ଯାହାକୁ ଯିଏ ରସିଲା , କିଏ ଫୁଲ ପରି ବାସିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୃଷ୍ଣ ନାମେ କି ରସ ଅଛି, ପାନ କଳା ଲୋକ ସିନା ଜାଣିଛି !!!

ମୁରାରୀଙ୍କୁ ଭୁଲିଗଲେ, କୃଷ୍ଣଙ୍କୁ କୋଳାଇଲା ବିଜେପି

 Bhubaneswar /Baripada/Kantabanji   : କଣ୍ଟାବାଞ୍ଜି ବିଜେପି ପ୍ରେସିଡେଣ୍ଟ ବିସ୍ଫୋରକ ଦ୍ରବ୍ୟ ସହ ଗିରଫ ହେବାପରେ ବିଜେପି ମୁଖାଲଜ୍ଜ୍ୟା ଏଡ଼ାଇବା ଲାଗି ମୁରାରୀ ଅଗ୍ରୱାଲଙ୍କୁ ବିଜେପିରୁ ନିଲମ୍ବିତ କଲା ! ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ଦସ୍ତଖତ ରେ ଗୋଟେ ପ୍ରେସ ରିଲିଜରେ କୁହାଗଲା ଯେ ତାଙ୍କୁ ଦୋଷମୁକ୍ତ କଲା ପର୍ଯ୍ୟନ୍ତ ନିଲମ୍ବିତ କରାଗଲା ! ଆଶା କରାଯାଉଥିଲା ଚେକ ବାଉଂଶ/ ଜମି ଜାଲିଆତି  ମାମଲାରେ ଗିରଫ ହୋଇଥିବା ମୟୁରଭଞ୍ଜ ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ  ବିଜେପି  ତୁରନ୍ତ କୁ ନିଲମ୍ବିତ କରିବା ଅଦାଲତଙ୍କ ଦ୍ୱାରା ନିର୍ଦୋଷ ପ୍ରମାଣିତ ହେବା ଯାଏଁ ! ହେଲେ ସେମିତି ହେଲାନି, ଓଲଟା ବିଜେପି ସଭାପତି ବସନ୍ତ ପଣ୍ଡା ତାଙ୍କ ସୁରକ୍ଷାରେ ଆଗେଇ ଆସିଲେ କହିଲେ ! କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ଏହା ଏକ ଷଡଯନ୍ତ୍ର ବୋଲି କହିବା ସହ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ନିଲମ୍ବିତ ହେବେନି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା  ସେ କହିଛନ୍ତି । ମୟୂରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଷଡ଼ଯନ୍ତ୍ର କରାଯାଇ ଗିରଫ କରାଯାଇଛି  କିନ୍ତୁ ଦଳ କୃଷ୍ଣ ବାବୁଙ୍କ ସପକ୍ଷରେ ଠିଆ ହେବ  ତାଙ୍କୁ ଦଳରୁ ନିଲମ୍ବନ କରାଯିବ ନାହିଁ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି  ସେହିପରି ଗଞ୍ଜାମ, ମୟୂରଭଞ୍ଜ ଓ ବରଗଡ଼ରେ ବିଜେପିର ପତିଆରା ବୃଦ୍ଧିକୁ ବିଜେଡ଼ି ସହ୍ୟ କରିପାରୁନି  ସେଥିପାଇଁ ପୋଲିସକୁ ହାତବାରିସୀ କରି ବିଜେପି ନେତାଙ୍କୁ ଗିରଫ କରାଯାଉଛି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି  ସେ ଆହୁରି କହିଛନ୍ତି ଯେ ଶ୍ରୀ ମହାପାତ୍ର ସରକାରଙ୍କ ବିରୋଧରେ ସ୍ର ଉତୋଳନ କରୁଥଲେ  ସେଥିପାଇଁ  ସରକାର ରାଜନୈତିକ ଯୋଜନା କରି ନିଜର ପ୍ରତିଦ୍ବନ୍ଦ୍ବୀ  ଓ ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଏପରି ଅପଚେଷ୍ଟା କରିଛନ୍ତି  ଗଣତନ୍ତ୍ରରେ ଏହା ସମ୍ପୂର୍ଣ୍ଣ ରୂପେ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ବୋଲି କହିଲେ ବସନ୍ତ ବାବୁ । ଠିକ କଥା, ତାଙ୍କ ଅଭିଯୋଗ ବି ସତ ହୋଇଥାଇପାରେ, ଯେମିତି ବିଜେଡି ଅଭିଯୋଗ କରୁଛି ବିଜେପି ଉଦ୍ଦେଶ୍ୟମୂଳକ ଭାବେ ବିଜେଡ଼ିକୁ ବଦ୍ନାମ କରିବା ପାଇଁ ବିଜେଡି ନେତାଙ୍କୁ ଅଯଥାରେ ଫସାଉଛି । ହେଲେ ବସନ୍ତ ବାବୁଙ୍କର କଣ ବିଳମ୍ବରେ ଜ୍ଞାନଦୟ ହେଲା,ନା ମୁକୁ ଭାଇଙ୍କଠୁ ଜ୍ଞାନ ଆସିଲା ପୁଣି ଜଣେ କୃଷ୍ଣଚନ୍ଦ୍ରଙ୍କ ସୁରକ୍ଷା ଦେବାପାଇଁ !!! ଏଇଟା ନିହାତି ଭାବେ କୋଟିଏ ଡ଼ଲାର ର ପ୍ରଶ୍ନଟିଏ, ହେଲେ ସମ୍ପୂର୍ଣ ଭିତ୍ତିହୀନ ହୋଇନପାରେ । ଟିକେ ପ୍ରସଙ୍ଗରୁ ବାହାରି ଗଂଜାମ ଆଡେ ପଳାଇବା, ସେଠି ଛତ୍ରପୁର କାଉନସିଲର ହତ୍ୟାକାଣ୍ଡ ଘଟଣାରେ ଅନ୍ୟତମ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ କେମିତି ସୁରକ୍ଷା ଦିଆଯାଇଥିଲା ! ଆଵୌ ବାମପନ୍ଥୀ ନେତା କୃଷ୍ଣଚନ୍ଦ୍ର ଧର୍ମେନ୍ଦ୍ରଙ୍କ ଖାସ ଲୋକ ଭାବେ ଜଣାଶୁଣା, ଆଉ ତାଙ୍କ ସବୁଜ ସଂକେତରେ ହିଁ କୃଷ୍ଣ ଦଳରେ ମିଶିଥିଲେ ।  ଆଉ ସେ କୃଷ୍ଣଙ୍କୁ ସୁରକ୍ଷିତ ରଖିବା ପାଇଁ କୁଆଡେ ଡେରାଡୁନ ପଠାଇ ନିରାପଦ ସ୍ଥାନରେ ରଖାଇଦେବା ପାଇଁ ବି ଉପରୁ ନିର୍ଦେଶ ଆସିଥିଲା ! ଏବେ ଠିକ ସେହିଭଳି ଜମି ଜାଲିଆତିରେ ଅଭିଯୁକ୍ତ ଆଉଜଣେ କୃଷ୍ଣଚନ୍ଦ୍ରଙ୍କୁ ବି ଦଳ ରାଜନୈତିକ ସୁରକ୍ଷା ଦେଇଛି ! ଆଉ କୃଷ୍ଣଙ୍କ ଭଳି ଲଢୁଆ ନେତାଙ୍କ ବିରୋଧରେ ଷଡଯନ୍ତ୍ ହୋଇଛି ବୋଲି ଗଲା ଫଟାଇ କହିଛନ୍ତି ବସନ୍ତ ! ଠିକ କଥା, ହେଲେ କଣ୍ଟାବାଂଜିର ମୂରାରୀଲାଲଙ୍କ କଣ ଦଳ ପାଇଁ କିଛି ଅବଦାନ ନାହିଁ, ସେ କଣ ଫଳ ପାଇଁ ଲଢ଼ିନଥିଲେ?? ଏବେ ଯଦି କୃଷ୍ଣଚନ୍ଦ୍ରଙ୍କ କ୍ଷେତ୍ରରେ ଷଡଯନ୍ତ୍ର ବାସିଲା ,ତେବେ ତିନିଦିନ ତଳେ ମୁରାରୀଲାଲଙ୍କ ଗିରଫଦାରିରେ କଣ ଷଡଯନ୍ତ୍ର ବାସି ନଥିଲା ???

ହେଲେ ଏଇ ନଗଦାନଗଦି ବିସ୍ପୋରକ ସାମଗ୍ରୀ ସହ ଗିରଫ ହୋଇଥବା କଣ୍ଟାବାଞ୍ଜି ବିଜେପି ସଭାପତି ମୁରାରୀଲାଲ କଣ ଚୋର  ଯେ  ତାଙ୍କୁ ପୋଲିସ ଗିରଫ କରୁକରୁ ନିଲମ୍ବନ କରିଦେଲେ।  ହେଲେ ଜମି ଜାଲିଆତିରେ ଗିରଫ ହୋଇଥବା ମୟୂରଭଞ୍ଜ ବିଜେପି ସଭାପତିଙ୍କ କୃଷ୍ଣଚନ୍ଦ୍ରଙ୍କ ପାଇଁ ଏ ସ୍ୱତନ୍ତ୍ର ର ବ୍ୟବସ୍ଥା କାହିଁକି ? ଇଏକି ପାତରଅନ୍ତରନୀତି ବା ଦୋମୁହଁ ନୀତି ବିଜେପିର? ମୁରାରୀ କେଵିକେ /ପଶ୍ଚିମ ଅଂଚଳର, ଆଉ ତାଙ୍କୁ ନିଲମ୍ବନ କାଳର କଲେ  ପାଟିକରିବାକୁ କିଏ ବା ଆସିବ ବୋଲି ଭାବି ତାଙ୍କୁ  ନିଲମ୍ବିତ କରିଥାଇପାରନ୍ତି । ବିଜେପି ନେତୃତ  ଯଦି ଏଇଆ କରିଥାନ୍ତି ତେବେ ତାହା ଦଳ ଦୃଷ୍ଟିରୁ ନିଶ୍ଚିତ ଭାବେ ଦୁଃଖଦାୟକ ।   

ବିଜେପି ସଭାପତି ଶ୍ରୀ ପଣ୍ଡା କହିଲେ ଯେ ଶ୍ରୀ ମହାପାତ୍ର ସରକାରଙ୍କ ବିରୋଧରେ ସ୍ୱର ଉତୋଳନ କରୁଥଲେ  ସେଥପାଇଁ ସରକାର ରାଜନୈତିକ ଯୋଜନା କରି ନିଜର  ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ଏପରି ଅପଚେଷ୍ଟା କରିଛନ୍ତି  ତାଙ୍କ ଅଭିଯୋଗ ବି ସତ୍ୟ ହୋଇପାରେ  ରାଜ୍ୟ ସରକାର କରୁଥାଇପାରନ୍ତି । ଏଭଳି ଗିରଫ ଦାରର  ହେଲେ ଯେଉଁ ବ୍ୟକ୍ତି  ଅଭିଯୋଗ କରିଛନ୍ତି ଯେ ଜମି ଦେବାକୁ କହି ତାଙ୍କଠାରୁ କୋଟିଏ ଟଙ୍କା ନେଇ ଜମି ଦେଉନାହାନ୍ତି କି ଟଙ୍କା ଫେରାଉନାହାନ୍ତି,  ସେ କଣ ବିଜେଡି କର୍ମୀ ?  ଯେଉଁ ଅଦାଲତଙ୍କ ଅନୁମତି କ୍ରମେ ମାମଲା ରୁଜୁ ହୋଇଛି ଅଦାଲତକଣ କାହା ଇଙ୍ଗିତରେ ·ଚାଲନ୍ତି ? 

ହେଲେ ସମସ୍ତେ ଜାଣିଛନ୍ତି, ବସନ୍ତ ପଣ୍ଡାଙ୍କ  ପିତ କେତେ ! କିଚକ ବାହୁ ବଳେ ବିରାଟ ରାଜା ପରି ମୁକୁ  ବାବୁଙ୍କ ଦାମ ରେ ସଭାପତି ପଦରେ ବସନ୍ତ । ତେଣୁ ପୂର୍ବରୁ ଗଂଜାମ କୃଷ୍ଣଚନ୍ଦ୍ରଙ୍କ ପରି ବାରିପଦା କୃଷ୍ଣକୁ ରାଜନୈତିକ ପ୍ରୋଟେକ୍ସନ ଦେବା ପାଇଁ ଉପରୁ ଛାୟା ସଭାପତିଙ୍କ ନିର୍ଦେଶ ଆସିଠିପରେ ! ନହେଲେ ମୂରାରୀଙ୍କ  କଥାରେ ବାହାରିଲେନାହିଁ, କୃଷ୍ଣଚନ୍ଦ୍ରଙ୍କ ପାଇଁ ସଜବାଜ ହୋଇ ସୁରକ୍ଷା ବାଇଟ ! ଅବଶ୍ୟ କୃଷ୍ଣଚନ୍ଦ୍ରଙ୍କ ଠାରେ କି ରସ ଅଛି ତାହା ସଭାପତିଙ୍କୁ ଜଣାଥିବ । ଯାହାକୁ ଯିଏ ରସିଲା, କିଏ ଫୁଲ ପରି ବାସିଲା !!!!! ବିଚରା ମୁରାରୀ ଲାଲ.....

ବିଜେପିର ଜିଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର କେବଳ ଜଣେ ନେତା ଭାବେ ଜଣାଶୁଣା ନୁହନ୍ତି ତାଙ୍କର ଆଟାଇଟରେ ବିଭିନ୍ନ କଳା ଲୋକଲୋଚନକୁ ଆସିଛି  । କେତେ ସତ କେତେ ରାଜନୈତିକ ତାହା ମନୟନବାର  ଅଦାଲତ ବିଚାର କରିବେ ! ହେଲେ ସଂକ୍ଷେପରେ କିଛି ଝଲକ, .... ପ୍ରଥମେ ଜାମଶୋଳା ତନଖି ଫାଟକରେ ବେଆଇନ ଭାବେ ଚାନ୍ଦା ଆଦାୟ କରିବାକୁ ଯାଇ କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ଆକ୍ରମଣ, କାର୍ଯ୍ୟାଳୟର ଆସବାବପତ୍ର ଭଙ୍ଗାରୁଜା, ସରକାରୀ ଅର୍ଥକୁ ଲୁଟ ଉଦ୍ୟମ, ତନଖି ଫାଟକରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କୁ ଗାଳିଗୁଲଜ କରିବା ଅଭିଯୋଗ ମାମଲାରେ ଫସି ଜେଲ ଯାଇଥିଲେ । ଏହାପରେ ସେ ବସବାସ କରୁଥିବା ବାସଭବନ ସରକାରୀ ଜମି(ପ୍ଲଟ ନଂ-୪୩୫, ଖାତା ନମ୍ବର ୨୪୬, ମୌଜା ମାଇନିଂ କଲୋନୀ)କୁ ଦଖଲ କରାଯାଇ ନିର୍ମାଣ କରାଇଥିବାର ଅଭିଯୋଗ, ତାଙ୍କର ଏକ ତୈଳବାହୀ ଟେଙ୍କର ପିଡ଼ିଏସ କିରୋସିନି ବାଲେଶ୍ୱରରୁ ଉଠାଇ ୪୯ ନମ୍ବର ଜାତୀୟ ରାଜ ପଥ ଉପରେ ଯାଉଥିବା ବେଳେ ଖଡ଼ମବେଢ଼ା ନିକଟରେ ଏକ ବାଇକକୁ ଧକ୍କା ଦେବାରୁ ଜଣକର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ଭାଇ ଗୁରୁତ୍ତର ଆହତ ହୋଇଥିଲେ । ଏଥି ନିମନ୍ତେ ମୃତ ଯୁବକର ପରିବାରକୁ ଆର୍ଥିକ ସହାୟତା ଦେବାର ପ୍ରତିଶ୍ରୁତି ଦେଇ ଶେଷରେ କାଣି କଉଡ଼ିଏ ନ ଦେଇ ତାଙ୍କ ସହିତ ପ୍ରତାରଣା କରିଥିବାର ଅଭିଯୋଗରେ ଛନ୍ଦି ହୋଇପଡ଼ିଥିଲେ । ବର୍ତ୍ତମାନ ଏକ ଜମି ଜାଲିଆତି ମାମଲା ଅଭିଯୋଗରେ ଅଭିଯୁକ୍ତ ବିଜେପିର ମୟୂରଭଞ୍ଜ ଜିଲା(ପୂର୍ବ) ସଭାପତି କୃଷ୍ଣଚନ୍ଦ୍ର ଓରଫ ବାବୁ ମହାପାତ୍ର ସମ୍ପୂର୍ଣ୍ଣ ଭାବେ ଫସି ଯାଇଛନ୍ତି ଏବଂ ଭୂବନେଶ୍ୱର କମିଶନରେଟ ପୁଲିସକୁ ଡ଼ରି ରାତିରେ ଘରୁ ଲୁଚି ଫେରାର ହୋଇଯାଇଥିବା ବିଷୟକୁ ନେଇ ଜିଲା ସମସ୍ତ ହାଟବଜାରରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟି ଯାଇଥିବାର ପରିଲକ୍ଷିତ ହୋଇଛି ।    

0
0
0
s2sdefault