ହେଡଲାଇନସ୍:

ବିଜେପି ଉଠାଇଲା ମୁଖ୍ୟମନ୍ତ୍ରୀଙ୍କ କୋକେଇ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ବାରିପଦା(ଦିଲ୍ଲିପ ମହାନ୍ତି)- ବହୁ ଚର୍ଚ୍ଚିତ କୁନ୍ଦଲି ଘଟଣାର ସିବିଆଇ ତଦନ୍ତ ଦାବି ସହିତ ପିଡ଼ିତା ପରିବାରକୁ ନ୍ୟାୟ ପ୍ରଦାନ, ଓଡ଼ିଶାରେ ମହିଳାମାନଙ୍କୁ ସାମାଜିକ କ୍ଷେତ୍ରରେ ସୁରକ୍ଷା ଆଦି ଦାବି ନେଇ ବିଜେପିର ମହିଳା ମୋର୍ଚ୍ଚା  ସଭାନେତ୍ରୀ କୌଶଲ୍ୟା ନାୟକଙ୍କ ମେତୃତ୍ୱ ଓ ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ସୁଷମା ବିଶ୍ୱାଳ, ରାଜ୍ୟ ଇସି ସଦସ୍ୟା ପାୟଲ ରାୟ ପ୍ରମୁଖଙ୍କ ସମେତ ସୁମନ ସିଂ, ସୌଭାଗ୍ୟବତୀ ଓତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଶତାଧିକ ମହିଳା ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସଂଗେସଂଗେ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଚଳିତ ଫେବୃଆରୀ ୬ରେ ସ୍ଥାନୀୟ କେ ସି ସାର୍କଲରୁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକାକୁ କାନେ୍ଧଇ ହାତରେ ବିଭିନ୍ନ ପ୍ଲେକାଡର଼୍ ଧରି କୋକେଇ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଞ୍ଚିଥିଲେ । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ନାୟକ ରାଜ୍ୟରେ ମହିଳାମାନଙ୍କର ସାମାଜିକ ନିରାପତ୍ତା ବ୍ୟବସ୍ଥା ଭୁଷୁଡ଼ି ଯାଇଥିବାରୁ ଜଣେପରେ ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହେଉଛନ୍ତି ଏବଂ ଲୋକ ଲଜ୍ୟା କାରଣାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । କୁନ୍ଦୁଲିରେ ଏକ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହେବା ପରେ ନ୍ୟାୟ ପାଇବା ନିମନ୍ତେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଆସିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ବଦଳରେ ଅପମାନ ମିଳିବାରୁ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲା । ତେଣୁ ପିଡ଼ିତାର ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ପ୍ରଦାନ ସହିତ ଘଟଣାକୁ ଚପାଇ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୁଲିସ ବିଭାଗର ଅଧିକାରୀ ଓ କ୍ରାଇମବ୍ରାଞ୍ଚ ଏଡ଼ିଜିଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବାରୁ ତୁରନ୍ତ ଗାଦିର ହଟିଯାଆନ୍ତୁ ବୋଲି ଦାବି କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କର ଦାବିକୁ ପୂରଣ ନ କରନ୍ତି ତେବେ ଆଗାମୀ ଦିନରେ ଉକ୍ତ ଅକ୍କୋଳନକୁ ଅଧିକ ତୀବ୍ର କରାଯିବ ବୋଲି ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ନାୟକ କହିଥିଲେ ।

0
0
0
s2sdefault