ହେଡଲାଇନସ୍:

ଭିଏଚପି ନେତା ଶାନ୍ତନୁଙ୍କ ଦାବୀ : ପାକିସ୍ତାନ ଓ ବାଂଲାଦେଶର ସମସ୍ତ ହିନ୍ଦୁଙ୍କୁ ଭାରତକୁ ଅଣାଯାଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ - ନାଗରିକ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ସୃଷ୍ଟି ହୋଇଥିବା ବିରୋଧ ଓ ହିଂସା ଥମିନଥିମା ବେଳେ ଏହି ବିବାଦ ନିଆଁରେ ଘିଅ ଢାଳିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଭିଏଚପି ନେତା ଶ୍ରୀ କୁସୁମ ନାଗରିକ ସଂଶୋଧନ ଆଇନକୁ ଅତିଶୀଘ୍ର କାର୍ଯ୍ୟକାରୀ କରିବାକୁ ଦାବୀ କରିଥିବା ବେଳେ ପାକିସ୍ତାନ ଓ ବାଂଲାଦେଶରେ ରହିଯାଇଥିବା ସମସ୍ତ ହିନ୍ଦୁଙ୍କୁ ଭାରତକୁ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପାଖରେ ଦାବୀ ରଖିଛନ୍ତି | ଏହି ମର୍ମରେ ଭିଏଚପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଧର୍ମ ଆଧାରରେ ଦେଶର ବିଭାଜନ ହେଲାପରେ ମିଛ ପ୍ରତିଶୃତିର ଶିକାର ହୋଇ ପାକିସ୍ତାନ ଓ ବାଂଲାଦେଶରେ  ଯେଉଁ ହିନ୍ଦୁମାନେ ରହି ଯାଇଥିଲେ ସେମାନେ ପରବର୍ତ୍ତୀ ମୁହୂର୍ତ୍ତରେ ଧାର୍ମିକ ଆଧାରରେ ବହୁ ନିର୍ଯ୍ୟାତନାର ଶିକାର ହୋଇଛନ୍ତି | ଭୟଙ୍କର ନିର୍ଯାତନାର ଶିକାର ହେଲାପରେ ଅନେକ ହିନ୍ଦୁ କଲେବଳେ କୌଶଳେ ଭାରତକୁ ଚାଲିଆସି ଶରଣାର୍ଥୀ ହୋଇଥିବା ବେଳେ ଅନେକ ବର୍ତ୍ତମାନ ମଧ୍ୟ ପାକିସ୍ତାନ ଓ ବାଂଲାଦେଶରେ ଅଭିଶପ୍ତ ଜୀବନ ଅତିବାହିତ କରୁଛନ୍ତି | ତେଣୁ ଭାରତରେ ଶରଣ ନେଇଥିବା ହିନ୍ଦୁଙ୍କୁ ନାଗରିକତ୍ୱ ଦେବା ସଙ୍ଗେ ସଙ୍ଗେ ପାକିସ୍ତାନ ଓ ବାଂଲାଦେଶରେ ପ୍ରତେକ ଦିନ ମରିମରି ବଞ୍ଚୁଥିବା ହିନ୍ଦୁଙ୍କୁ ଭାରତକୁ ଫେରାଇ ଆଣିବା ପାଇଁ ଭିଏଚପି ନେତା ଶ୍ରୀ କୁସୁମ ଭାରତ ସରକାରଙ୍କ ପାଖରେ ଦାବୀ ରଖିଛନ୍ତି |

0
0
0
s2sdefault