ହେଡଲାଇନସ୍:

ଧନୁତୀର ଛାଡି  ଶଙ୍ଖ ଫୁଙ୍କିଲେ ଶତାଧିକ ଝାମୁମୋର ଯୁବ ଓ ଛାତ୍ର କର୍ମୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

09-04-18-baripada-w.jpg - 71.17 kB

ବାରିପଦା/Dillip Mohanty  : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନ କଲ୍ୟାଣକାରୀ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସହିତ ରାଜ୍ୟ ଯୁବ ଛାତ୍ରମାନଙ୍କ ହୃଦୟର ସ୍ପନ୍ଦନ ଅରୁଣ ସାହୁଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ଅପ୍ରେଲ ୭ ସୋମବାର ଧନୁତୀର ତ୍ୟାଗ କରି ବିଜେଡ଼ିର ଶଙ୍ଖ ଫୁଙ୍କିଲେ ଝାମୁମୋର ଶତାଧିକ ଯୁବ ଓ ଛାତ୍ର କର୍ମୀ । ଯୁବ ବିଜଦର ମୟୂରଭଞ୍ଜ ଜିଲ୍ଲା ସଭାପତି ଜିତେନ୍ଦ୍ର ମହାନ୍ତି  ଓ  ଯୁବ ବିଜଦର ଉତ୍ତର ଓଡ଼ିଶା ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ନେତୃତ୍ୱରେ ଝାମୁମୋ କର୍ମୀମାନେ ବିଜଦରେ ସାମିଲ ହୋଇଛନ୍ତି । ସାମିଲ ହୋଇଥିବା ଝାମୁମୋ କର୍ମୀମାନଙ୍କ ମଧ୍ୟରେ ସଞ୍ଜିବ ଦେ, ଦେବବ୍ରତ ଭଞ୍ଜ ବାବୁ, ମୁନା ମିଶ୍ର, ଗୋପିନାଥ ବେହେରା, ମିଲୁ ଘଢେ଼ଇ, ମୁକୁନ୍ଦ ବିନ୍ଧାଣୀ , ରାଜା ପାତ୍ର, ସୁରୁ ସି, ଅଭି ସିଂ, ଅମୃତାଂଶୁ ସାହୁ, ସବୀର ଖାନ ପ୍ରମୁଖ । ଏମାନଙ୍କୁ ଦଳ ପକ୍ଷରୁ ଯୁବ ବିଜଦ ସଭାପତି ଜିତେନ୍ଦ୍ର ମହାନ୍ତି ଓ ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ପ୍ରମୁଖ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ବିଜଦରେ ସାମିଲ କରାଯାଇଥିଲା । ବିଜଦରେ ସାମିଲ ହୋଇଥିବା ଯୁବକମାନେ ବାରିପଦା ସହରର ଶୁନଗଡ଼ିଆ, ପାଲବଣି, ଷ୍ଟେସନ ବଜାର, ମଞ୍ଚାବନ୍ଧା ଓ ଦେବେନ୍ଦ୍ରପୁର ଅଞ୍ଚଳର ଅଟନ୍ତି । ଉକ୍ତ ମିଶ୍ରଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ବିଜେଡ଼ିର ସମ୍ପାଦକ ବିରଞ୍ଚି ମହାପାତ୍ର, ମିଡ଼ିଆ ଯୁବ ବିଜଦର ସଂଯୋଜକ କପିଲ ଖଣ୍ଡେଲୱାଲ, ଯୁବ ଜୋନାଲ ସାଧାରଣ ସମ୍ପାଦକ ଆଭାସ ଦେ, ନନ୍ଦନ ଭଞ୍ଜ, ଅଭିରାମ ଦାସ ଓ ଦୀପକ ଘୋଷ  ପ୍ରମୁଖ ଉପସ୍ଥିତ ରହିଥିଲେ । 

0
0
0
s2sdefault