ହେଡଲାଇନସ୍:

ଓଡିଶା ମୁଇଥାଇ( ବକ୍ସିଂଗ) ଚମ୍ପିୟାନସିପ ପ୍ରତିଯୋଗୀତା: ଗାଇସିଲେଟ ବ୍ଲକକୁ  ୭ ପଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲେଟ/କେଦାର ନାଥ ସାହୁ: ବୌଦ୍ଧର ସ୍ଥାନୀୟ ଭିକାରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଦ୍ବି - ଦିବସୀୟ  ଓଡିଶା ମୁଇଥାଇ( ବକ୍ସିଂଗ) ଚମ୍ପିୟାନସିପ ପ୍ରତିଯୋଗୀତାରେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକକୁ ମିଳିଛି ୭ଗୋଟି ପଦକ।

ଉକ୍ତ ପ୍ରତିଯୋଗୀତାରେ ଓଡିଶାର ୧୭ଟି ଜିଲ୍ଲାରୁ ପ୍ରାୟ ୧୭୦ ଜଣ  ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେଥିମଧ୍ୟରୁ ଗାଇସିଲେଟ ବ୍ଲକରୁ ୧୧ଜଣ ପ୍ରତିଯୋଗୀ ଅଶଂଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୂଖ୍ୟ ଅତିଥି ଏସ୍ ପି ଭି .ରଘୁନାଥ ରାଓ ସମ୍ମାନୀତ ଅତିଥି, ଓଡିଶା ମୁଇଥାଇ ସଂଘର ସଂପାଦକ ଜ୍ଞାନରଞ୍ଜନ  ମହାନ୍ତି,ବୌଦ୍ଧ ଡିଷ୍ଟେଲେରି ମୂଖ୍ୟ ପରିଚାଳକ ସଂଜୟ ରଥ, ଡିଜେଏମ ପଲକ ବିହାରୀ କରଡା,ଜନ୍ମେଜୟ ନାୟକ,ଓଡିଶା ମୁଇଥାଇ ସଂଘର ଉପସଭାପତି ନବ କିଶୋର ପାଣିଗ୍ରାହୀ ଓ ଜୟଦେବ ଭୋଇ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଗାଇସିଲେଟ ବ୍ଲକରୁ ମାଷ୍ଟର ତଥା ମୁଇଥାଇ ବକ୍ସିଂ  କୋଚ ସୁମନ୍ତ ପ୍ରଧାନଙ୍କ ଦଳ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ମୋଟ ୭ଗୋଟି ପଦକ ପାଇ ବରଗଡ଼ ତଥା ଗାଇସିଲେଟ ବ୍ଲକକୁ ଗୌରବାନ୍ବିତ କରିଛନ୍ତି। ନୂପୁର ସୁନା,ବର୍ଷାରାଣୀ  ପ୍ରଧାନ ସ୍ବର୍ଣ୍ଣ ପଦକ ପାଇ ଥିବାବେଳେ ବିନୟୀକା ସୁନା ରୌପ୍ୟ  ପଦକ ଏବଂ ଜଗତ ମାଝି,ମନୋଜ କୁମାର ବାଗ,ମୁକୁନ୍ଦ ସାହୁ,ନାରାୟଣ ସାହୁ କାଂସ୍ୟ  ପଦକ ପାଇଛନ୍ତି।  ମାଷ୍ଟର ସୁମନ୍ତ ସାହୁଙ୍କ କହିବା ଅନୁଯାୟୀ  ତାଙ୍କ ଦୀର୍ଘ ଦିନ ପରିଶ୍ରମରେ ପ୍ରତିଯୋଗୀ ମାନେ ପାଇଥିବା ଉକ୍ତ ପଦକ ଗୁଡିକ ଜାତୀୟ ସ୍ତରରେ ଯିବାକୁ ପ୍ରେରଣା ଦଉଛି ତଥା ଆଗାମୀ ଦିନରେ ନିଜ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ସ୍ତରର ଏହି ପ୍ରତିଯୋଗୀତାରେ ସୁନିଶ୍ଚିତ ବରଗଡ ତଥା ଗାଇସିଲେଟ ବ୍ଳକପାଇଁ ନିଶ୍ଚିତ ସୁନାମ ଆଣିଦେବ ବୋଲି କହିଛନ୍ତି ।

0
0
0
s2sdefault