ହେଡଲାଇନସ୍:

ଶୌଚ ପାଇଁ ଯାଉଥିଲେ : ହାତୀ ଟେକିନେଇ କଚାଡିଦେଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 (ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତ ଅଧିନସ୍ଥ ଥାଟିମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଗ୍ରାମର ଧନେଶ୍ୱର ପ୍ରଧାନ(୪୩) ଗୁରୁତର ହୋଇଛନ୍ତି I ଗ୍ରାମବାସୀଙ୍କ ସୂଚନା ମୁତାବକ ପ୍ରଧାନ ଶୌଚ ପାଇଁ ଯାଉଥିବା ସମୟରେ ହାତୀହାବୁଡରେ ପଡିଯାଇଥିଲେ ଫଳରେ ହାତୀଟି ଷଣ୍ଢରେ ଟେକି କଚାଡି ଦେଇଥିଲା ଫଳରେ ପ୍ରଧାନ ଅଳ୍ପକେ ବର୍ତିଯାଇଛନ୍ତି I ଘଟଣାଟିର ଖବର ପାଇବା ପରେ କିଆକଟା ଫୋରେଷ୍ଟର ଲିଙ୍ଗରାଜ ବେହେରା  ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତିକରାଯାଇଛି | 

 

0
0
0
s2sdefault