ହେଡଲାଇନସ୍:

ଯୁବ ପରେ ମହିଳା ସଂଗଠନ ପୁନର୍ଗଠିତ କଲା ବିଜୁ ଜନତା ଦଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ରାଜ୍ୟ କମିଟିରେ ୧୫ଜଣ ଉପ-ସଭାପତି, ୧୬ଜଣ ସାଧାରଣ ସଂପାଦକ,

 ୧୫ଜଣ ସଂପାଦକ, ଜଣେ କୋଷାଧ୍ୟକ୍ଷ,୫୮ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ 

୩୨ଟି ସାଙ୍ଗଠନିକ ଜିଲ୍ଲାରେ ସଭାନେତ୍ରୀଙ୍କ ନାମ ଘୋଷଣା

 

ଭୁବନେଶ୍ୱରରୁ ଚକ୍ରଧର ମାଝି : ଯୁବ ସଙ୍ଗଠନକୁ ପୁନର୍ଗଠିତ କରିବା ପରେ ଏକ ପ୍ରକାର ସୁପ୍ତ ହୋଇ ରହିଥିବା ନିଜର ମହିଳା ସଂଗଠନର ପୁନର୍ବିନ୍ୟାସ କରିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳ ରାଜ୍ୟ ସଭାପତି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳକୁ ଅଧିକ କ୍ରିୟାଶୀଳ ଏବଂ ତୃଣମୂଳ ସ୍ତରରେ ମହିଳା ସଂଗଠନକୁ ସୁଦୃଢ଼ କରିବା ପାଇଁ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ  ବିଧାୟିକା ପ୍ରମିଳା ମଲ୍ଲିକ ରାଜ୍ୟ କମିଟିରେ ୧୫ଜଣ ଉପ-ସଭାପତି, ୧୬ଜଣ ସାଧାରଣ ସଂପାଦକ, ୧୫ଜଣ ସଂପାଦକ, ଜଣେ କୋଷାଧ୍ୟକ୍ଷ, ୩୨ଟି ସାଂଗଠନିକ ଜିଲ୍ଲା ସଭାପତି ଓ ୫୮ଜଣଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ମନୋନୀତ କରିଛନ୍ତି ।

ଉପ-ସଭାପତି 

ଗୀତାଞ୍ଜଳି ବସ୍ତିଆ, ପ୍ରଭାସିନୀ ନନ୍ଦ, କନକ ପ୍ରଭା ଲେଙ୍କା, ମମତା ବିଶୋୟୀ, ରୋଶନା ସାହୁ, ସଂଯୁକ୍ତା ମହଲ, ଦେବକୀ ଦାସ, ସୁନନ୍ଦା ଶତପଥୀ, ସରୋଜିନୀ ରାଜ, ମହାମାୟା ସ୍ୱାଇଁ, ସରୋଜିନୀ ମହାପାତ୍ର, ସାଧନା ସାମନ୍ତରାୟ, ସଂଯୁକ୍ତା ମହାନ୍ତି, ମାଳତୀ ମାଝୀ, ପ୍ରୀତିନନ୍ଦା ରାଉତରାୟ,

 ସାଧାରଣ ସଂପାଦକ

ପୁଷ୍ପାଞ୍ଜଳି ରଣା, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଜ୍ୟୋତ୍ସ୍ନା ପାଢ଼ୀ, ବି. ସୁନିତା, ଅହଲ୍ୟା ବେହେରା, ଜଲିନା ପ୍ରିୟଦର୍ଶିନୀ, ସରଳା ସ୍ୱାଇଁ, ସୁନୀତା ସିଂହ, ଗୋପ ମହାନନ୍ଦା, ସୂର୍ଯ୍ୟମଣୀ ବେହେରା, ମୀନାରାଣୀ ମହାନ୍ତି, ସ୍ୱର୍ଣ୍ଣଲତା ସାମଲ, କ୍ୱିମାର ସୁଲତାନା, ମନୋରମା ଆଚାର୍ଯ୍ୟ, ସମ୍ପା ମଜୁମଦାର, ସନ୍ଧ୍ୟାରାଣୀ ବିଶ୍ୱାଳ

 ସଂପାଦକ

ଚନ୍ଦ୍ରଲେଖା ପଟ୍ଟନାୟକ, ସାଗରିକା ମିଶ୍ର, କାଜଲ ମାରାଣ୍ଡି, ଉର୍ମିଲତା ଦାସ, ଝାରସ୍ମିତା ଦେହୁରୀ, ଇତିଶ୍ରୀ ଜେନା, ରଞ୍ଜିତା କାହାଳୀ, ଅରୁଣିମା ନନ୍ଦ, ସବିତା ପ୍ରଧାନ, ମାନସୀରାଣୀ ସୁନ୍ଦରାୟ, ଲକ୍ଷ୍ମୀପ୍ରିୟା ସେଠୀ, ବନ୍ଦମା ସୁନୀତା, ସବିତା ମହାପାତ୍ର, ରଞ୍ଜୁଲତା ସାହୁ, ସକୁନ୍ତଳା ସାହୁ

କୋଷାଧ୍ୟକ୍ଷ- କେ. ଶାନ୍ତି

ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ 

ସୁଜାତା ଦିଗଲ, ଆରତୀ ଦାସ, ରଶ୍ମୀ ଦାସ, ଆଶା ଦେବୀ, ସୁଶ୍ରୀତା ପାଇକରାୟ, କମଳା କୁଜର, କୁଞ୍ଜଲତା ଭିତିରିଆ, ବୈଦେହୀ ବାଗ, ଅଞ୍ଜନା ପଟେଲ, ସବିତା ପ୍ରଧାନ, ପ୍ରତୀକ୍ଷା ସିଂହ, ଅହ୍ଲାଦିନ୍‍ ନାୟକ, ଲିପିକା ରାଉତ, ପୁଷ୍ପଲତା ଜେନା, ସନ୍ତୋଷିନୀ ସଲ୍‍ମା, ପୁଷ୍ପାଞ୍ଜଳି ପାଣ୍ଡେ, ଲକ୍ଷ୍ମୀ ରଙ୍ଗତତେ, ସୁଭଦ୍ରା ସାହୁ, ମନ୍ଦାକିନୀ ସାହୁ, ପୁଷ୍ପାଞ୍ଜଳି ପାଣି, ରଶ୍ମୀରେଖା ଦେବ, ଏଲୋରା ବେହେରା, କାଞ୍ଚନବାଳା ଦାସ, ସୁକାନ୍ତି ପାଢ଼ୀ, ଉମା ଅଗ୍ରୱାଲ, ତନ୍ମୟ ରାୟ, ପଦ୍ମିନୀ ଦିଆନ୍‍, ସନ୍ଧ୍ୟାରାଣୀ ଭୂୟାଁ, ଅଲିଭା ଦାସ, ସୌମ୍ୟ ସାଗରିକା ଶୁକ୍ଳା, ସତଦଳ ମହାନ୍ତ, କବିତା ପୁରୋହିତ, ଭାରତୀ ହାଁସଦା, ସୁକାନ୍ତି ବୁର୍ଦା, ଯେମାମଣୀ ଧରୁଆ, ଅନୁସୟା ସବାପତି, ସୁନନ୍ଦା ସାହୁ, ସନ୍ତୋଷିନୀ ଥାନପତି, ଝରଣା ମଲ୍ଲିକ, ରଞ୍ଜୁଲତା ରାୟ, ସଂଗୀତା ଶର୍ମା, ପଦ୍ମିନୀ ଦାସ, ପ୍ରିୟତମା ବେହୁରିଆ, ପ୍ରତିଭା ମଲ୍ଲିକ, ନୀନାରାଣୀ ସାମଲ, ପ୍ରମିଳା ମହାନ୍ତି, ଅନୀତା ପାତ୍ର, ବିଦ୍ୟୁତପ୍ରଭା ନନ୍ଦ, ଲୋପାମୁଦ୍ରା ବାରିକ, ରୁବି ମହାକୁଡ଼, ଚମ୍ପା ଟୁଡୁ, ସୁମିତ୍ରା ମହାନ୍ତି, ରଞ୍ଜିତା ସ୍ୱାଇଁ, ଇତିଶ୍ରୀ ସାମଲ, କେ. ମାଧବୀ, ମିନାକ୍ଷୀ ମିଶ୍ର, ଯମୁନା ହୋ ଓ ବବିତା ଜେନାଙ୍କୁ ମନୋନୀତ କରିଛନ୍ତି ।

ସେହିପରି ଜିଲ୍ଲା ସଭାପତି ଭାବେ କଟକ- ଶୁଭଦ୍ରା ଦାସ, ଯାଜପୁର- ପୂଜାରାଣୀ ବଳ, କେନ୍ଦ୍ରାପଡ଼ା- ସ୍ନେହପ୍ରଭା ତ୍ରିପାଠୀ, କେନ୍ଦୁଝର- ଆରତୀ ସିଂହ, ମୟୂରଭଞ୍ଜ- ଜ୍ୟୋତିର୍ମୟୀ କବାଟ, ଭଦ୍ରକ- କୁମାରୀ ବିଦୁଲତା ନାୟକ, ବାଲେଶ୍ୱର- ବିନ୍ଦୁବାଳା ନନ୍ଦୀ, ଢେଙ୍କାନାଳ- ମିତାଞ୍ଜଳି ସ୍ୱାଇଁ, ଅନୁଗୁଳ- ଗିରିଜା ନନ୍ଦିନୀ ସାହୁ, ବରଗଡ଼- ସୁଜାତା ପଣ୍ଡା, ବଲାଙ୍ଗୀର- ବିଧାୟିକା ଟୁକୁନି ସାହୁ, ସୋନପୁର- ଶ୍ରୀମତୀ ମାଧବୀ କହଁର, ବୌଦ୍ଧ- ଯଶମିନ୍‍ ପ୍ରଧାନ, କନ୍ଧମାଳ- ଅନିମା କହଁର, ନୂଆପଡ଼ା- ସରସ୍ୱତୀ ବାଗ, କଳାହାଣ୍ଡି- କଲ୍ୟାଣୀ ନାୟକ, ନବରଙ୍ଗପୁର- ନବିନା ନାୟକ, ରାୟଗଡ଼ା- ଅନୁସୟା ମାଝୀ, ମାଲକାନଗିରି- ପଦ୍ମିନୀ ମୁଦୁଲି, କୋରାପୁଟ- ଶ୍ରୀମତୀ ଏମ୍‍. ମାଗମା, ଗଜପତି- ନର୍ମଦା ଦଳେଇ, ଗଞ୍ଜାମ- ସଂଘମିତ୍ରା ଦଳେଇ, ନୟାଗଡ଼- ଜୟଶ୍ରୀ ଦାସ, ପୁରୀ- ଶାନ୍ତିଲତା ପ୍ରଧାନ, ଝାରସୁଗୁଡ଼ା- ଜୟ କୁମାରୀ ପଟେଲ, ଜଗତସିଂହପୁର- ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ଦେବଗଡ଼- ପ୍ରମିଳା ଟିଗା, ସମ୍ବଲପୁର- ରାଜଲକ୍ଷ୍ମୀ ପ୍ରଧାନ, ଭୁବନେଶ୍ୱର- ଭାରତୀ ସିଂହ, ରାଉରକେଲା- ଆରତୀ ଚୌଧୁରୀ, ସୁନ୍ଦରଗଡ଼- କୁସୁମ ଟେଟେ ଏବଂ ଖୋର୍ଦ୍ଧା- ବାସନ୍ତି ମହାପାତ୍ରଙ୍କୁ ମନୋନୀତ କରିଛନ୍ତି ।

0
0
0
s2sdefault