ହେଡଲାଇନସ୍:

ଅନ୍ତଃଜାତୀୟ ଉଷୁ ପ୍ରତିଯୋଗିତାରେ ଓଡ଼ିଶାର ମଞ୍ଜୁ ମୁଣ୍ଡାଙ୍କୁ ସ୍ବର୍ଣ୍ଣ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଜେଏସପିଏଲ ଫାଉଣ୍ଡେସନ ପ୍ରୋତ୍ସାହନରେ ମଞ୍ଜୁଙ୍କ "ସୁନା" ସ୍ବପ୍ନ ହେଲା ସାକାର 

ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ସିଆଳିଯୋଡ଼ା ଗ୍ରାମର ସୁଶ୍ରୀ ମଞ୍ଜୁ ମୁଣ୍ଡା, ରୁଷିଆର ମସ୍କୋ ଠାରେ ଚାଲିଥିବା ମସ୍କୋ ଉଷୁ ଷ୍ଟାର 2019 ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରି ଓଡିଶା ତଥା ଭାରତ ପାଇଁ ଗୌରଵ ଆଣିଛନ୍ତି I  42-କେଜି ବର୍ଗ ର ଫାଇନାଲରେ ସେ ତାଙ୍କର ରୁଷ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଏହି ପଦକ ଲାଭ କରିଛନ୍ତି I ଫାଇନାଲ ରେ ପହଂଚିବା ପାଇଁ ତାଙ୍କୁ କ୍ବାର୍ଟର  ଏବଂ ସେମି ଫାଇନାଲରେ ଇଜିପଟ ଏବଂ କାଜାକସ୍ତାନର ପ୍ରତିଦ୍ବନ୍ଦୀଙ୍କର କଡା ମୁକାବିଲା କରିବାକୁ ପଡିଥିଲା I   

ଚଳିତ ମାସ 22 ରୁ 27 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା  ଏହି ଅନ୍ତଃଜାତୀୟ ପ୍ରତିଯୋଗିତାରେ 24 ଜଣ ଖେଳାଳୀ ଭାରତରୁ ପ୍ରତିନିଧିତ୍ବ କରିଥିଲେ ଯେଉଁଥିରେ ମଞ୍ଜୁ ଏକମାତ୍ର ଓଡ଼ିଆ ଖେଳାଳୀ ଥିଲେ I ଶ୍ରୀ ପଙ୍କଜ ମହାନ୍ତଙ୍କ ସହ ଅନ୍ୟ ତିନି ଜଣ କୋଚ ଭାବେ ଦଳ ସହ ରୁଷ ଯାତ୍ରା କରିଥିଲେ ଇ ଯୋଡ଼ା ମହିଳା ମହାବିଦ୍ୟାଳୟରେ ଅଧ୍ୟୟନରତ ସୁଶ୍ରୀ ମୁଣ୍ଡା ଏଯାବତ ସର୍ବମୋଟ 20 ଗୋଟି ପଦକ ହାସଲ କରିଛନ୍ତି ଯେଉଁଥିରେ 12 ଗୋଟି ସ୍ବର୍ଣ୍ଣ ପଦକ ଏବଂ ପାଞ୍ଚ ଗୋଟି ଜାତୀୟ ସ୍ତରର ପଦକ ରହିଛି I 2017 ରେ ସେ ଉତ୍ତରାଖଣ୍ଡ ରେ ଅନୁଷ୍ଠିତ ହୋଇଥିବା ଜାତୀୟ ଉଷୁ ପ୍ରତିଯୋଗିତାରେ କାଂସ୍ୟ ପଦକ ଲାଭ କରିଥିଲେ I ବଡ଼ବିଲ ଅଂଚଳରେ ଗ୍ରାମ୍ୟ କ୍ରୀଡାକୁ ପ୍ରୋତ୍ସାହନ କରିବା ପାଇଁ ଦୀର୍ଘଦିନ ଧରି କାମ କରିଆସୁଥିବା ଜେଏସପିଏଲ ଫାଉଣ୍ଡେସନ ମଞ୍ଜୁଙ୍କର ଉଷୁ ପ୍ରତି ରୁଚି ଏବଂ ପ୍ରତିଭା ପ୍ରଥମେ ଚିହ୍ନି  ପାରିଥିଲା I ଏଥିପାଇଁ ଫାଉଣ୍ଡେସନ ତାଙ୍କୁ 2011 ମସିହା ଠାରୁ ପ୍ରଶିକ୍ଷଣ ଏବଂ ସୁଷମ ଖାଦ୍ୟ ଯୋଗାଇ ଦେବା ସହ ରାଜ୍ୟ ତଥା ଦେଶ ର ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ସହଯୋଗ କରିଥିଲା I  ସେହିଦିନଠାରୁ ସେ ଫାଉଣ୍ଡେସନ ଦ୍ୱାରା ସମର କଳା ପ୍ରଶିକ୍ଷଣ ପାଇଁ ନିୟୋଜିତ ଏସିଆନ ଇଣ୍ଡୋର କିକବକ୍ସିଂ ମେଡ଼ାଲିଷ୍ଟ ଶ୍ରୀ ପଙ୍କଜ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ସିଆଳିଯୋଡ଼ା ପ୍ରାଥମିକ ବିଦ୍ୟାଳୟରେ ପ୍ରଶିକ୍ଷଣ ନେଇ ଆସୁଥିଲେ I ଓଡିଶା ଉଷୁ ସଂଘ ସଭାପତି ଶ୍ରୀ ଏସ ଏସ ହରିଚନ୍ଦନ ଏବଂ ଭାରତୀୟ ଉଷୁ ସଂଘ ମଞ୍ଜୁଙ୍କୁ ତାଙ୍କର କୃତିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି I

ମଞ୍ଜୁଙ୍କର ଏହି ପ୍ରଥମ ଅନ୍ତଃଜାତୀୟ ପଦକ ପାଇଁ ଅଭିନନ୍ଦନ ଜଣାଇ ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷ୍ୟା ଶ୍ରୀମତୀ ଶାଲୁ ଜିନ୍ଦଲ କହିଲେ, "ସମର କଳା ରେ ବଡ଼ବିଲ ଅଂଚଳ ରୁ ବହୁ ପ୍ରତିଭା ଏବେ ଜାତୀୟ ତଥା ଅନ୍ତଃଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଉଛନ୍ତି I ଜେଏସପିଏଲ ଫାଉଣ୍ଡେସନ ଏହି ଲୁକ୍କାୟିତ ପ୍ରତିଭା ଗୁଡିକୁ ସମସ୍ତ ପ୍ରକାର ସାହାଯ୍ୟ କରି ଜାତୀୟ ଏବଂ ଅନ୍ତଃଜାତୀୟ ସ୍ତରରେ ପହଂଚାଇବା ପାଇଁ ପ୍ରତିଶୃତିବଦ୍ଧ I  ମୋର ଦୃଢ ବିଶ୍ୱାସ ମଞ୍ଜୁ ଭବିଷ୍ୟତରେ ନିଶ୍ଚୟ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିବେ I"          

ନିକଟରେ ଫାଉଣ୍ଡେସନ ତରଫରୁ ସମର କଳା ପ୍ରଶିକ୍ଷଣ ପାଇଁ ସିଆଳିଯୋଡ଼ା ଗ୍ରାମରେ ଅତ୍ୟାଧୁନିକ କ୍ରୀଡା ଉପକରଣ ଥିବା ଏକ କ୍ରୀଡା ଗୃହ ନିର୍ମାଣ କରାଯାଇଛି I ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ଏହି ସିଆଳିଯୋଡ଼ା ଗ୍ରାମର ଶ୍ରୀ ବବଲୁ ମୁଣ୍ଡା ବ୍ରାଜିଲ ରେ ଅନୁଷ୍ଠିତ ଅନ୍ତଃଜାତୀୟ ଉଷୁ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ I  

 

0
0
0
s2sdefault