ହେଡଲାଇନସ୍:

ଦମ‏ ଦେଖାଇଲେ ବାପି ସରଖେଲ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଇନ୍ଦିରା ଜ୍ୟୋତି  ଯାତ୍ରା ସମାପନ ଉତ୍ସବ  ମହାଆଡମ୍ବରରେ ପାଳିତ

ଲୌହ ମାନବୀଙ୍କୁ ଆଜି ବି ଝୁରୁଛି ଏ ଦେଶ : ପ୍ରସାଦ

 

ପାରାଦୀପ : ପାରାଦୀପ ସହରରେ ନଭେମ୍ବର ୨୦ରେ କଂଗେସ ଦଳ ପକ୍ଷରୁ ଇନ୍ଦିରା ଗାନ୍ଧୀ ଜନ୍ମ ଶତବାର୍ଷିକ ପାଳନ ଅବସରରେ ଇନ୍ଦିରା ଜ୍ୟୋତି ସମାପନ ସମାରୋହ ଉତ୍ସବ  ମହାଆଡମ୍ବର ସହକାରେ ପାଳିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।ଏଠାରେ ସୂଚନାଯୋଗ୍ୟ, ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତ ଅକ୍ଟୋବର ୩୧ ତାରିଖ ସ୍ୱର୍ଗତା ଜନନାୟିକା ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ତଥା ବଳିଦାନ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରୁ ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା । ଏହି ଜ୍ୟୋତି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରି ପ୍ରାୟ ୩୪୦୦ କିମି ଅତିକ୍ରମ କରିବା ପରେ ପାରାଦୀପରେ ପହଞ୍ଚିଥିଲା ! 

ସେଠାରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ  ଅନ୍ୟ ନେତୃବୃନ୍ଦ ଓ ହଜାର ହଜାର କଂଗ୍ରେସ କର୍ମୀ ଏବଂ  ଇନ୍ଦିରା ପ୍ରେମୀ ଜନସାଧାରଣଙ୍କ ଗହଣରେ ଇନ୍ଦିରା ଜ୍ୟୋତିକୁ ସ୍ୱାଗତ କରିଥିଲେ । ଜ୍ୟୋତି ରଥରେ ଭାରତ ରତ୍ନ ଇନ୍ଦିରା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ସଭାପତି ଶ୍ରୀ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ବିରାଟ ପଟୁଆରାରେ ଇନ୍ଦିରା ଜ୍ୟୋତିକୁ ନୃତୁ୍ୟ ଓ ବାଦ୍ୟର ତାଳେ ତାଳେ ସ୍ଥାନୀୟ ଜୟଦେବ ସଦନ  ସଭା ମଞ୍ଚ ନିକଟକୁ ଅଣାଯାଇଥିଲା । ଏହି ବିରାଟ ସାଧାରଣ ସଭାରେ ଦଳର ବରିଷ୍ଠ  ନେତୃବୃନ୍ଦଙ୍କ ସହ ୧୫ ହଜାର କଂଗ୍ରେସ କର୍ମୀ ଓ ଜନସାଧାରଣ ଯୋଗଦେଇଥିଲେ । ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଆଧୁନିକ ଭାରତର ମୁଳଦୁଆ ସ୍ଥାପନ କରିଥିଲେ । ତାଙ୍କ ସମୟରେ ଭାରତକୁ ବିଶ୍ୱ ଦରବାରରେ ଅନେକ ପ୍ରତିଷ୍ଠା  ମିଳିଥିଲା । ଶିଳ୍ପ, କୃଷି, ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସେ ଭାରତବର୍ଷକୁ ଅଗ୍ରଣୀ ଦେଶମାନଙ୍କ ମ୍ମରେ  ସ୍ଥାନିତ କରିଥିଲେ । ଭାରତ ବର୍ଷର ଜନସାଧାରଣ ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିକୁ ନେଇ ଗର୍ବିତ ଓ ଅନୁପ୍ରାଣିତ, ସାରା ଦେଶ ଏହି ଲୌହ ମାନବିଙ୍କୁ ଆଜିବି ଝୁରୁଛି । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି କାହ୍ନୁଚରଣ ଲେଙ୍କା, ଜୟଦେବ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ପୂର୍ବତନ ବିଧାୟକ ଡ. ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ ଇନ୍ଦିରାଜୀଙ୍କ ଦେଶପାଇଁ ଅବଦାନ ଓ ତାଙ୍କର ମହାନ ବଳିଦାନକୁ ସ୍ମରଣ କରିଥିଲେ । ଆସନ୍ତା ଡିସେମ୍ବର ମାସରେ ଏଆଇସିସି ର ଅଧ୍ୟକ୍ଷ ରାହୁଲ ଗାନ୍ଧି ହେବାନେଇ ସମସ୍ତେ ଖୁସି ବ୍ୟକ୍ତ କରିବା ସହ ଦଳ ଆହୁରି ମଜଭୁତ ହେବ ବୋଲି ସମସ୍ତେ ମତ ଦେଇଥିଲେ ।

ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଶ୍ରୀ ଅରିନ୍ଦମ ସଖେଲ ନେତୃତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । କାହ୍ନୁ ଚରଣ ଲେଙ୍କାଙ୍କୁୁ ଇନ୍ଦିରା ଗାନ୍ଧୀଙ୍କ ସହ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟକରିବାର ସୁଯୋଗ ମିଳିଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ତାଙ୍କୁ ସମ୍ମାନୀତ କରିଥିଲେ । ଅନ୍ୟମାନଙ୍କ ମ୍ମରେ ଡ.ଯୁଧିଷ୍ଠିର  ଜେନା, ଚିନ୍ମୟ ବେହୁରା, କୃଷ୍ଣଚନ୍ଦ୍ର ଶଗରିଆ, ସସ୍ମିତା ବେହେରା, ଶୁଭେନ୍ଦୁ ମହାନ୍ତି, କିଶୋର ଜେନା, ପ୍ରକାଶ ମିଶ୍ର, ଦେବାଶିଷ ଭୂୟାଁ, ଲୋକନାଥ ମହାରଥୀ, ରାଜୀବ ପଟ୍ଟନାୟକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । 

ଏହି ସମାପନ କାର୍ଯ୍ୟକ୍ରମକୁ ପାରାଦୀପ ନଗର କଂଗ୍ରେସ ଆୟୋଜନ କରିଥିବା ବେଳେ କଂଗ୍ରେସ ନେତା ତଥା ଏହି ଜ୍ୟୋତି ଯାତ୍ରାର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଅରିନ୍ଦମ ସର୍ଖେଲ(ବାପି) ନେତୃତ୍ୱ ନେଇଥିଲେ । ଉପସ୍ଥିତ ଅତିଥିମାନଙ୍କୁ ବାପି  ସମ୍ବର୍ଦ୍ଧିତ କରିବା ସହ ଦଳରେ ଯୁବଗୋଷ୍ଠୀ  ସକି୍ରୟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାପିଙ୍କ ନେତୃତ୍ୱରେ ପାରାଦୀପ ଓ ଏହାର ଆଖପାଖ ଅଂଚଳରୁ ହଜାର ହଜାର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।  ଓଡିଶା କଂଗ୍ରେସ କମିଟି ନେତୃମଣ୍ଡଳ ଏହି କାର୍ଯ୍ୟକ୍ରମ ପାଇଁ ମନୋନୀତ କରିଥିବାରୁ ଶ୍ରୀ ସାର୍ଖେଲ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତା କର୍ମୀ ଓ ଜନସାଧରଣଙ୍କୁ କୃତଜ୍ଞତା ଜଣାଇଥିଲେ ।  ବାସ୍ତବିକ ଇନ୍ଦିରା ଜ୍ୟୋତି ସମାପନ ଉତ୍ସବ ମାଧ୍ୟମରେ ବାପି ସର୍ଖେଲ ପ୍ରମାଣିତ  କରିଦେଲେ ଯେ ଗୁରୁତ୍ୱ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ଟାଣୁଆ ନେତୃତ୍ୱ ଦେବାରେ ସେ ହିଁ ସକ୍ଷମ ଆଉ ସେ ହିଁ ଦେଇପାରିବେ ବଳିଷ୍ଠ ନେତୃତ୍ୱ । ଜଗତସିଂହପୁର ରାଜନୀତିରେ ଏକ ପ୍ରଭାବଶାଳୀ ଗୋଷ୍ଠୀଙ୍କ ବିରୋଧ ସତ୍ୱେ ବାପି ଏତେ ବଡ ସମାବେଶ ସଫଳତାର ସହ ଆୟୋଜନ କରାଇ  ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିଙ୍କୁ ମାଜଭୁତିରେ ଜବାବ ଦେଇଛନ୍ତି ! ! 

0
0
0
s2sdefault