ହେଡଲାଇନସ୍:

"ଅନ୍ନପୂର୍ଣ୍ଣା " ରେସିଡ଼େନ୍ସରେ ଗରିବ ଅସହାୟ ପରିବାରକୁ ଶୀତବସ୍ତ୍ର ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ଠାରେ ଥିବା "ଅନ୍ନପୂର୍ଣ୍ଣା " ରେସିଡ଼େନ୍ସ ପରିସରରେ  ଅସହାୟ ବୃଦ୍ଧା ବୃଦ୍ଧି ମାନଙ୍କ ପାଇଁ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଆଜି ଏକ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  "ଅନ୍ନପୂର୍ଣ୍ଣା "ରେସିଡ଼େନ୍ସର ଅଧ୍ୟକ୍ଷା ଶ୍ରୀମତୀ  ସୁଷମା ଭୋଇ ଓ ସନ୍ତୋଷ କୁମାର ଭୋଇ ଙ୍କ ସହାୟତାରେ ସୁବର୍ଣ୍ଣପୁର ଜିଲ୍ଲା ର ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଦ୍ଵାରା ୨୦୦ ରୁ ଉର୍ଦ୍ଧ ବୃଦ୍ଧା ବୃଦ୍ଧି ଓ ଅସହାୟ ପରିବାରମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଦୀର୍ଘବର୍ଷ ହେବ ଏହି ଅନୁଷ୍ଠାନ ପ୍ରତେକ ଦିନ ସମସ୍ତ ଜନସାଧାରଣ ଙ୍କ ପାଇଁ ମାଗଣାରେ ମଧ୍ଯାହ୍ନ ଭୋଜନ ଯୋଗାଇ ଦେଇ ଆସୁଅଛି । ଯାହା ଫଳରେ ଅନେକ ଅସାହୟ ଲୋକ ଉପକୃତ ହେଉଛନ୍ତି । ଆଗାମୀ ଦିନରେ ଯେପରି ଅସାହୟ ଲୋକମାନେ ଓ ବୃଦ୍ଧା ବୃଦ୍ଧି  ଭୋକ ଉପାସରେ ନରହିବେ ସେଥି ପାଇଁ ପ୍ରତେକ ଗ୍ରାମପଞ୍ଚାୟତ ମାନଙ୍କରେ  ଏହି କେନ୍ଦ୍ର ଖୋଲାଯିବାର ଯୋଜନା ରଖିଥିବା "ଅନ୍ନପୂର୍ଣ୍ଣା "ଅଧ୍ୟକ୍ଷା ସୁଷମା ଭୋଇ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ନବକିଶୋର ଗୁଦିରିଆ, ଦିଲ୍ଲୀପ କୁମାର ପଧାନ, ବରିଷ୍ଠ ଆଇନଜୀବୀ ହୋତା ବାବୁ ଓ ବିଶ୍ଵାମିତ୍ର ଜଗଦଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

0
0
0
s2sdefault