ହେଡଲାଇନସ୍:

ପ୍ରେମାନନ୍ଦ ସିଂ ବରିହା ସ୍ମାରକୀ କ୍ରିକେଟ ଉଦଯାପିତ ; ବରିହାପାଲି ଚମ୍ପିୟାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ନୀଲାମ୍ବର ଦୀପ):ନେହରୁ ସ୍ଫୋର୍ଟିଙ୍ଗ ଆନୁକୂଲ୍ୟରେ ସ୍ଥାନୀୟ ରାଜବୋରାସମ୍ବର ହାଇସ୍କୁଲ ଖେଳ ପଡିଆ ଠାରେ ଚାଲିଥିବା ସପ୍ତମ ୰ପ୍ରେମାନନ୍ଦ ସିଂ ବରିହା ରାତ୍ରୀ କାଲୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସଂର୍ଘଷ ପୁର୍ଣ୍ଣ ଫାଇନାଲ  ମ୍ୟାଚ ବରିହାପାଲି ଏବଂ ସତୀଭଟା ମଧ୍ୟରେ ଅନୁଷ୍ଠିତ ହୋଇଥିଲା।  ପ୍ରଥମେ ଟସ୍ ଜିତି ସତୀଭଟା ଦଳ ବ୍ୟାଟିଙ୍ଗ କରିବା ପାଇଁ ନିସ୍ପତି ନେଇଥିଲେ ଓ ସମୁଦାୟ ୦୬ ଓଭର ରେ ୭୨ ରନ୍ କରିଥିଲେ । ବରିହାପାଲି ଦଳ ୫.୧ ଓଭରରେ ୭୩ ରନ୍ ସଂଗ୍ରହ କରି ଚମ୍ପିୟାନ ହୋଇଥିଲେ । ଉଦଯାପନୀ ଉତ୍ସବରେ ମାନ୍ୟବର ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ  ଏବଂ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ନରେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପ ବିଜେତା ସତୀଭଟା ଦଳକୁ ୧୦,୦୦୦ ପୁରସ୍କାର ରାଶି ସହ ଟ୍ରଫି ଏବଂ ବିଜୟୀ ବରିହାପାଲି ଦଳକୁ ୧୮,୦୦୦ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ମେଚ୍ ଗୁଡିକୁ ବରୁଣ ସାହୁ ଓ ସୁଜିତ ବହିଦାର ପରିଚାଳନା କରିଥିଲେ। ଗଙ୍ଗାଧର ମହାପାତ୍ର ସ୍କୋରର୍ ଦାୟିତ୍ୱ ତୁଳାଇଥିବା ବେଳେ ବଳଦେବ ବନଛୋର ଧାରାବିବରଣୀ ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟ କୁ ନେହରୁ ସ୍ପୋର୍ଟିଙ୍ଗର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault