ହେଡଲାଇନସ୍:

ବିରୋଧି ଦଳ ନେତାଙ୍କୁ ବିଜେଡି ଯୁବ ନେତା ଅର୍କେଶଙ୍କ ପ୍ରଶ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

  • ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବାବେଳେ  କାହିଁକି ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ବଲାଙ୍ଗିରରେ କଲେ ନାହିଁ ? 
  • ବିରୋଧି ଦଳର ନେତା ପି.ପି.ପି. ମୋଡରେ ମେଡିକାଲ କଲେଜ ଡାକ୍ତରି ପାଠ ଓ ଚିକିତ୍ସାସେବାକୁ ବେପାରୀକରଣ ଆଡକୁ ଠେଲିବାକୁ  ଚାହୁଁନଥିଲେ କି ?
  • କେଉଁ ଉଦ୍ଦେଶ୍ୟରେ ବଲାଙ୍ଗିର ଆଇନ ମହାବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷରୁ ଉର୍ଧ୍ଵ  ସଭାପତି ଥାଇ ମାନ୍ୟବର  ଆଇନ ମହାବିଦ୍ୟାଳୟକୁ  ସରକାରୀ ବିଦ୍ୟାଳୟରେ ପରିଣତ କରାଇପାରିଲେନି କେମିତି  ?
  • ୧୯୯୯ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରଚେଷ୍ଟାରେ ବଲାଙ୍ଗିର ଠାରେ ୩୦ ଲକ୍ଷ ଟଙ୍କାରେ ନିର୍ମିତ ମେଡିକାଲ କଲେଜ ଏବେ ମଧ୍ୟ ଜରାଜିନ୍ନ ହୋଇ ଭୂତ କୋଠିରେ ପରିଣତ ହୋଇ ପଡିରହିଛି ।
  • ଏବେ ବିରୋଧୀ ଦଳରେ ଥାଇ ମେଡିକାଲ କଲେଜ ସେ କରିଛନ୍ତି ବୋଲି କହୁଛନ୍ତି, ୧୯୯୯ରେ ମହୋଦୟ କେଊଁ ଦଳରେ ଥିଲେ, କେଉଁଦଳ ସରକାର ଥିଲା  ଆଉ ସେ ସ ସମୟରେ ମେଡିକାଲ କଲେଜ ମାନ୍ୟବୀର କରିପାରିଲେ ନାହିଁ କାହିଁକି ?

BOLANGIR (NIROJ MISHRA) : ବଲାଙ୍ଗିର ଠାରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇ ହୀନ ରାଜନୀତି କରୁଥିବା ବିରୋଧି ଦଳ ନେତା ଏବଂ ତାଙ୍କ ପରିବାର ସଦସ୍ୟ ବିଭିନ୍ନ ଗଣମାଧ୍ୟମରେ ଅବାନ୍ତର ମନ୍ତବ୍ୟ ଦେଉଛନ୍ତି । ଏନେଇ ବିଜେଡି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେଡିକାଲ କଲେଜ ଓ ହସପିଟାଲକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ଏହି ମେଡିକାଲ କଲେଜର ଆବଶ୍ୟକାତାକୁ ଆଖି ଆଗରେ ରଖି ଜନସାଧାରଣଙ୍କ ତରଫରୁ ଏଥି ପାଇଁ ଦାବୀ ହୋଇ ଆସୁଥିଲା । ଦୀର୍ଘଦିନର ଦାବିକୁ ହୃଦୟଙ୍ଗମ କରି ପଛୁଆ ଅଞ୍ଚଳର ସାମୁହିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ କେବଳ ମେଡିକାଲ କଲେଜ ଦେଇ ନାହାନ୍ତି ।  ଏହା ସହ ବଲାଙ୍ଗୀର ଜିଲ୍ଲାର ବିକାଶ ପାଇଁ ବହୁତ କିଛି ଦେଇଛନ୍ତି । ମେଡିକାଲ କଲେଜ ଉଦ୍ଘାଟନି ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ମେଡିକାଲ କଲେଜ ସ୍ଥାପନରେ କେତେକ ସମସ୍ୟା ସୃଷ୍ଟି ହୋଇଥିବାର କଥା ଉଲ୍ଲେଖ କରିଥିଲେ । ଏହାକୁ ବିରୋଧି ଠିକ୍ ଭାବରେ ହୃଦୟଙ୍ଗମ କରି ନ ପାରି ଗଣ ମାଧ୍ୟମ ସାମ୍ନାରେ ଠିକ୍ ଓଲଟା କଥା କହିବା ସହ ରାଜ ପରିବାରର ସଦସ୍ୟଙ୍କୁ ବଦନାମ କରିବାକୁ ଅପଚେଷ୍ଟା ଚଳେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ୧୯୯୯ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପ୍ରଚେଷ୍ଟାରେ ବଲାଙ୍ଗିର ଠାରେ ୩୦ ଲକ୍ଷ ଟଙ୍କାରେ ନିର୍ମିତ ମେଡିକାଲ କଲେଜ ଏବେ ମଧ୍ୟ ଜରାଜିନ୍ନ ହୋଇ ଭୂତ କୋଠିରେ ପରିଣତ ହୋଇ ପଡିରହିଛି । ଉକ୍ତ ବିଷୟରେ ମାନ୍ୟବର ବିଧାୟକ କାହିଁକି କୌଣସି ମନ୍ତବ୍ୟ ଦେଉ ନାହାନ୍ତି । ଏହି ଅର୍ଥ ସରକାରଙ୍କ ରାଜ କୋଷରୁ ବର୍ବାଦ ନୁହେଁ କି? ଏହା ମଧ୍ୟ ଭିଜିଲାନ୍ସ ତଦନ୍ତ ସାପେକ୍ଷ । ମେଡିକାଲ କଲେଜ ପାଇଁ ନବୀନ ସରକାର ୧୮୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ପୁଣି ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ହସ୍ପିଟାଲ ନିର୍ମାଣ ପାଇଁ ଅଧିକ ୧୩ ଏକର ଜମି ଯୋଗାଇ ଦେବାର ଯୋଜନା ରହିଛି । ଏହି ହସ୍ପିଟାଲ ପାଇଁ ୯୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏଥିରୁ ସ୍ପଷ୍ଟ ଜଣା ପଡେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଭୀମ ଭୋଇ ମେଡିକାଲ କଲେଜ ହୋଇପାରିଛି । ଆହୁରି ମଧ୍ୟ ମୁଁ କହିବାକୁ ଚାହେଁ ଯେ, ସ୍ଥାନୀୟ ବିଧାୟକ ମହାଶୟ ସ୍ୱପ୍ନ ଦେଖିବା ଆଳରେ ଲୋକଙ୍କୁ ଭୂଆଁ ବୁଲେଇବା ଭଳି ବିଭନ୍ନ ସମୟରେ ମନ୍ତବ୍ୟ ଦେଇଛନ୍ତି । ୧୯୯୯ ର ସତ୍ୟତା ଜାଣିବା ପରେ ଆମେ ମୁଖ୍ୟ ମନ୍ତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ପାଇଁ ଚେଷ୍ଟା କଲୁ ଏବଂ ବଲାଙ୍ଗିରରେ କିଭଳି ସରକାରୀ ମେଡିକାଲ କଲେଜ ହୋଇପାରିବ । ଯାହା ଦ୍ୱାରା ସ୍ଥାନୀୟ ଲୋକେ ଅଳ୍ପ ଖର୍ଚ୍ଚରେ ଡାକ୍ତରି ପାଠ ପଢିପାରିବେ ଏବଂ ରୋଗୀ ସେବା ପାଇ ପାରିବେ । ମାନ୍ୟବର ବିରୋଧି ଦଳର ନେତା ପି.ପି.ପି. ମୋଡରେ ଆରମ୍ଭ କରିଥିବା ମେଡିକାଲ କଲେଜ ଏବେ ଯଦି ହୋଇଥାନ୍ତା । ତେବେ ଏହା ଡାକ୍ତରି ପାଠ ପାଇଁ ଏକ ବ୍ୟବସାୟିକ ପ୍ରତିÂାନରେ ପରିଣତ ହୋଇ ଜନସାଧାରଣ ସ୍ୱାର୍ଥ ପାଇଁ ହୋଇ ନଥାନ୍ତା । ଏହା ସତ୍ୱେ ୧୯୯୯ ମସିହାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ମେଡିକାଲ କଲେଜ ଶୁୁଭାରମ୍ଭ ହୋଇଥିଲା । ଯେଉଁ ନେତା ଏହା କହୁଛନ୍ତି, ସେ ସମୟରେ ଉକ୍ତ ନେତା ଜଣକ କେଉଁ ଦଳରେ ଥିଲେ ଏବଂ ଓଡିଶାରେ କେଉଁ ସରକାର ଥିଲା । ସେ ନେତା ପରବର୍ତ୍ତି ସମୟରେ ଓଡିଶା ବିଧାନ ସଭାରେ ଡେପ୍ୟୁଟି ଅପୋଜିସନ୍ ଲିର୍ଡରରେ ଅବସ୍ଥାପିତ ଥିଲେ । କେନ୍ଦ୍ରରେ ୟୁ.ପି.ଏ ସରକାର କାର୍ଯ୍ୟ କରୁଥିଲା । ସେ ଯଦି କହୁଛନ୍ତି, ମୁଁ ବର୍ତ୍ତମାନର ମେଡିକାଲ କଲେଜ କରିଛି ତାହା ହେଲେ ସେ ସମୟରେ କାହିଁକି ମେଡିକାଲ କଲେଜ କରିପାରିଲେ ନାହିଁ । ଜଣେ ଲୋକ ସ୍ୱପ୍ନ ଦେଖିଲେ ଯଦି କାମ ହୁଏ । ତାହାହେଲେ ସମସ୍ତେ ବାସ୍ତବତାକୁ ନ ଯାଇ ଖାଲି ସ୍ୱପ୍ନ ଦେଖୁଥାନ୍ତେ । ମୁଁ ଏଠାରେ ଗଣ ମାଧ୍ୟମରେ କହିବାକୁ ଚାହେଁ ଯେ, ମେଡିକାଲ କଲେଜ କାହିଁକି ହୋଇ ନାହିଁ ତାହାର ବାସ୍ତବତାକୁ ବ୍ୟକ୍ତିଗତ ଭାବେ ନିରିକ୍ଷଣ କଲେ ଜଣାଯାଏ ଯେ, ଲୋକଙ୍କ ସସ୍ତା ରାଜନୀତିର ପାଠ ପଢାଉଥିବା, ଓକିଲାତି ବୁଦ୍ଧିକୁ ପ୍ରୟୋଗ କରି ନିରୀହ ଜନସାଧାରଣଙ୍କୁ ଭୁଆଁ ବୁଲେଇବା ଛଡା ଆଉ କିଛି ନୁହେଁ । ମୁଁ ଆପଣମାନଙ୍କ ଜରିଆରେ ଜନସାଧାରଣଙ୍କୁ ଜଣାଇବା ପାଇଁ ଚାହେଁ ଯେ, ସ୍ଥାନୀୟ ବିଧାୟକ ଯେତେବେଳେ ୧୯୯୯ ମସିହାର କଥା ଦୋହରାଇଛନ୍ତି । ତାହାହେଲେ ବଲାଙ୍ଗିର ବାସୀଙ୍କ ପକ୍ଷରୁ ମୁଁ ମାନ୍ୟବର ବିଧାୟକଙ୍କୁ କିଛି ପ୍ରଶ୍ନ କରୁଛି ଯେ, ସେ ଯେତେବେଳେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ । ସେ ସମୟରେ କାହିଁକି ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟାଳୟ ବଲାଙ୍ଗିରରେ କଲେ ନାହିଁ ?  ସେ ଯେତେବେଳେ ଆଇନ ମନ୍ତ୍ରୀ ଥିଲେ । ସେ ସମୟରେ କାହିଁକି ହାଇ କୋର୍ଟ ବେଞ୍ଚ୍ରେ ବଲାଙ୍ଗିରରେ ପ୍ରତିଷ୍ଠା  କଲେ ନାହିଁ ? ପୁଣି ପରବର୍ତ୍ତି ସମୟରେ ଲ-କମିଶନର ସଦସ୍ୟ ଥିଲା ସମୟରେ କାହିଁକି ହାଇକୋର୍ଟ ବେଞ୍ଚ୍ ବଲାଙ୍ଗିରରେ କରିପାରିଲେ ନାହିଁ । ଯାହା କେନ୍ଦ୍ର ସରକାରର ଅଧିନରେ ଥିଲା । ବଲାଙ୍ଗିର ଆଇନ ମହାବିଦ୍ୟାଳୟରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ସଭାପତି ଥିବା ମାନ୍ୟବର ବିଧାୟକ  ଆଇନ ମହାବିଦ୍ୟାଳୟକୁ   ସରକାରୀ ବିଦ୍ୟାଳୟରେ ପରିଣତ କରିପାରିଲେ ନାହିଁ କି  ନିୟମ ଅନୁସାରେ ୩ ବର୍ଷରେ ଥରେ ନୂତନ କମିଟୀ ତିଆରି ହେବାକୁ ଦେଲେ ନାହିଁ  ନିଜେ  ୨୦ ବର୍ଷରୁ ଊଦ୍ଧ୍ୱର୍କାଳ  ସଭାପତି ହୋଇ ଆଇନ ମହାବିଦ୍ୟଳୟକୁ ନିଜର  ପୈତୃକ ସମ୍ପତ୍ତି ଭାବିନେଇଛନ୍ତି । ବର୍ତ୍ତମାନ ଏହି ଆଇନ ମହାବିଦ୍ୟାଳୟଟି ବିଧାୟକଙ୍କ ଭାତ ହାଣ୍ଡି ସାଜିଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଧାୟକଙ୍କ କଥା ମାନି ଯଦି ୟୁ.ପି.ଏ. ସରକାର ମେଡିକାଲ କଲେଜ କଲେ ତାହା ହେଲେ ୟୁ.ପି.ଏ. ସରକାର ସମୟରେ ମାନ୍ୟବାର ବିଧାୟକ ଲ-କମିଶନର ସଦସ୍ୟ ଥିବା ସମୟରେ କାହିଁକି ହାଇ କୋର୍ଟ ବେଞ୍ଚ୍ କରିପାରିଲେ ନାହିଁ  । ତାହା ମାନ୍ୟବର ବିଧାୟକ କହି ପାରିବେ କି ? ଏଥିରୁ ପ୍ରମାଣ ହେଉଛି ଯେ, ଯେଉଁମାନେ କେବଳ ସ୍ୱପ୍ନ ଦେଖନ୍ତି, କିନ୍ତୁ କିଛି କରନ୍ତି ନାହିଁ । ଯାହାବି ଉନ୍ନତି ହେଲା ମୁଁ କରୁଛି ବୋଲି ଅପପ୍ରଚାର କରିବା ସହ ବୁଲି ବୁଲି ବାହାସ୍ପୋଟ ମାରନ୍ତିି । ମାନ୍ୟବର ବିଧାୟକ ନିଜେ ହିଁ ଏହି ମେଡିକାଲ କଲେଜ ନ କରିବା ପାଇଁ ଅପଚେଷ୍ଟା କରୁଥିଲେ ଏବଂ ଏହି ଉକ୍ତିକୁ ମୁଖ୍ୟ ମନ୍ତ୍ରୀ ମେଡିକାଲ କଲେଜ ଲୋକାର୍ପଣ ଉତ୍ସବରେ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉଲ୍ଲେଖ କରିଥିଲେ । ଯାହାକୁ  ମାନ୍ୟବର ବିଧାୟକ ଗଣମାଧ୍ୟମରେ ନିଜକୁ ଘଣ୍ଟ ଘୋଡାଇବା ପାଇଁ ଓଲଟା ଭାବରେ ପ୍ରତିପାଦନ କରିଛନ୍ତି । ଏହା ସହ ଓଡିଶା ସରକାର ଓ ଆମ ପରିବାରକୁ ବଦନାମ କରିବା ପାଇଁ ଅପଚେଷ୍ଟା ଚଳେଇଛନ୍ତି ବୋଲି ଅର୍କେଷ୍ ଅଭିଯୋଗ କରିଛନ୍ତି | 

ଅନ୍ୟ ପକ୍ଷରେ ମାନ୍ୟବର ବିଧାୟକ ପୋଲିସକୁ ଚୋର ଜଗିବା ପାଇଁ କହନ୍ତି ଏବଂ ଅନ୍ୟ ପଟେ ଚୋରକୁ ଚୋରେଇବା ପାଇଁ କହିବା ସହ ପ୍ରଶ୍ରୟ ଦିଅନ୍ତି । ସେ ମେଡିକାଲ କଲେଜକୁ ନେଇ ମଧ୍ୟ ଏହି ପ୍ରକାର ନାଟକବାଜି  କରୁଥିଲେ । ଆଜି ତାର ପର୍ଦ୍ଦାଫାଶ  ହୋଇଛି । ତାହା ହେଲେ ଆପଣ ମାନେ ଜାଣିପାରୁଥିବେ । ରାଜ୍ୟ ସରକାର ଏବଂ ମାନ୍ୟବର ନବୀନ ପଟ୍ଟନାୟକ, ଲୋକସଭା ସାଂସଦ କଳିକେଶ ନାରାୟଣ ସିଂଦେଓ ଏବଂ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ପ୍ରଚେଷ୍ଟାରେ ବଲାଙ୍ଗୀର ଜିଲ୍ଲାରେ ବହୁ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିକାଶ ଦିଗରେ ବହୁତ କାମ କରାଯାଉଛି । କିନ୍ତୁ ମାନ୍ୟବର ବିଧାୟକ ତାହା ମୁଁ କରିଛି ବୋଲି ବାହାସ୍ପୋଟ ମାରିବା ସହ ବୁଲି ବୁଲି ବାହାବା ନେଉଛନ୍ତି । ଆମେ ଆମ ପରିବାର ତରଫରୁ କେବେ ହେଲେ ନାମ କରଣକୁ ନେଇ କାହାକୁ ମଧ୍ୟ କହି ନାହୁଁ । ମେଡିକାଲ କଲେଜ ସନ୍ଥ କବି ଭୀମ ଭୋଇଙ୍କ ନାମରେ ନାମୀତ  ହୋଇଥିବାରୁ ଆମେ ବହୁତ ଖୁସି । କିନ୍ତୁ ବିରୋଧି ଯେଉଁ ହୀନ ମନ୍ତବ୍ୟ ଦେଉଛନ୍ତି । ତାହା ରାଜନୈତିକ ଉଦ୍ଦେଶ୍ୟ  ପ୍ରଣୋଦିତ ଏବଂ ହାସ୍ୟାସ୍ପଦ । ଦୃଢ ଇଛାଶକ୍ତି  ଏବଂ ବାହୁବଳରେ ଆପଣ କିଭଳି ଅସମ୍ଭବକୁ ସମ୍ଭବ କରନ୍ତି ତାହା ସମସ୍ତକୁ ଜଣା ବୋଲି ଅର୍କେଶ ବିରୋଧୀ ଦଳ ନେତାଙ୍କ ଉଦ୍ଦେଶ୍ୟରେ କଷିଛନ୍ତି |

0
0
0
s2sdefault