ହେଡଲାଇନସ୍:

ଆନ୍ତର୍ଜାତିକ ତାଏକୋଣ୍ଡୋରେ ସମୀକ୍ଷାଙ୍କ କୃତିତ୍ୱ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଢେଙ୍କାନାଳ (ଶାସକ ପ୍ରଶାସକ): ଢେଙ୍କାନାଳ (ଶାସକ ପ୍ରଶାସକ): ଡିସେମ୍ବର ୨୩ ରୁ ୨୪ ତାରିଖ ଯାଏ କୋଲକାତା ଇଡେନ ଗାର୍ଡେନ ଖୁଦିରାମ ଅନୁଶୀଳନ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ଆନ୍ତର୍ଜାତିକ ଓପନ ତାଏକୋଣ୍ଡୋ ପ୍ରତିଯୋଗିତା | ଏହି ପ୍ରତିଯୋଗିତାରେ ଢେଙ୍କାନାଳର କୁନି ଝିଅ ସମୀକ୍ଷା ନନ୍ଦଙ୍କୁ ମିଳିଛି ଦୁଇ ଦୁଇଟି ପଦକ !

ଇନଫାଣ୍ଟ  ଫିମେଲ୍ ଗ୍ରୁପରେ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି ସମୀକ୍ଷା । ଢେଙ୍କାନାଳ ସରସ୍ୱତୀ  ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୀକ୍ଷା ଗଁଦିଆ ବ୍ଲକ ନାଗେନା ବିଶ୍ୱନାଥପୁର ଗ୍ରାମର ବାସିନ୍ଦା ଶ୍ରୀ ସମ୍ବିତ ନନ୍ଦ ଓ ମଧୁସ୍ମିତା ନନ୍ଦଙ୍କର ସୁପୁତ୍ରୀ ତଥା ପୂର୍ବତନ ବିଧାୟକ ନବିନ ନନ୍ଦଙ୍କ ପୌତ୍ରୀ ଅଟନ୍ତି । ଏହା ପୂର୍ବରୁ ସମୀକ୍ଷା ଜାତୀୟ ସ୍ତର ତାଏକୋଣ୍ଡୋ ପ୍ରତିହଗୀତାରେ ସ୍ଵର୍ଣ୍ଣ ପଦକ ଜିତି ସାରିଛନ୍ତି । ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମିଳିଥିବା ଏବି ସଫଳତାର ଶ୍ରେୟ ନିଜ ଅନୁଷ୍ଠାନ ଟ୍ରାଡିସନାଲ ତାଏକୋଣ୍ଡୋ ଡୋଜାଙ୍ଗ ଢେଙ୍କାନାଳର କୋଚ ସୌମ୍ୟକାନ୍ତ ବେଉରା, ସୋମନାଥ ସାହୁ ଓ ବିକାଶ ରଞ୍ଜନ ସାହୁଙ୍କୁ ଦେଇଛନ୍ତି ସମୀକ୍ଷା ।

0
0
0
s2sdefault