ଖାଲି ଖାଲିରେ ଚାଲିଛି ପଦ୍ମପୁର ଉପଖଣ୍ଡ ପ୍ରଶାସନ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରଣ କରିବାକୁ ଦାବିପତ୍ର ଦେଲେ ସାଂସଦଙ୍କ ସ୍ଥାନୀୟ ପ୍ରତିନିଧି

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଜିଲ୍ଲାର ସର୍ବବୃହତ ଉପଖଣ୍ଡ lପଦ୍ମପୁର ଉପଖଣ୍ଡ ଅଧିନରେ ଛଅ ଗୋଟି ବ୍ଳକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଓଡ଼ିଶା ମାନଚିତ୍ର ରେ ବେଶ ଜଣାଶୁଣା l କିନ୍ତୁ ଦୁଃଖର ଓ ପରିତାପର ବିଷୟ ଏହି କି ସରକାର ବାହାଦୁର ବଦଳି ପର୍ବ ଆରମ୍ଭ କରି ଅନେକ ପଦବୀ ପୂରଣ ଦିଗରେ ଯତ୍ନବାନ ନହେବା ଦ୍ୱାରା ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସରକାରୀ କାମ ପାଇଁ ଗ୍ରାମାଞ୍ଚଳ ଲୋକେ ପଦ୍ମପୁର ସହରକୁ ନ ଆସିଲେ ନଚେଳେ ,କାରଣ ସବୁ ଛୋଟବଡ ଦପ୍ତର ଗୁଡିକ ଏଠାରେ ଅବସ୍ଥିତ lଦିର୍ଘମାସ ମାସ ଧରି ପଡିରହିଥିବା ଖାଲି ପଦବୀ ଏ ଯାବତ୍ ପୁରଣ ହୋଇପାରିନାହିଁ l ସୂଚନା ଓ ଲୋକସମ୍ପର୍କ ବିଭାଗୀୟ ଅଧିକାରୀ (S.D.P.R.O),ସବଡିଭିଜନାଲ ପଞ୍ଚାୟତରାଜ ଅଫିସର,ସବ ରେଜିଷ୍ଟ୍ରାର,ସବଡିଭିଜିନାଲ ସୋସିଆଲ ସିକ୍ୟୁରିଟି ଅଫିସର, ଲେବର ଇନିସିପେକ୍ଟର/ଅଫିସର, ଆସିଷ୍ଟାଣ୍ଟ କଲେକ୍ଟର,ଏମ୍ପୋମେଣ୍ଟ ଅଫିସର, ସପ୍ଲାଏ ଇନିସିପେକ୍ଟର, ଆରଏମସି ସେକ୍ରେଟାରୀ ଏହି ସବୁ ପଦବୀ ଖାଲି ପଡିଛି l ଏ ସମ୍ପର୍କରେ ଓଡିଶା ର ମୁଖ୍ୟମନ୍ତ୍ରୀ,ଏସଟି ସେକ୍ରେଟାରୀ ଓଡ଼ିଶା ସରକାର,ଚିପ ସେକ୍ରେଟାରୀ ଓଡ଼ିଶା ସରକାରଙ୍କ ଅବଗତି ନିମନ୍ତେ ବରଗଡ଼ ସାଂସଦଙ୍କ ପ୍ରତିନିଧି ଚିନ୍ମୟ କୁମାର ପଣ୍ଡା ଲିଖିତ ଭାବେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଙ୍କୁ ଜଣାଇଛନ୍ତି l

0
0
0
s2sdefault