ହେଡଲାଇନସ୍:

 ମୟୁରଭଞ୍ଜ ନିର୍ଵାଚିତ ପ୍ରତିନିଧିମାନେ ରାଜ୍ୟପାଳ   ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିର୍ବାଚିତ ପ୍ରତିନିଧିମାନଙ୍କୁ ଶାସକ ବିଜେଡି ବିଧାୟକଙ୍କ ଅବହେଳା ଓ ଅସମ୍ମାନ ପ୍ରଦର୍ଶନ : ବିଜେପି

 

ଭୁବନେଶ୍ୱରରୁ ଚକ୍ରଧର ମାଝି  :  ଗତ ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ସେମାନଙ୍କୁ ନିର୍ଯ୍ୟାତନା ଓ ଅପମାନିତ କରିବା ସହ ମରଣାନ୍ତକ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହିଁ । ଚଳିତ ମାସ ୯ ତାରିଖରେ ବାରିପଦାଠାରେ ଅନୁଷ୍ଠିତ  ମୟୁରଭଞ୍ଜ ଜିଲ୍ଲା ପରିଷଦ ବୈଠକ ସମୟରେ ଶାସକ ଦଳର ବିଧାୟକ ଓ ନେତାମାନେ ଜିଲ୍ଲାପାଳଙ୍କ ସହାୟତାରେ ବିଜେପିର ନିର୍ବାଚିତ ସଦସ୍ୟ ଓ ସଦସ୍ୟାଙ୍କୁ ଅଶ୍ରାବ୍ୟ  ଭାଷାରେ ଗାଳିଗୁଲଜ କରିବା ସହ ବିଧା ଗୋଇଠା ମାରିବା ଘଟଣା ଏହାର ଏକ ଜ୍ୱଳନ୍ତ ଉଦାହରଣ ବୋଲି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କ୍ଷୋଭ ପ୍ରକାଶ କରି କହିଛନ୍ତି ।

ଜିଲ୍ଲାର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ନିର୍ବାଚିତ ଜିଲ୍ଲା ପରିଷଦର ନିଷ୍ପତି କ୍ରମେ ଏହାକୁ କେବଳ କାର୍ଯ୍ୟକାରୀ କରିବାର ଦାୟୀତ୍ୱ ହେଲା ଜିଲ୍ଲାପାଳଙ୍କର । ଶାସକ ବିଜେଡିର ପ୍ରରୋଚନାରେ ମୟୁରଭଞ୍ଜ ଜିଲ୍ଲା ଜିଲ୍ଲାପାଳ ମହୋଦୟ ପୂର୍ବରୁ ଅନେକ ଥର ବିଜେପିର ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାଙ୍କୁ ର୍ଦୁବ୍ୟବହାର କରିବା ସହ ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଗତ ୯ ତାରିଖରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ସଭାପତିତ୍ୱରେ ଆହୁତ ୪ର୍ଥ ବୈଠକ ସମାପ୍ତ ହେବା ପରେ ଜିଲ୍ଲାର ବିଜେଡି ବିଧାୟକ ପ୍ରବୀଣ ଭଞ୍ଜଦେଓ, ସୁଦାମ ମାରାଣ୍ଡି ଏବଂ ଶାସକ ବିଜେଡି ସଦସ୍ୟଙ୍କ ପ୍ରରୋଚନାରେ ଜିଲ୍ଲାପାଳ ବିଜେପି ସଦସ୍ୟ ଓ ସଦସ୍ୟାଙ୍କ ଅନୁପସ୍ଥିତିରେ ପୁଣି ଥରେ ବୈଠକ କରିଥିଲେ । ଏଭଳି ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ ବୈଠକକୁ ବିଜେପିର ୪୭ ଜଣଙ୍କ ସମେତ ଅନ୍ୟ ୨ ଜଣକୁ ମିଶାଇ ୪୯ ଜଣ ସଦସ୍ୟ ଦୃଢ ବିରୋଧ କରି ପ୍ରତିବାଦ ଜଣାଇଥିଲେ । ଏହି ସମୟରେ ବିଧାୟକ ଶ୍ରୀ ଭଞ୍ଜଦେଓ ଏବଂ ଶ୍ରୀ ମାରାଣ୍ଡିଙ୍କ ସମେତ ଗୁଣ୍ଡାଗର୍ଦ୍ଧି କରୁଥିବା ଶାସକ ବିଜେଡିର ସଦସ୍ୟଙ୍କ ସମେତ ନିଜେ ଜିଲ୍ଲାପାଳ ପ୍ରତିବାଦକୁ ଭୃକ୍ଷେପ ନକରି ପ୍ରତିବାଦକାରୀଙ୍କୁ ଗାଳିଗୁଲଜ କରିବା ସହ ବିଧା ଗୋଇଠା ମାରି ପଳାଇଥିଲେ । ଏପରିକି ୨ ଜଣ ଆଦିବାସୀ ମହିଳା ସଦସ୍ୟାମାନେ ମଧ୍ୟ ଏହି ଘଟଣାର ଶିକାର ହୋଇ ଆହତ ହେବା ସହ ୩ ଦିନ ଧରି ଡାକ୍ତରଖାନାରେ ରହି ଚିକିତ୍ସିତ ହୋଇଥିଲେ । ଏହି ଘଟଣା ସଂପର୍କରେ ନିର୍ବାଚିତ ଜନ ପ୍ରତିନିଧିମାନେ ଦାୟର କରିଥିବା ମାମଲାକୁ ବର୍ତମାନ ସୁଦ୍ଧା ସ୍ଥାନୀୟ ପୋଲିସ ଗ୍ରହଣ ନକରିବା ପ୍ରସଙ୍ଗ ଉଭୟ ଶାସକ ବିଜେଡି ଏବଂ ପୋଲିସ ପ୍ରଶାସନର ସଲାସୁତୁରାକୁ ସ୍ପଷ୍ଟ ଦର୍ଶାଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟାଙ୍କ ସମେତ ଜିଲ୍ଲାଧ୍ୟକ୍ଷା ଶ୍ରୀମତୀ ମୁର୍ମୁ, ଉପଧ୍ୟକ୍ଷ ନରେନ୍ଦ୍ର ସାହୁ ପ୍ରମୁଖ ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଭବନକୁ ଯାଇ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଘଟଣାରେ ଅଭିଯୁକ୍ତ ବିଧାୟକ ଶ୍ରୀ ଭଞ୍ଜଦେଓ, ଶ୍ରୀ ମାରାଣ୍ଡିଙ୍କ ସମେତ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଫୈାଜଧାରୀ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନିର୍ବାଚିତ ପରିଷଦର କାର୍ଯ୍ୟକଳାପରେ ଜିଲ୍ଲାପାଳ ହସ୍ତକ୍ଷେପ ନକରିବାକୁ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପଂଚାୟତ ରାଜ ବିଭାଗ ସଚିବଙ୍କ ସମେତ ପୋଲି ମହାନିଦେ୍ର୍ଧଶକଙ୍କୁ ରିପୋର୍ଟ ତଲବ କରିବା ସହ ଏହି ଘଟଣାରେ ରାଜ୍ୟପାଳ  ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି । ଘଟଣାର ଅନୁସନ୍ଧାନ କରିବା ସହ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରାଜ୍ୟପାଳ ମହୋଦୟ ସମସ୍ତ ନିର୍ବାଚିତ ସଦସ୍ୟ ଓ ସଦସ୍ୟାଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ରାଜ୍ୟପାଳଙ୍କୁ ସାକ୍ଷାତ କରିଥିବା ଏହି ପ୍ରତିନିଧି ଦଳରେ ଶ୍ରୀ ସିଂହଦେଓଙ୍କ ସମେତ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବିଷ୍ନୁ ସେଠୀ, ରାଜକିଶୋର ଦାଶ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଓ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ସାମିଲ ଥିଲେ । ଅପରାହ୍ନରେ ଏହି ପ୍ରତିନିଧି ଦଳ  କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଘଟଣା ସଂପର୍କରେ ଅବଗତ କରାଇବା ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଦଳ ନେତା ଶ୍ରୀ ସିଂହଦେଓ, ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ବିଷ୍ନୁ ସେଠୀ ଓ ରାଜକିଶୋର ଦାଶ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ଗୋଲକ ମହାପାତ୍ର ଓ ପୀତାମ୍ବର ଆଚାର୍ଯ୍ୟ, ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଉପାଧ୍ୟକ୍ଷ ,ମୟୁରଭଞ୍ଜ ଜିଲ୍ଲା ସଭାପତି କୃଷ୍ନଚନ୍ଦ୍ର ମହାପାତ୍ର ଓ ନବୀନ ରାମଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟାମାନେ ଉପସ୍ଥିତ ଥିଲେ 

0
0
0
s2sdefault