ହେଡଲାଇନସ୍:

କେ.ସି.ସି. ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ: ଚଣ୍ଡିପାଲି ଫାଇନାଲରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ କ୍ରିଷ୍ଣା କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ଯୋଗ୍ୟତା ପର୍ଯ୍ୟାୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଶନିବାର ଅନୁଷ୍ଠିତ ଏହି ପ୍ରତିଯଗିତାରେ ୮ ଟି ଦଳ ଅଂଶଗ୍ରହଣ କରିଥିଲେ। ସେମିଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡିପାଲି ଦଳ ନିର୍ଦ୍ଧାରିତ ୬ ଓଭରରେ ୯୮ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ବରିକେଲ ଦଳ ୬ ଓଭର ରେ ମାତ୍ର ୫୧ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଆଜି ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସୁରେନ୍ଦ୍ର ରଣା ମୁଖ୍ୟ ଅତିଥି ଓ ମୀନକେତନ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ଆଜିର ମ୍ୟାଚକୁ ଅମ୍ପାୟାର ନିରନ ଓ ତୀର୍ଥ ପରିଚାଳନା କରିଥିଲେ । ସ୍ବରାଜ ସ୍କୋରିଂ ଏବଂ ଅନୀଲ ଓ ପ୍ରଶାନ୍ତ ଧାରାବିବରଣୀ ଦେଇଥିଲେ। ଆସନ୍ତା କାଲି ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

0
0
0
s2sdefault