ହେଡଲାଇନସ୍:

ବିଜେପୁର ଲାଗୁଛି ଏବେ ରାମୋଜୀ ଫିଲ୍ମ ସିଟି ଭଳି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ  ମାରାଥନ ପ୍ରଚାର , ରାଜନୈତିକ ସୁଆଙ୍ଗରେ ସାମିଲ ସିନେମା ଷ୍ଟାର 

 

 ବିଜେଡି ୟଙ୍ଗ ବ୍ରିଗେଡ ଧରିଛନ୍ତି ବାଗଡୋର, ଅପେକ୍ଷା ଅଛି-ପ୍ରଚାର ମୁଣ୍ଡି ମାରିବେ ବିଜୁ କୁମାର 

 

ମା’ଙ୍କ ଚିତାଗ୍ନି ଜଳିବା ପରେ  ପ୍ରସାଦ ଗଲେ ବିଜେପୁର, ଭାରୀ ପଡୁଛି ପ୍ରଣୟଙ୍କ ନିଆରା ପ୍ରଚାର

 

 16-02-18-bjpur.jpg - 476.65 kB

ବିଜେପୁର ଏବେ ରାମୋଜୀ ଫିଲ୍ମ ସିଟି ଭଳି ଲାଗୁଛି | ମାଳ ମାଳ ଷ୍ଟାର, ଅକାଳେ ସକାଳେ ନଥିଲେ, ହେଲେ ଏବେ ଅବେଳିଆ ସେମାନଙ୍କ ବିଜେପୁର ପ୍ରେମ ଉଛୁଳି ପଡିଛି | ଯୋଉ ପଂଚାୟତ ଯା, ଜଣେ କିଏ ଷ୍ଟାର ବୁଲୁଥିବେ,  ଲାଗୁଛି ସତେ ଯେମିତି କୌଣସି ପଲିଟିକାଲ ଫିଲ୍ମ ସୁଟିଂ ଚାଲିଛି | ଦମଦାର ଡାଇଲଗ  ଖାଲି ଶୁଣିବାକୁ ମିଳୁଛି ଅବେଳିଆ ବିଜେପୁରରେ | କୋଉଠି କମେଡି ତା କୋଉଠି ସିରିଆସ ଡାଏଲଗ |  ବିଜେପିର ମହାଶ୍ୱେତାକୁ ବିଜେଡିର ପ୍ରଶାନ୍ତ ନନ୍ଦ, ବିଜେପିର ଅନୁ ଚୌଧୁରୀଙ୍କୁ ବିଜେଡିର ଅନୁଭବ, ବିଜେପିର ହରି କୁ ବିଜେଡିର ପପୁ, ବିଜେପିର ମିହିର ଦାସକୁ ବିଜେଡିର ସିଦ୍ଧାନ୍ତ ମହାପାତ୍ର, ବିଜେପିର ପିଙ୍କି କୁ ବିଜେଡିର ଏଲିନା, ବିଜେପିର ଅଜିତ ଦାସକୁ ବିଜେପିର ଆକାଶ ପୁରା ଛକା ଛକି ହୋଇ ପ୍ରଚାର କରୁଛନ୍ତି | ଅବଶ୍ୟ ଏମାନଙ୍କ ପ୍ରଚାର ଭୋଟ  କରିବ  କି ନାହିଁ  ଜଣା ନାହିଁ, କିଂନ୍ତୁ ବିଜେପୁର ବାସୀଙ୍କ ଦୁର୍ଲଭ ମନୋରଞ୍ଜନ ! ଆସନ୍ତା ୨୦୧୯ ନିର୍ବାଚନରେ କୌଣସି ଦଳ ସିନେମା ସିରିଏଲରେ ବାହାରୁଥିବା କୁକୁର କି ଜୋକର ପଠାଇବେ କି ନାହିଁ, ଏ ଦୁର୍ଲଭ ମଉକା ବା ହାତଛଡା କରୁଛି କିଏ ! ଖାଲି ସମୟରେ କଳାକାଚ ଦିଅ ଏସି ଗାଡ଼ିରେ ସାର ଆଉ ଏ ମାଡାମ ମାନଙ୍କ ମୁହଁ ଦେଖିବାକୁ ମିଳିବନି | କଲେଜ ଫଙ୍କସନ ପାଇଁ ଗେଷ୍ଟ କରିବାକୁ ଗଲେ ଚଢା ଟଙ୍କା ନହେଲେ ଯୋଉ ଷ୍ଟାର ମାନେ ହଲିବେନି, ସେମାନେ ଆଜି ଉପରେ ପଡି ବିଜେପୁରବାସୀଙ୍କ ପାଇଁ ଦରଦ ବୁହାଉଛନ୍ତି ! ତେଣୁ ବିଜେପୁର ବସି ଜାଣିଛନ୍ତି ଏଇ ଷ୍ଟାର ମାନେ ମଧ୍ୟ ଭଡାରେ ଆଉ ବିଭିନ୍ନ ପାରଟି ଦ୍ୱାରା ପ୍ରାୟୋଜିତ | ଭୋଟ ସାରିଲେ ଆଉ ଚେହେରା ଦେଖିବାକୁ ମିଳିବନି ! ତେଣୁ ପାଖକୁ ଆସିଛନ୍ତି  ଯେତେବେଳେ, ମନୋରଞ୍ଜନର ମାଂଗନା ସୁଯୋଗ ହାତ ଛଡା କରିବେ ବା କାହିଁକି ? ଆଗକୁ ଆହୁରି ଅପରାଜିତା ମହାନ୍ତି ଦିନେ ଓଳିଏ ଆସିବାର ଅଛି  | ତେଣୁ ଡାଇଲଗ ଶୁଣି ସେଲ୍ଫି ଆଉ ଫଟ ଉଠାଇ ଏ ମଉକାରେ ଫାଇଦା ଉଠାଇବାରେ ଅସୁବିଧା କିଛି ନାହିଁ  ! ଅନ୍ୟପକ୍ଷରେ କଂଗ୍ରେସ ର ଷ୍ଟାର ମରୁଡି, ତେଣୁ ପିସିସି ସଭାପତି ନିଜେ ଷ୍ଟାର ସାଜିଛନ୍ତି | ଶଗଡ଼ ଗାଡ଼ିରେ ବସି  ଜଗା ହାତରେ ପଘା ସିନେମାର  ବିଜୟ ମହାନ୍ତି ସାଜି ଦଳ ପାଇଁ ଅଭିନବ ଢଙ୍ଗରେ ପ୍ରଚାର ଚଳାଇଛନ୍ତି | ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ  ନିଜେ ଏଠି ଷ୍ଟାର | ସେ ନିଆରା ଢଙ୍ଗରେ ଚଳାଇଛନ୍ତି ତାଙ୍କର ପ୍ରଚାର  | 

ହେଲେ ମୈଦାନରେ ଏପର୍ଯ୍ୟନ୍ତ ସୁପର ଷ୍ଟାରଙ୍କ ଆବିର୍ଭାବ ହୋଇନି ! ଆଉ ସେ କୁଆଡେ ଆସି ମୁଣ୍ଡି ମାରିବେ ବୋଲି କୁହାଯାଉଛି !  ସେଠି ପାଇଁ ତା ୧୯/୨୧ ଥିଲା, ତାକୁ ୨୦/୨୧  କଲେ | ସେ କୁଆଡେ ପହଁଚିଲେ ବାରଶହ ବଢ଼େଇ ଯୋଉ କୋଣାର୍କର ମୁଣ୍ଡି ମାରିପାରିନଥିବେ, ସେ ସେଇ କୋଣାର୍କର ମୁଣ୍ଡି ମାରି ଆସିବେ |  ଆଉ ସେ  ସୁପର ଷ୍ଟାର ହେଉଛନ୍ତି ବିଜେଡି ସଭାପତି ନବୀନ ପଟନାୟକ | ୨୨ରେ ଯେହେତୁ ପ୍ରଚାର ଶେଷ, ତେଣୁ ୨୦/୨୧ ମୈଦାନ ଯମେଇଦେଇ ଆସିଲେ ଆଉ ଅନ୍ୟମାନଙ୍କ ପାଖରେ କାଉଣ୍ଟର କରିବାକୁ ସମୟ ନଥିବ | ଶେଷ ଦୁଇଦିନ ନବୀନ ବାବୁଙ୍କ ପ୍ରଚାର କୁଆଡେ ଏଇ ଷ୍ଟାର ୱାରକୁ ଧୂଆଁ କରିଦେବା ବୋଲି ବିଜେଡି ନେତାଙ୍କ ଆଶା |  ହେଲେ ବିଜେପି ବି ଶେଷ ଦୁଇଦିନ ଅପରାଜିତାଙ୍କୁ ପ୍ରଚାରରେ ନିୟୋଜିତ କରିବାକୁ ଯୋଜନା କରିଛି |  

ବିଜେପୁର/ gauranga dash/ padmabag jadab - : ବିଜେପୁର  ବିଧାନସଭା ନିର୍ବାଚନ ମଣ୍ଡଳୀ : ଦସମାସିଆ ବିଧାୟକ ପଦ ପାଇଁ ଏବେ ସେଠି ଚାଲିଛି ପ୍ରତିଶ୍ରୁତି ଆଉ ଅର୍ଥବଳର ପ୍ରତିଯୋଗିତା | ସେଠି ଭୋଟ ଏମିତି ହେଉଛି ଯେ ଲାଗୁଛି ଯେମିତି ସେଠାରୁ ହାରିଲେ ସତେ ଯେମିତି ନବୀନଙ୍କ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବ, ଧର୍ମେନ୍ଦ୍ର କେନ୍ଦ୍ର ସରକାରରୁ ବିଦା ହୋଇଯିବେ ଅବା ପିସିସି ସଭାପତି ପ୍ରସାଦ ହରିଚନ୍ଦଙ୍କ ଚେୟାର ଚାଲିଯିବ ! ବିଜେଡି ତାହାର କଳ କୌଶଳ ପ୍ରୟୋଗ କରି  ଯୁବ ବ୍ରିଗେଡକୁ ଲଗାଇଦେଇଛି ବିଜେପୁର ହାତେଇବା ପାଇଁ ! ବିଜେପି ମଧ୍ୟ କୌଣସି କୌଶଳ ହାତଛଡା  କରୁନି ଆସନଟିକୁ ହାତେଇବା ପାଇଁ |କେନ୍ଦ୍ର ତେଲ ମନ୍ତ୍ରୀ  ଧର୍ମେନ୍ଦ୍ର ଚଳାଇଛନ୍ତି ଘନଘନ ସଭା | ସେପଟେ କଂଗ୍ରେସ ବ୍ୟୟବହୁଳ ପ୍ରଚାରରେ ଟିକେ ପଛରେ ପଡିଯାଉଥିଲେ ମଧ୍ୟ ପ୍ରାର୍ଥୀ ପ୍ରଣୟ ସାହୁ ଓ ପିସିସି ସଭାପତି ଶ୍ରୀ ହରିଚନ୍ଦନ ପାଦରେ ଚାଲି ଚାଲି ପଥପ୍ରାନ୍ତ ସଭା କରି ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି | ବିଜେଡି ବିଜେପିର ବ୍ୟୟ ବହୁଳ ପ୍ରଚାର ଆଗରେ ପଛରେ ପଡି ଯାଇଥିବା ପ୍ରଣୟ କିନ୍ତୁ ନିଜ ନିଆରା ପ୍ରଚାର ଢଙ୍ଗରେ ଲୋକଙ୍କ ହୃଦୟ ଜିତିବାରେ ସକ୍ଷମ ହେଉଥିବା ଦେଖିବା ମିଳିଛି | ତାଙ୍କପାଇଁ ପିସିସି ସଭାପତି ପ୍ରଚାର କରୁଥିବା ବେଳେ ତାଙ୍କ ମୁଣ୍ଡରେ ଚଡକ ପଡିଛି ବା ଏକ ଦାରୁଣ ଆଘାତ ପହଂଚିଛି | ଯାହାକି ହେଉଛି ତାଙ୍କ ମାତାଙ୍କ ଦେହାନ୍ତ ! ଦେହାନ୍ତ ଖବର ପାଇଁ ଫେରିଯାଇଥିଲେ ଭୁବନେଶ୍ୱର ! ଆଶା କରାଯାଉଥିଲା ଆଉ ସେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇ ପାରିବେନି | ହେଲେ ପୁଣି ସେ ଫେରି ଆସିଛନ୍ତି ବିଜେପୁର |   କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେବା ପରଠାରୁ ପ୍ରତି ମୂହୂର୍ତ୍ତରେ ଅଗ୍ନି ପରୀକ୍ଷା ଦେଇ ତାକୁ ଅତିକ୍ରମ କରିଆସୁଥିବା ପ୍ରସାଦ ହରିଚନ୍ଦନଙ୍କ ପାଇଁ ବିଜେପୁର ଊପନିର୍ବାଚନ ପତିଆରା ବା ସମ୍ମାନର ପ୍ରଶ୍ନ ପାଲଟିଥିବା ବେଳେ ଏବେ ତାଙ୍କ ପାଇଁ ଦୋହରା ଅଗ୍ନି ପରୀକ୍ଷା  । ଗୋଟିଏ ସମ୍ମାନର ଆଉ ଗୋଟିଏ ଭାବପ୍ରବଣତାର । 

ବିଜେପୁର ବିଜେଡି ପ୍ରଚାର ଘନ ଘନ ଚଳାଇଥିବା ବେଳେ ଏବେ ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପେକ୍ଷାରେ । ୧୯ /୨୧ରେ ଆସିବାର ଥିଲା | ହେଲେ ସେ ୧୯ ବଦଳରେ ୨୦/୨୧ ଦୁଇଦିନ ଦଳପାଇଁ ପ୍ରଚାର କରିବେ | ତଳୁ ଉପର ପର୍ଯ୍ୟନ୍ତ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତ ଓ ପ୍ରଚାରକୁ ଅପେକ୍ଷା କରିଛନ୍ତି । ବିଜେପି ଓ କଂଗ୍ରେସକୁ ଟକ୍କର ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଅନ୍ତିମ ଅସ୍ତ୍ର ବୋଲି ଏବେ ସେଠାରେ ଦଳର ମଙ୍ଗ ଧରିଥିବା ଯୁବନେତାମାନେ ଆଶାବ୍ୟକ୍ତ କରିଛନ୍ତି | ବିଜେପୁର ଉପନିର୍ବାଚନ ପ୍ରଚାରର ଢେର ପୂର୍ବରୁ ବିଜେଡି ତାହାର ଛାମୁଆ ଟୋକା ନେତାମାନଙ୍କୁ ସେଠାକୁ ପଠାଇଛି । ଏମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସଞ୍ଜୟ ଦାଶବର୍ମା ଥିବାବେଳେ ବହୁ  ବିଜେଡି ନେତା ବି ସେଠାରେ ଡେରା ପକାଇଛନ୍ତି । ପ୍ରତିଦିନ କୌଣସି ନା କୌଣସି ମନ୍ତ୍ରୀ ଯାଇ ପ୍ରଚାରରେ ସାମିଲ ହେଉଛନ୍ତି । ଏଥି ସହିତ ଦଳରେ ଥିବା ସିନେମା ଷ୍ଟାର ମଧ୍ୟ ଦମ ଲଗାଉଛନ୍ତି | ମାଳ ମାଳ ଷ୍ଟାର, ଅକାଳେ ସକାଳେ ନଥିଲେ, ହେଲେ ଏବେ ଅବେଳିଆ ସେମାନଙ୍କ ବିଜେପୁର ପ୍ରେମ ଉଛୁଳି ପଡିଛି | ଯୋଉ ପଂଚାୟତ ଯା, ଜଣେ କିଏ ଷ୍ଟାର ବୁଲୁଥିବେ,  ଲାଗୁଛି ସତେ ଯେମିତି କୌଣସି ପଲିଟିକାଲ ଫିଲ୍ମ ସୁଟିଂ ଚାଲିଛି | ଦମଦାର ଡାଇଲଗ  ଖାଲି ଶୁଣିବାକୁ ମିଳୁଛି ଅବେଳିଆ ବିଜେପୁରରେ | କୋଉଠି କମେଡି ତା କୋଉଠି ସିରିଆସ ଡାଏଲଗ |  ବିଜେପିର ମହାଶ୍ୱେତାକୁ ବିଜେଡିର ପ୍ରଶାନ୍ତ ନନ୍ଦ, ବିଜେପିର ଅନୁ ଚୌଧୁରୀଙ୍କୁ ବିଜେଡିର ଅନୁଭବ, ବିଜେପିର ହରି କୁ ବିଜେଡିର ପପୁ, ବିଜେପିର ମିହିର ଦାସକୁ ବିଜେଡିର ସିଦ୍ଧାନ୍ତ ମହାପାତ୍ର, ବିଜେପିର ପିଙ୍କି କୁ ବିଜେଡିର ଏଲିନା, ବିଜେପିର ଅଜିତ ଦାସକୁ ବିଜେପିର ଆକାଶ ପୁରା ଛକା ଛକି ହୋଇ ପ୍ରଚାର କରୁଛନ୍ତି | ଅବଶ୍ୟ ଏମାନଙ୍କ ପ୍ରଚାର ଭୋଟ  କରିବ  କି ନାହିଁ  ଜଣା ନାହିଁ, କିଂନ୍ତୁ ବିଜେପୁର ବାସୀଙ୍କ ଦୁର୍ଲଭ ମନୋରଞ୍ଜନ ! ଆସନ୍ତା ୨୦୧୯ ନିର୍ବାଚନରେ କୌଣସି ଦଳ ସିନେମା ସିରିଏଲରେ ବାହାରୁଥିବା କୁକୁର କି ଜୋକର ପଠାଇବେ କି ନାହିଁ, ଏ ଦୁର୍ଲଭ ମଉକା ବା ହାତଛଡା କରୁଛି କିଏ ! ଖାଲି ସମୟରେ କଳାକାଚ ଦିଅ ଏସି ଗାଡ଼ିରେ ସାର ଆଉ ଏ ମାଡାମ ମାନଙ୍କ ମୁହଁ ଦେଖିବାକୁ ମିଳିବନି | କଲେଜ ଫଙ୍କସନ ପାଇଁ ଗେଷ୍ଟ କରିବାକୁ ଗଲେ ଚଢା ଟଙ୍କା ନହେଲେ ଯୋଉ ଷ୍ଟାର ମାନେ ହଲିବେନି, ସେମାନେ ଆଜି ଉପରେ ପଡି ବିଜେପୁରବାସୀଙ୍କ ପାଇଁ ଦରଦ ବୁହାଉଛନ୍ତି ! ତେଣୁ ବିଜେପୁର ବସି ଜାଣିଛନ୍ତି ଏଇ ଷ୍ଟାର ମାନେ ମଧ୍ୟ ଭଡାରେ ଆଉ ବିଭିନ୍ନ ପାରଟି ଦ୍ୱାରା ପ୍ରାୟୋଜିତ | ଭୋଟ ସାରିଲେ ଆଉ ଚେହେରା ଦେଖିବାକୁ ମିଳିବନି ! ତେଣୁ ପାଖକୁ ଆସିଛନ୍ତି  ଯେତେବେଳେ, ମନୋରଞ୍ଜନର ମାଂଗନା ସୁଯୋଗ ହାତ ଛଡା କରିବେ ବା କାହିଁକି ? ଆଗକୁ ଆହୁରି ଅପରାଜିତା ମହାନ୍ତି ଦିନେ ଓଳିଏ ଆସିବାର ଅଛି  | ତେଣୁ ଡାଇଲଗ ଶୁଣି ସେଲ୍ଫି ଆଉ ଫଟ ଉଠାଇ ଏ ମଉକାରେ ଫାଇଦା ଉଠାଇବାରେ ଅସୁବିଧା କିଛି ନାହିଁ  ! ଅନ୍ୟପକ୍ଷରେ କଂଗ୍ରେସ ର ଷ୍ଟାର ମରୁଡି, ତେଣୁ ପିସିସି ସଭାପତି ନିଜେ ଷ୍ଟାର ସାଜିଛନ୍ତି | ଶଗଡ଼ ଗାଡ଼ିରେ ବସି  ଜଗା ହାତରେ ପଘା ସିନେମାର  ବିଜୟ ମହାନ୍ତି ସାଜି ଦଳ ପାଇଁ ଅଭିନବ ଢଙ୍ଗରେ ପ୍ରଚାର ଚଳାଇଛନ୍ତି | ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ  ନିଜେ ଏଠି ଷ୍ଟାର | ସେ ନିଆରା ଢଙ୍ଗରେ ଚଳାଇଛନ୍ତି ତାଙ୍କର ପ୍ରଚାର  | 

ହେଲେ ମୈଦାନରେ ଏପର୍ଯ୍ୟନ୍ତ ସୁପର ଷ୍ଟାରଙ୍କ ଆବିର୍ଭାବ ହୋଇନି ! ଆଉ ସେ କୁଆଡେ ଆସି ମୁଣ୍ଡି ମାରିବେ ବୋଲି କୁହାଯାଉଛି !  ସେଠି ପାଇଁ ତା ୧୯/୨୧ ଥିଲା, ତାକୁ ୨୦/୨୧  କଲେ | ସେ କୁଆଡେ ପହଁଚିଲେ ବାରଶହ ବଢ଼େଇ ଯୋଉ କୋଣାର୍କର ମୁଣ୍ଡି ମାରିପାରିନଥିବେ, ସେ ସେଇ କୋଣାର୍କର ମୁଣ୍ଡି ମାରି ଆସିବେ |  ଆଉ ସେ  ସୁପର ଷ୍ଟାର ହେଉଛନ୍ତି ବିଜେଡି ସଭାପତି ନବୀନ ପଟନାୟକ | ୨୨ରେ ଯେହେତୁ ପ୍ରଚାର ଶେଷ, ତେଣୁ ୨୦/୨୧ ମୈଦାନ ଯମେଇଦେଇ ଆସିଲେ ଆଉ ଅନ୍ୟମାନଙ୍କ ପାଖରେ କାଉଣ୍ଟର କରିବାକୁ ସମୟ ନଥିବ | ଶେଷ ଦୁଇଦିନ ନବୀନ ବାବୁଙ୍କ ପ୍ରଚାର କୁଆଡେ ଏଇ ଷ୍ଟାର ୱାରକୁ ଧୂଆଁ କରିଦେବା ବୋଲି ବିଜେଡି ନେତାଙ୍କ ଆଶା |  ହେଲେ ବିଜେପି ବି ଶେଷ ଦୁଇଦିନ ଅପରାଜିତାଙ୍କୁ ପ୍ରଚାରରେ ନିୟୋଜିତ କରିବାକୁ ଯୋଜନା କରିଛି |  

ହେଲେ ୩ଦଳର  ହାବ  ଭାବ ଯାହା କେହି ବି ହାରିବାକୁ ଚାହୁଁନାହାଁନ୍ତି | ବିଜେପି ବିଜେଡି ଭଳି ପାଣି ପରି ଟଙ୍କା ବୁହାଇ ପାରୁନଥିବା କଂଗ୍ରେସ ପାଇଁ ବଡ ସମସ୍ୟା ହେଉଛି ପାଣ୍ଠି | କାରଣ ରାଜ୍ୟରେ  ସରକାରରେ ଅଛନ୍ତି ବିଜେଡି ଆଉ ଦେଶରେ ଶାସନରେ ଅଛି ବିଜେପି  । ପୂର୍ବରୁ କଂଗ୍ରେସର ଗଡ ଭାବେ ପରିଚିତ ଏହି ବିଜେପୁର ଆସନଟିକୁ ହାତେଇବା ପାଇଁ ନିଜର ସବୁ ସାମର୍ଥ୍ୟ କରିଦେଇଥିବା ବେଳେ ବିଜେପିର ମଙ୍ଗ ସମ୍ଭାଳିଥିବା କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ କୌଣସି ପରିସ୍ଥିତିରେ ଏହି ଆସନକୁ ହାତଛଡା କରିବାକୁ ଚାହୁଁନାହାନ୍ତିି କି କୌଣସି ପନ୍ଥାକୁ ହାତଛଡା କରୁନାହାନ୍ତି  । ଯଦିଓ ଆର୍ଥିକ  ଓ ବ୍ୟୟବହୁଳ ପ୍ରଚାରଦୃଷ୍ଟିରୁ କଂଗ୍ରେସ ପଛରେ ପଡିଯାଇଛି, ତଥାପି ପ୍ରସାଦ ଆଣ୍ଡ କୋ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଦଳର ପ୍ରାର୍ଥୀଙ୍କ  ବିଜୟ ପାଇଁ  । କାରଣ ତିନି  ଦଳ ପାଇଁ ସମ୍ମାନର ପ୍ରଶ୍ନ  । ବିଜେଡି କଂଗ୍ରେସ ଠାରୁ ଆସନ ହାତେଇ ୨୦୧୯ ପାଇଁ ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ରାଜ୍ୟରେ ଦଳ ଲୋକପ୍ରିୟତାରେ ୧ନମ୍ବର  । ବିଜେପି ଏହି ୍ରସେନଙଟି ଜିତି ‘ରାଜ୍ୟରେ ପଞ୍ଚାୟତି ନିର୍ବାଚନରେ ଦୁଇ ନମ୍ବର ପୋଜିସନକୁ ପହଞ୍ଚôଥିଲୂ, ଏବେ ୧ ନମ୍ବର ହୋଇଗଲୁ’ ବୋଲି ବାର୍ତ୍ତା ଦେବାକୁ ଚାହୁଁଛି  । ଅତି ଖରାପ ହେଲେ ଦ୍ୱି୍ତୀୟ ସ୍ଥାନ ହାସଲ କଲେ ବି ‘ଆମେ ଦ୍ୱିତୀୟ, ସାଧାରଣ ନିର୍ବାଚନରେ ଆମେ ପ୍ରଥମ ହେବୁ’ ବୋଲି ବାର୍ତ୍ତା ଦେଇପାରେ  । ସେହିପରି କଂଗ୍ରେସ ଏହି ଆସନଟି ବଜାୟ ରଖିଲେ ତା ନିଜ ଦଳର ପତିଆରା ପ୍ରମାଣିତ ହୋଇଯିବ | ନହେଲେ ଦ୍ଵିତୀୟ ସ୍ଥାନ ବଜାୟ ରଖିଲେ ରାଜ୍ୟରେ ଦ୍ଵିତୀୟ ସ୍ଥାନ ହାସଲ କରିଛି ବୋଲି ଘଷି ହେଉଥିବା ବିଜେପିକୁ ଗୋଟାଏ ମେସେଜ ଦେବାରେ ସଫଳ ହୋଇପାରିବ ବିଜେପିର ଦ୍ଵିତୀୟ ସ୍ଥାନର ଆସ୍ଫାଳନ ଧୂଆଁବାଣ ମାତ୍ର, ମନ ଆଉ ଦେହ ସୁଖର କ୍ଷଣିକ ଉତ୍ତେଜନା ମାତ୍ର | ସବୁ ଦଳ ସେମାନଙ୍କ ତନ-ମନ- ଧନ ଲଗାଇ ପ୍ରଚାର ଚଳାଇଥିବା ବେଳେ ଦେଖାଯାଉ ବିଜେପୁରରେ ପାଣି କେଉଁ ସେଣାରେ ଯାଉଛି !!!! 

18-02-18-bijepur.jpg - 431.95 kB

ଆମେ ଏଠି ମାନେ ପକାଇଦେବାକୁ ଚାହୁଁ , ବିଯେପୁର ନିର୍ବାଚନ ପ୍ରଚାର ଜୋର ଧରିବା ବେଳକୁ ପିସିସି ସଭାପତି ପ୍ରସାଦଙ୍କ ମାତା ବିମଳା ହରିଚନ୍ଦନଙ୍କ ଦେହାନ୍ତ ଘଟିଥିଲା | ପିସିସି ସଭାପତି ଶ୍ରୀ ହରିଚନ୍ଦନ ବିଜେପୁର ଉପନିର୍ବାଚନରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତଥିବା ବେଳେ ମାତୃବିୟୋଗ ଖବର ପାଇ ମଧ୍ୟରାତ୍ରରେ ଭୁବନେଶ୍ୱର ଠାରେ ପହଞ୍ଚିଥିଲେ ।  ବିଜେପୁରରେ ଦଳର ମଙ୍ଗ ସମ୍ଭାଳିଥିବା ଶ୍ରୀ ହରିଚନ୍ଦନ ବଡପୁଅ ଭାବେ ମାତାଙ୍କ ଅନ୍ତ୍ୟେଷ୍ଟି  କ୍ରିୟା ସମ୍ପନ୍ନ କରିବାର ଥିଲା । ହେଲେ ବିଜେପୁରରେ ଦଳର ଗୁରୁଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ଥିବା ଯୋଗୁ ଆପାତତଃ ମାତାଙ୍କ ଚିତାଗ୍ନି ଜଳିବା ପରେ ଯାଇ ଦଳ ପାଇଁ ତଥା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ନିଜକୁ ସାମିଲ କରିଛନ୍ତି ବୋଲି ଶୁଣିବାକୁ ମିଳୁଛି | ଦେଖାଯାଉ ବିଜେପୁର ପାଣି କୁଆଡେ ଯାଉଛି 

0
0
0
s2sdefault