ହେଡଲାଇନସ୍:

୨୬ତମ ରଘୁନାଥ କ୍ରିକେଟ ଟ୍ରଫିି :  ରଙ୍ଗଣୀପାଟଣାକୁ ସୁପର ଓଭରରେ ହରାଇ ଗୋଡିପଲ୍ଲି ବିଜୟୀ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ପ୍ରଥମ ସେମିଫାଇନାଲ ଭେଟିବେ  ରା ଆଉ ନୟାଗଡ଼ ୱାରିୟାର୍ସ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ସ୍ଥାନୀୟ ମିନି ଷ୍ଟାଡିୟମରେ  ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୨୦୧୯/୨୦ର ୪ର୍ଥ ଦିନର ରାଧାକାନ୍ତ କ୍ରିକେଟ ଆସୋସିଏସନ ରଙ୍ଗଣୀପାଟଣାକୁ ସୁପର ଓଭର ମାଧ୍ୟମରେ ହରାଇ ଇଗଲ କ୍ଳବ ଗୋଡିପଲ୍ଲୀ ବିଜୟୀ । ଟସ୍ ଜିତି ଇଗଲ କ୍ଳବ ଗୋଡିପଲ୍ଲୀ କରି ୧୮.୫ ଓଭରରେ ୯୫ରନ ସଂଗ୍ରହ କରିଥିଲା । ଦଳର ସୁର ୪୩ ବଲରେ ୨୯ରନ ସଂଗ୍ରହ କରିଥିବା ବେଳେ ରାଧାକାନ୍ତ କ୍ରିକେଟ ଆସୋସିଏସନ ରଙ୍ଗଣୀପାଟଣାର ତିଲକ୍ ୯ରନ ଦେଇ ୩ ଉଇକେଟ ନେଇଥିଲେ । ୨ୟ ଇନିଙ୍ଗସ୍ ରେ ରାଧାକାନ୍ତ କ୍ରିକେଟ ଆସୋସିଏସନ ରଙ୍ଗଣୀପାଟଣା ୧୯.୧ ଓଭର ଖେଳି ୯୫ରନ୍ ସଂଗ୍ରହ କରିବାରୁ ଉଭୟଦଳ ସମାନ ସ୍ଥିତିରେ ପହଞ୍ଚି ଯାଇଥିଲେ । ଫଳରେ ସୁପର ଓଭର ମାଧ୍ୟମରେ ଇଗଲ କ୍ଳବ ଗୋଡିପଲ୍ଲୀ ବିଜୟ ହାସଲ କରିଥିଲା । ୪ର୍ଥ ଦିନ ମ୍ୟାଚରେ ଆଜୀବନ ସଦସ୍ୟ ଓ ବରିଷ୍ଠ  ଖେଳାଳି ରିଜୁନ୍ ଖାଁ, କୁମାର ଦେବଦତ, ଇଂ ବସନ୍ତ କୁମାର  ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ଖେଳାଳିମାନଙ୍କ ସହିତ କରମର୍ଦନ କରି ଉତ୍ସାହିତ କରିଥିଲେ । ଅରୁଣ ପଟ୍ଟନାୟକ, ଡେଭିଡ୍ ପ୍ରତିହାରୀ, ପ୍ରମୋଦ ପ୍ରଧାନ, ରୋହନ ମହାରଣା, କିସନଦେବ ମହାରଣା ଆଜିର ମ୍ୟାଚ୍ କୁ ପରିଚାଳନା କରିଥିବା ବେଳେ ରଘୁନାଥ କ୍ରିକେଟ ଆସୋସିଏସନର ପ୍ରତିଷ୍ଠାତା  ସମ୍ପାଦକ ଦିବାକର ନାୟକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଗୁରୁବାରର  ପ୍ରଥମ ସେମିଫାଇନାଲ ମ୍ୟାଚରେ ରଘୁନାଥ ଆଥଲେଟିକ୍ ଆସୋସିଏସନର ରାଏ ସହିତ ନୟାଗଡ଼ ୱାରିୟାର୍ସ  ମଧ୍ୟରେ ଅନୁଷ୍ଠିତ  ହେବ ।  

 

0
0
0
s2sdefault