ ବର୍ଷରେ ବିଶ୍ୱର ସମସ୍ତଙ୍କ ପ୍ରତି  ମହାପ୍ରୁଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଲା । ଅନୁରୂପ ଭାବେ ୨୦୨୦ ବର୍ଷ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ନିକଟରେ କାମନା କରିଛନ୍ତି । ୨୦୨୦ରେ ଓଡିଶା ଅଧିକ ସ୍ୱୟଂସମ୍ପନ୍ନ ହେଉ ଏବଂ ଓଡିଆ ଲୋକମାନଙ୍କ ଜୀବନରେ ସୁଖ ସ୍ୱାଚ୍ଛନ୍ଦ୍ୟ ଆସୁ । ବିନା ବିବାଦରେ ସବୁ କାମ ସୂଚାର ରୂପେ ସମ୍ପାଦିତ ହେଉ । ଜଣେ ଭକ୍ତ ଭାବରେ ରତ୍ନଭଣ୍ଡାର ଖୋଲାଯାଉ, କିନ୍ତୁ ତାହା ସ୍ଥାନୀୟ ପ୍ରଶାସନର ନିଷ୍ପତି ଉପରେ ନିର୍ଭର କରେ ବୋଲି ଅନ୍ୟ ଏକ ପୃଥକ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି । ୨୦୨୦ରେ ଓଡିଶାକୁ ଆହୁରି ବଡ କରିବାର ଆଶା ଓ ଆକଂକ୍ଷା ରହିଥିବା ସେ ପ୍ରକାଶ କରିଛନ୍ତି । 

ଉଲ୍ଲେଖନୀୟ ଯେ ଏହି ପୁରୀ ଗସ୍ତ ଅବସରରେ ଶ୍ରୀ ପ୍ରଧାନ ମହୋଦଧି ମହାବୀର କ୍ଲବ ଠାରେ ଇଣ୍ଡିଆନ୍ ଅଏଲ ଫାଉଣ୍ଡେସନ ଦ୍ୱାରା ଆନୁଷାଙ୍ଗିକ ସୁବିଧା ସମ୍ବଳିତ ସର୍ବସାଧାରଣ ପାଠାଗାରର ଲୋକାର୍ପଣ କରିଥିଲେ ।

0
0
0
s2sdefault