ହେଡଲାଇନସ୍:

ତଥାପି ଦୁଃଖ ପ୍ରକାଶ କରିଛି, କ୍ଷମା ବି ମାଗିଛି : ଦାମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଜ ମନ୍ତବ୍ୟ ଉପରେ ପୁଣି ସ୍ପଷ୍ଟୀକରଣ ଦେଲେ ମନ୍ତ୍ରୀ ଦାମ ରାଉତ

 ଲୋକକଥା କହିଥିଲି , ବ୍ୟକ୍ତିଗତ ଆକ୍ଷେପ କରିନଥିଲି

 

ଭୁୁବନେଶ୍ୱର - ମୁଁ ଲୋକକଥା କହିଥିଲି । କାହାରିକୁ ବ୍ୟକ୍ତିଗତ ଆକ୍ଷେପ କରିନଥିଲି । ଏଥିପାଇଁ ମୁଁ ଦୁଃଖ ପ୍ରକାଶ କରିଛି ଓ କ୍ଷମା ମଧ୍ୟ ମାଗିଛି । ତାପରେ ଯଦି କିଏ କିଛି କହିବ ତେବେ ମୁଁ କଣ କରିବି । ବିଜେପି ନେତ୍ରୀଙ୍କ ପ୍ରତି ଦେଇଥିବା ଆପତିଜନକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ବରିଷ୍ଠ ବିଜେଡି ମନ୍ତ୍ରୀ ଡା.ଦାମୋଦର ରାଉତ ଏହା ଉପରେ ସ୍ପଷ୍ଟୀକରଣ ଦେଇ ଏହା କହିଛନ୍ତି ।

ଅନ୍ୟପକ୍ଷରେ ତାଙ୍କ ମନ୍ତବ୍ୟକୁ ନେଇ ଦଳରେ ଅସନ୍ତୋଷ ଦେଖାଯିବା ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଦଳ ଭିତରେ କିଏ ଅସନ୍ତୋଷ ହେଲେ ସେ କଣ କରିବେ । ଯେଉଁମାନେ ଦିନରେ ବସନ୍ତ ଓ ରାତିରେ ବାସନ୍ତୀ , ଲୋକେ ସେମାନଙ୍କୁ ଜବାବ୍ ଦେବେ ବୋଲି ମନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ।

ଅପରପକ୍ଷରେ ଡା. ରାଉତଙ୍କ ସ୍ୱାମୀ ଛାଡି ଅଙ୍ଗନବାଡି ମନ୍ତବ୍ୟ ପ୍ରତିବାଦରେ ବିଜେପି ମହିଳାମୋର୍ଚ୍ଚା ଆନ୍ଦୋଳନ ଜାରୀ ରଖିଛି । ଆନ୍ଦୋଳନର ଦ୍ୱିତୀୟ ଦିନରେ ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ରାମ ମନ୍ଦିର ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡା. ରାଉତଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଆନ୍ଦୋଳନର ନେତୃତ୍ୱ ନେଇଥିବା ଭୁବନେଶ୍ୱର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ମୀନାକ୍ଷୀ ପ୍ରିୟଦର୍ଶିନୀ କହିଛନ୍ତି ଯେ ବିଜେଡିର ବରିଷ୍ଠ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ ମହିଳା ମାନଙ୍କୁ ଅପମାନିତ କରିଛନ୍ତି । ଏଥିପାଇଁ ତାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରାଯିବାକୁ ଆମେ ଦାବି କରୁଛୁ । ଦାବି ପୂରଣ ହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରୀ ରଖିବୁ ବୋଲି ସେ କହିଛନ୍ତି । 

0
0
0
s2sdefault