ହେଡଲାଇନସ୍:

  ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 Â  ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକଶିତ କରିବା ପାଇଁ ରାଜ୍ୟସରକାର ଚାହୁଁନାହଁନ୍ତି : ବିଜେପି

 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି

 ରାଜ୍ୟ ସରକାର କେବଳ  ହୀନ ରାଜନୀତି କରୁଛନ୍ତି 

ଭୁବନେଶ୍ୱର  : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଭାରତକୁ ସମୃଦ୍ଧ ତଥା ବିକାଶ ଦିଗରେ ଅଗ୍ରସର ହେବାକୁ ହେଲେ ଦକ୍ଷତା ବିକାଶର ଆବଶ୍ୟକତା ରହିଛି । ତାରକସି ଶିଳ୍ପକୁ ସମଗ୍ର ବିଶ୍ୱର ପ୍ରତିଷ୍ଠା  କରିବା ପାଇଁ ମଧୁବାବୁ ପ୍ରଥମେ ଉଦ୍ୟମ କରିଥିଲେ । ଯାହା ଫଳରେ ତାରକସି ଶିଳ୍ପ କଟକ ସହରରେ ବିକଶିତ ହୋଇଥିଲା । ଏଥି ସହ ସମଗ୍ର ବିଶ୍ୱରେ ତାରକସି କାମ ପାଇଁ ଓଡିଶା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ।  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୌଶଲ ବିକାଶ ବିଭାଗର ଦାୟୀତ୍ୱ ନେବା ପରେ ଆଜିର ଦିନରେ ତାରକସି କାମରେ ସୁଧାର ଆସିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।  

ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ଘରେ ଘରେ ଗ୍ୟାସ ସଂଯୋଗୀକରଣ ପାଇଁ ପାରାଦୀପରୁ ହଳଦିଆ ଜଗଦୀଶପୁର ପର୍ଯ୍ୟନ୍ତ ଏବଂ ଧାମରାରୁ ବୋକାରୋ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ବିଛାଯାଉଛି । ଏଥିପାଇଁ ଅନେକ ଦକ୍ଷ ଲୋକଙ୍କର ଆବଶ୍ୟକତା ରହିଛି । ପାଇପ ଲାଇନ ୱେଲଡିଂ ଅବା ପାଇପ ଲାଇନର ରକ୍ଷଣାବେକ୍ଷଣ ପାଇଁ ଅନେକ ଦକ୍ଷ ଯୁବକ ନିୟୋଜିତ ହେବେ । ସେମାନଙ୍କର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍ପର । ରାଜ୍ୟରେ କିପରି ଶିକ୍ଷିତ ଯୁବକ ଯୁବତୀମାନେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦକ୍ଷ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବଦ୍ଧ ପରିକର ।  ରାଜ୍ୟରେ କୌଶଳ ବିକାଶ ମେଳା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ବିଭାଗରୁ ୫୦ ଲକ୍ଷ ଟଙ୍କା ରାଜ୍ୟସରକାରଙ୍କୁ ଅନୁଦାନଭାବେ ଦିଆଯାଇଥିଲା । ରାଜ୍ୟସରକାର ଆଜି ପର୍ଯ୍ୟନ୍ତ କୌଣସି ମେଳା କରିପାରିଲେ ନାହିଁ । ଆଜି କେନ୍ଦ୍ରମନ୍ତ୍ରୀ ଦକ୍ଷତା ବିକାଶର ପ୍ରଶିକ୍ଷଣ ଅନୁଷ୍ଠାନ  ଖୋଲିବା ପରେ ରାଜ୍ୟସରକାର ସେହି କ୍ଷେତ୍ରରେ ସହେଯାଗ ନକରି ଗୋଟିଏ ମେଳା ପ୍ରଦର୍ଶନୀ ପଡିଆରେ ଏବଂ କଟକର ଇନଡୋର ଷ୍ଟାଡିୟମରେ କରୁଛନ୍ତି । ରାଜ୍ୟସରକାର ମଧୁବାବୁଙ୍କ ସ୍ୱପ୍ନର ଶିଳ୍ପକୁ ବିକାଶ ଦିଗରେ ନେବା ପାଇଁ ଚାହୁଁନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

ରାଜ୍ୟ ସରକାର ସହେଯାଗର ହାତ ବଢାଇ ତାରକସି ଶିଳ୍ପ ଓ ପାଇପଲାଇନ ଶିଳ୍ପ ପାଇଁ ଗୋଟିଏ ଉତ୍ସବ କରିବାର ଥିଲା । କିନ୍ତୁ ଶେଷ ମୁହୂର୍ତରେ ମଧୁବାବୁଙ୍କ ଜୟନ୍ତୀକୁ ଗୌଣ ଭାବି ଅଲଗା ଅଲଗା ମେଳା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ରାଜ୍ୟ ସରକାରଙ୍କ  ହୀନ ରାଜନୀତି ବ୍ୟତୀତ ଆଉ କିଛି ନୁହେଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । 

 

0
0
0
s2sdefault