ହେଡଲାଇନସ୍:

ସମାଜର ବିକାଶ କ୍ଷେତ୍ରରେ ଶ୍ରମିକର ଅବଦାନ ଅତୁଳନୀୟ: ମୁଖମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନୁଷ୍ଠାନିକ ଭାବେ ଜନ୍ମ ନେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ
ସବୁ ଅଣସଂଗଠିତ ଶ୍ରମିକଙ୍କୁ ମିଳିବ ପରିଚୟପତ୍ର
ମହିଳାମାନଙ୍କୁ ସ୍ୱତନ୍ତ୍ର ସାମାଜିକ ନିରାପତ୍ତା ବବସ୍ଥା


ଭୁବନେଶ୍ୱରରୁ ମାନସୀ ମିଶ୍ର :  ଶ୍ରମ ଶକ୍ତି, ଦେଶର ସବୁଠାରୁ ବଡ଼ ଶକ୍ତି । ଗ୍ରାମ ଠାରୁ ସହର ପର୍ଯନ୍ତ, ବିକାଶର ସବୁ କ୍ଷେତ୍ରରେ ଅଛି ଶ୍ରମିକର ସଫଳ ଅବଦାନ । କୋଣାର୍କ ଠାରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଏବଂ ରେଳ ରୋଡ, ଟେଲିକମ ନେଟଓ୍ୱାର୍କ, ହୀରାକୁଦ ବନ୍ଧ, ସଚିବାଳୟ ଓ ବିଧାନସଭା ସବୁଥ#ରେ ରହିଛି ଶ୍ରମିକ ଭାଇଙ୍କର କୁଶଳୀ ହାତ । ବିଜୁ ଜନତା ଦଳ ଶ୍ରମିକମାନଙ୍କୁ ସମ୍ମାନ ଦିଏ । ଶ୍ରମିକମାନଙ୍କ ମଜୁରି ବୃଦ୍ଧି କରି ବିଜୁବାବୁ ସାରା ଦେଶରେ ଇତିହାସ ସୃଷ୍ଟି କରିଥ#ଲେ । ବିଜୁବାବୁ ଥ#ଲେ ଶ୍ରମିକମାନଙ୍କର ଶ୍ରେଷ୍ଠ ବନ୍ଧୁ । ଓଡ଼ିଶାର ବିକାଶରେ ଶ୍ରମିକମାନଙ୍କ ଗୁରୁତ୍ୱକୁ ମୁଁ ସବୁବେଳେ ଅନୁଭବ କରେ । ବିଜୁ ଜନତା ଦଳ ଶ୍ରମିକମାନଙ୍କ ସାଥୀରେ ସବୁବେଳେ ରହିଆସିଛି ଓ ରହିଥ#ବି । ଶ୍ରମିକମାନଙ୍କ କଲ୍ୟାଣ ପାଇଁ ରାଜ ସରକାର ବହୁତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଶ୍ରମିକମାନଙ୍କ ପାଇଁ ଘର, ପିଲାମାନଙ୍କ ପଢ଼ିବା ଓ ବାହାଘର ପାଇଁ ସହାୟତା, ପେନସନ, ମାଇଗ୍ରେସନ ରୋକିବା ପାଇଁ ଆକ୍ସନ ପ୍ଲାନ ଏବଂ ଆହୁରି ଅନେକ ପଦକ୍ଷେପ ନିଆଯାଇଛି । ଶ୍ରମିକମାନଙ୍କ ଲାଗି ପକ୍କା  ଘର ଓ ସହରରେ ଭଡ଼ା ଘର ଯୋଗାଇ ଦିଆଯାଇଛି । ଏହା ସମଗ୍ର ଦେଶରେ ଆଦର୍ଶ ପାଲଟିଛି ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି ଯେ, ଆମର ସବୁ ଅଣସଂଗଠିତ ଶ୍ରମିକ, ଘରୋଇ କାର୍ଯ୍ୟରେ ସହାୟତା କରୁଥ#ବା ଲୋକଙ୍କ ଠାରୁ ଆରମ୍ଭ କରି ପରିବହନ କର୍ମଚାରୀ, ବିକ୍ରେତା ଆଦି ସବୁ ମଜଦୁରଙ୍କୁ ଶୀଘ୍ର ପରିଚୟପତ୍ର ଦିଆଯିବ । ସମସ୍ତଙ୍କୁ ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯିବ । ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ସାମାଜିକ ନିରାପତ୍ତା ବ୍ୟବସ୍ଥା କରାଯିବ । ବିଜୁ ଜନତା ଦଳ କଥା ନୁହେଁ, କାମରେ ବିଶ୍ୱାସ କରେ । ଆପଣମାନଙ୍କ ଅଧ#କାର ଓ ହକର ସୁରକ୍ଷା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି ସମ୍ମିଳନୀକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ରାଜେନ୍ଦ୍ର ପ୍ରସାଦ ସିଂହ ଅଧ୍ୟକ୍ଷତା କରିଥିଲେ । ସଂଗଠନର ମହାସଚିବ ଶ୍ରୀ ସୁବାସ ସିଂହ ରିପୋର୍ଟ ଉପସ୍ଥାପନ କରି କହିଲେ ଯେ ଏହି ସଂଗଠନ ଓଡ଼ିଶାର ଦେଢ଼କୋଟି ଅସଂଗଠିତ ଶ୍ରମିକଙ୍କ କଲାଣ ପାଇଁ କାର୍ଯ କରିବ । ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ଶ୍ରମଜୀବୀ ଲୋକଙ୍କ ପାଇଁ ଆସ୍ଥା ଓ ବିଶ୍ୱାସ ଆଧାରରେ କାର୍ଯ୍ୟ କରିବା ସଂଗେ ସଂଗେ ସେମାନଙ୍କୁ ସଂଗଠିତ କରାଇବାରେ ପ୍ରୟାସ ଚଳାଇ ରଖିବେ ବୋଲି ସଂଗଠନର ଉପଦେଷ୍ଟା ତଥା କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ କହିଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଏହି ସମ୍ମିଳନୀରେ ଅସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ। ସମଗ୍ର ଦେଶ ଓ ଆମ ରାଜରେ ଅସଂଗଠିତ ଶ୍ରମିକମାନଙ୍କ କଲାଣ ପାଇଁ କୌଣସି କେନ୍ଦ୍ରୀୟ ଯୋଜନା ଓ ବୟବରାଦ କରାଯାଇନାହିଁ । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସ୍ତରର ଅସଂଗଠିତ ଶ୍ରମିକଙ୍କ କଲାଣ ପାଇଁ ବହୁ ଯୋଜନା ଘୋଷଣା କରିଛନ୍ତି କରିଛନ୍ତି ଶ୍ରୀ ସାମଲ କହିଥିଲେ
ବିଧାୟକ ପ୍ରତିରଞ୍ଜନ ଘଡ଼ାଇ, ସୀମର ରଞ୍ଜନ ଦାସ, ପଶ୍ଚିମ ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀ, ଲଳିତ ନାୟକ, ରାଜେନ୍ଦ୍ର ଦାସ, ପୂର୍ବତନ ବିଧାୟକ ଅନୁପ ସାଏ, ସଂଯୁକ୍ତା ମହଲ ପ୍ରମୁଖ ବକ୍ତବ ପ୍ରଦାନ କରି ଏହି ସଂଗଠନକୁ ରାଜବାପୀ ଗଢ଼ିତୋଳିବାକୁ ଆହ୍ୱାନ ନେଇଥିଲେ  ।
 ସଂଗଠନର ଉପ-ସଭାପତି ମେୟର ଅନନ୍ତ ନାରାୟଣ ଜେନା, ଯୁଗଳ ନାୟକ, ପଞ୍ଚାନନ ସେନାପତି, ବୈଦନାଥ ଦାସ, ସୁରେନ୍ଦ୍ର କୁମାର ସ୍ୱାଇଁ, ସଚ୍ଚିନ୍ଦ୍ର ଦାସ, ଅରୁଣ ସ୍ୱାଇଁ, ଅମୃତ ଦାସ, ଗୋଲକ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥ#ଲେ । ଏହି ଅବସରରେ ବିଜୁ ଶ୍ରମିକ ସାମ୍ମୁଖର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥ#ଲେ । ସଭାପତି ଭାବେ ରାଜେନ୍ଦ୍ର ପ୍ରସାଦ ସିଂହ, ଉପ-ସଭାପତି ଭାବେ ଅନୁପ ସାଏ, ଯୁଗଳ କିଶୋର ନାୟକ, ଲଳିତ ନାୟକ, ପଞ୍ଚାନନ ସେନାପତି, ଅନନ୍ତ ନାରାୟଣ ଜେନା, ବୈଦନାଥ ଦାସ, ପ୍ରଶାନ୍ତ ପାଢ଼ୀ, ଅମୃତ ଦାସ, ସଚ୍ଚିନ୍ଦ୍ର ଦାସ, ମହାସଚିବ ଭାବେ ସୁବାସ ସିଂହ, ସଂପାଦକ ଭାବେ ରାଜେନ୍ଦ୍ର ଦାସ, ସଂଯୁକ୍ତା ମହଲ, ସୁରେନ୍ଦ୍ର କୁମାର ସ୍ୱାଇଁ, ଦିଲ୍ଲୀପ କୁମାର କର, ପ୍ରଦୀପ ମିଶ୍ର, ହେମନ୍ତ ନାୟକ, ଗୋଲକ ଚନ୍ଦ୍ର ନାୟକ, ପ୍ରଶାନ୍ତ ସେଠୀ, ଅରୁଣ କୁମାର ସ୍ୱାଇଁ, ପ୍ରମୋଦ କୁମାର ସାହୁ, ପ୍ରଦୀପ ନାୟକ, ପ୍ରବୋଧ ରଥ, ଯୁଗ୍ମ ସଂପାଦକ ଭାବେ ଶ୍ରୀକାନ୍ତ ପଟ୍ଟନାୟକ, ନଳିନୀ ତ୍ରିପାଠୀ, ବିଜୟ କୁମାର ମହାକୁଡ଼, ପ୍ରଦୁମ୍ନ ସାମଲ, କୋଷାଧ୍ୟକ୍ଷ ଭାବେ ତ୍ରିଲୋକ ବିହାରୀ ପଟ୍ଟନାୟକ, ଉପଦେଷ୍ଟା ମଣ୍ଡଳୀରେ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରୀତିରଞ୍ଜନ ଘଡ଼ାଇ, ସମୀର ରଞ୍ଜନ ଦାଶ ଓ ପୂର୍ବତନ ବିଧାୟକ ସାରଦା ନାୟକଙ୍କୁ ମନୋନୀତ କରାଯାଇଛି ।

0
0
0
s2sdefault