୪ ଜିଲ୍ଲା ଯୁବସଂଗଠନର ପୁନର୍ବିନ୍ୟାସ କଲା ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱରରୁ ଚକ୍ରଧର ମାଝି:ରାଜ୍ୟ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଯୁବ ଜନତା ଦଳର ସଂଗଠନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ଝାରସୁଗୁଡ଼ା, ମାଲକାନଗିରି, ଦେବଗଡ଼ ଓ ନବରଙ୍ଗପୁର ଜିଲ୍ଲାର ବିଜୁ ଯୁବ ଜନତା କମିଟିକୁ ପୁନର୍ଗଠନ କରିଛନ୍ତି ବୋଲି ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି ।

ଝାରସୁଗୁଡ଼ା ଜିଲ୍ଲା କମିଟି

ଉପଦେଷ୍ଟା ଭାବେ ନରେଶ ସିଂହ,  ଉପ-ସଭାପତି ଭାବେ ରାହୁଲ ସିହ୍ନା, ବିନୟ ପଟେଲ, ପପୁନ ପାଣିଗ୍ରାହୀ, କ୍ଷୀରୋଦ ରାଉତ, ରାଜେନ୍ଦ୍ର କିଶାନ, ସାଧାରଣ ସଂପାଦକ ଭାବେ ରାଧାକାନ୍ତ ପ୍ରଧାନ, ସଂଜୀତ ନାଏକ, ଧର୍ମୁ କୁମାର ବେହେରା, ଅଶ୍ୱିନୀ ପାଣ୍ଡେ, ପ୍ରଭାତ ରଞ୍ଜନ ଦାସ, ସଂପାଦକ ଭାବେ ସଂଗ୍ରାମ ମହାନ୍ତି, ସରୋଜ ମୁଣ୍ଡା, ସରୋଜ ଗୌଡ଼, ଆନନ୍ଦ ସାହୁ, ଶ୍ୟାମ ଘୋଷ, ଲିଙ୍ଗରାଜ ମହାପାତ୍ର, ସ୍ୱାଧୀନ ବିଶ୍ୱାଳ, ରୀତେଶ ସାହୁ, ଦୟାସାଗର ସାହୁ, ଦିବ୍ୟ ଧୁରୁଆ, ଝାରସୁଗୁଡ଼ା ନଗର ସଭାପତି ଭାବେ ଅରବିନ୍ଦ ବାରିକ, ବ୍ରଜରାଜନଗର ନଗର ସଭାପତି ଭାବେ ମାନସ ସାହୁ, ବେଲପାହାଡ଼ ନଗର ସଭାପତି ଭାବେ ତୌସିଫ୍‍ ଆଲମ୍‍, ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ନିରଞ୍ଜନ ଜେନା, ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ମାନସ ସାହୁ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ସୌମ୍ୟରଞ୍ଜନ ବେହେରା, ଝାରସୁଗୁଡ଼ା ବ୍ଲକ ସଭାପତି ଭାବେ ଭୂପେନ୍ଦ୍ର ତ୍ରିପାଠୀ, କିରିମିରା ବ୍ଲକ ସଭାପତି ଭାବେ ସୁନୀଲ କୁମାର କୁଅଁର, କୋଲାବିରା ବ୍ଲକ ସଭାପତି ବଳରାମ ପାଣ୍ଡେ, ଲାଇକେରା ବ୍ଲକ ସଭାପତି ମାଧବ ସିଂହ, ଲଖନପୁର ବ୍ଲକ ସଭାପତି ଭାବେ ପଦ୍ମଲୋଚନ ଭୋଇଙ୍କୁ ମନୋନୀତ କରାଯାଇଛି ।

ନବରଙ୍ଗପୁର ଜିଲ୍ଲା କମିଟି

 ଜିଲ୍ଲା ଉପ-ସଭାପତି ଭାବେ ପ୍ରକାଶ ଚନ୍ଦ୍ର ମାଝୀ, ପରେଶ ଜେନା, ରବି ପଟ୍ଟନାୟକ, ଦେବଜ୍ୟୋତି ପଟ୍ଟନାୟକ, ସୁବାଶ ଗଣ୍ଡ,ସାଧାରଣ ସଂପାଦକ ଭାବେ ରାଧାକୃଷ୍ଣ ତ୍ରିପାଠୀ, ସନ୍ତୋଷ ଷଡ଼ଙ୍ଗୀ, ଯୋଶେଫ୍‍ କୁମାର ନାୟକ, ବରୁଣ ପଙ୍କ, ଗମ୍ଭୀର ଚୌହ୍ୱାନ, ସଂପାଦକ ଭାବେ ନୀଳମାଧବ ପାତ୍ର, ସଂଜୟ ନାୟକ, ଛବିଲାଲ ସତ୍‍ନାମୀ, ବଳରାମ ପଟ୍ଟନାୟକ, ମୋତିଲାଲ ସାହୁ, ସଂଜୟ ଗୁପ୍ତା, ଉପେନ୍ଦ୍ର ଗଣ୍ଡ, ପାପନା ରିଲେ, ପଙ୍କଜ ହରିଜନ,ନବରଙ୍ଗପୁର ମୁ୍ୟନିସିପାଲିଟି ସଭାପତି ଭାବେ ସୁମନ୍ତ କୁମାର ଷଡ଼ଙ୍ଗୀ, ନବରଙ୍ଗପୁର ବ୍ଲକ ସଭାପତି ଭାବେ ଦାମୁ ହରିଜନ, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ଭାବେ ସୂର୍ଯ୍ୟ ରନ୍ଧାରୀ, ନନ୍ଦାହାଣ୍ଡି ବ୍ଳକ ସଭାପତି ଭାବେ ପୁରନ୍ଧର ହରିଜନ, ପାପଡାହାଣ୍ଡି ବ୍ଳକ ସଭାପତି ଭାବେ ଶେଖ ଇକ୍‍ବାଲ୍‍, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡ଼ା ବ୍ଲକ ସଭାପତି ଭାବେ ବନମାଳୀ ବିଶୋଇ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡ଼ା ବ୍ଲକ ସଭାପତି ଭାବେ ଅଲେଖ ମାଝୀ, ଝରିଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଳକ ସଭାପତି ଭାବେ ବିକ୍ରମ କୁମାର ସିଂହ, ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉମରକୋଟ ବ୍ଳକ ସଭାପତି ଭାବେ ତ୍ରିନାଥ ମୁଦୁଲି, ଉମରକୋଟ ମୁ୍ୟନିସିପାଲିଟି ସଭାପତି ଭାବେ ଭିକି ଗୁପ୍ତା, ରାଇଘର ବ୍ଲକ ସଭାପତି ସତ୍ୟେନ ସନ, ଝରିଗାଁ ବ୍ଲକ ସଭାପତି ଭାବେ ଦୁର୍ଗା ପ୍ରସାଦ ମାଝୀ, ଚନ୍ଦାହାଣ୍ଡି ବ୍ଲକ ସଭାପତି ଭାବେ ତ୍ରିନାଥ ଦାସ, ଡାବୁଗାଁ ବ୍ଲକ ସଭାପତି ଭାବେ ଟି. ଜୁଗୁନୁ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଆଇ. ମୁରଲୀ କ୍ରିଷ୍ଣା, ଝରିଗାଁ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ପ୍ରଦୀପ କୁମାର ଗୌନ୍ତିଆ, ଉମରକୋଟ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଚିତ୍ତରଞ୍ଜନ ଗଣ୍ଡ, ଡାବୁଗାଁ ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ରାମ ମିରିଗାଁ ଓ ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ସୁଶାନ୍ତ କୁମାର ବେହେରାଙ୍କୁ ମନୋନୀତ କରାଯାଇଛି ।

ଦେବଗଡ଼ ଜିଲ୍ଲା କମିଟି 

ଜିଲ୍ଲା ଉପ-ସଭାପତି ଭାବେ ମାନସ ପ୍ରଧାନ, ଦେବାନନ୍ଦ ପ୍ରଧାନ, ସୂର୍ଯ୍ୟମଣୀ ମହାନ୍ତ, ଅହିଂସ ନାୟକ, ସଂଜୀବ କୁମାର ନାଏକ, ସାଧାରଣ ସଂପାଦକ ଭାବେ କୁଳଚନ୍ଦ୍ରମା ହସ୍ତୀ, ଟିକେଶ୍ୱର ଗଡ଼ନାୟକ, ସୁଦାମ ପ୍ରଧାନ, ଅରୁଣ ସାହୁ, ମୁନିନ୍ଦ୍ର କୁମାର ବିଶ୍ୱାଳ, ସଂପାଦକ ଭାବେ ଲଳିତ କୁମାର ପାଳ, ଅଖିଳ ଭୋଇ, ଅଜୟ କୁମାର ସାହୁ, ପପୁ କୁମାର ଦେବ, ସୁଶାନ୍ତ ପ୍ରଧାନ, ଦିଲ୍ଲୀପ କୁମାର ନାୟକ, ସୁବ୍ରତ କୁମାର ସାହୁ, ଅସ୍ପରଙ୍ଗ କୁମାର ପଣ୍ଡା, ସତ୍ୟବ୍ରତ ନାୟକ, ଜିତୁ ସେଠୀ, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ଶରତ ମେହେର, ବାରକୋଟ୍‍ ବ୍ଲକ ସଭାପତି ଭାବେ ତ୍ରିଲୋକେଶ ପ୍ରଧାନ, ରିଆମାଳ ବ୍ଳକ ସଭାପତି ଭାବେ ପପୁ ବିଶ୍ୱାଳ, ତିଲେଇବଣୀ ବ୍ଲକ ସଭାପତି ଭାବେ ଲୁଇସ୍‍ ଟପ୍ପୋଙ୍କୁ ମନୋନୀତ କରାଯାଇଛି ।

ମାଲକାନଗିରି ଜିଲ୍ଲା କମିଟି

ଯୁବ ବିଜେଡି କମିଟିରେ ସଭାପତି ଭାବେ ନିରୋଦ ମିସ୍ତ୍ରୀଙ୍କୁ ମନୋନୀତ କରାଯାଇଥିବା ଉପ-ସଭାପତି ଭାବେ ଗଙ୍ଗା କରମ୍‍, ଅନୁପ ଗୋଲଦାର, ଡି. ନାଗ, ବିଦ୍ୟା ପୂଜାରୀ, ଟୁକୁଲ ପ୍ରଧାନ, ସାଧାରଣ ସଂପାଦକ ଭାବେ ଜଗବନ୍ଧୁ ପଢ଼ିଆରୀ, ମଙ୍ଗଳା ପାଙ୍ଗୀ, ବାପି ଜେନା, ପ୍ରକାଶ ମଜୁମଦାର, ଗୋପୀ ପାଙ୍ଗୀ, ସଂପାଦକ ଭାବେ ତ୍ରିଲୋଚନ ଚୌଧୁରୀ, ସୁକଦେବ ବୈରାଗୀ, ଅନନ୍ତ ଗୋଲରୀ, ସୋମାରୁ ଭୂମିଆ, ଖୋକନ ମଜୁମଦାର, ଭଗବାନ ଗୋଲରୀ, ହରମନ ଖିଲୋ, ଗୋବିନ୍ଦ ସିଲ, ସିଙ୍ଗ ମାଡକାମୀ, ଏସ୍‍. ମୁରଲୀଙ୍କୁ ମନୋନୀତ କରାଯାଇଛି । ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଅଜୟ ଦାସ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ସଭାପତି ଭାବେ ଶ୍ରୀନିବାସ ମୁଦୁଲି, ସୋସିଆଲ୍‍ ମିଡିଆ ଇନ୍‍ଚାର୍ଜ ଭାବେ ସଦାନନ୍ଦ ଖରାଙ୍କୁ ମନୋନୀତ କରାଯାଇଛି ବୋଲି ଆଜି ପ୍ରେସ୍‍ ଇସ୍ତାହାରେ ବିଜୁ ଯୁବ ଜନତା ଦଳ ସଭାପତି ଅମରେଶ ପତ୍ରୀ, କାର୍ଯ୍ୟକାରୀ ସଭାପତି ସଂଜିତ ମହାନ୍ତି ଓ ମହାସଚିବ ଶିଶିର ପରିଜା ମିଳିତ ଭାବେ ଘୋଷଣା କରିଛନ୍ତି ।

0
0
0
s2sdefault