ହେଡଲାଇନସ୍:

ସମସ୍ତ ବୁଥକୁ ସିସିଟିଭି ଓ ୱେବ କାଷ୍ଟିଂ ବ୍ୟବସ୍ଥାସମ୍ପନ୍ନ କରାଯାଉ : ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବୀ ଜଣାଇଲା ବିଜେପି

ରାଜ୍ୟ ପୋଲିସର ନିରପେକ୍ଷତା ସନ୍ଦେହରେ,  ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଆୟୋଗଙ୍କୁ ପ୍ରସ୍ତୁତ ରୁହନ୍ତୁ

23.02-CEO.jpg - 744.09 kB

ଭୁୁବନେଶ୍ୱର/ chakradhar majhi : ବିଜେପୁରରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପରିପ୍ରେକ୍ଷୀରେ ସୀମିତ ବୁଥରେ ନୁହେଁ ବରଂ ସମସ୍ତ ବୁଥକୁ ସିସିଟିଭି ଓ ୱେବ କାଷ୍ଟିଂ ବ୍ୟବସ୍ଥା କରି ସଂଦିଗ୍ଧ ଗତିବିଧି ଉପରେ କ୍ୟାମେରା ରେକର୍ଡିଂ ସହ ନଜର ରଖିବାକୁ ବିଜେପି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରିଛି ।

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ ହେବା ପରେ ମଧ୍ୟ ଶାସକ ଦଳ ତରଫରୁ ଗାଁ ଗାଁରେ ଭୋଟର ମାନଙ୍କୁ ଆତଙ୍କିତ କରା ଯାଉଛି । ପୋଲିସ ସାମନାରେ ଶାସକ ଦଳର ନେତା, କର୍ମୀମାନେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କଲେ ମଧ୍ୟ କର୍ତବ୍ୟରେ ଥିବା ପୋଲିସ କାର୍ଯ୍ୟାନୁଷ୍ଠାନ  ନ ନେଇ ଚୁପ ବସିଛି । ନିର୍ବାଚନ ମଣ୍ଡଳୀ ମଧ୍ୟରେ ବିଭିନ୍ନ ସମୟରେ ବିଜେପି କାର୍ଯ୍ୟକର୍ତା ମାନଙ୍କ ଉପରେ ଆକ୍ରମଣ ଘଟଣା ନେଇ ଥାନାରେ ପ୍ରତିବାଦ ଓ ମାମଲା ରୁଜୁ କରାଗଲେ ମଧ୍ୟ ପୋଲିସ ତତ୍କ୍ଷଣାତ ହସ୍ତକ୍ଷେପ କରି ନ୍ୟାୟ ଦେଉ ନାହିଁ ବୋଲି ବିଜେପି ଆୟୋଗଙ୍କ ପାଖରେ ଦାବୀ କରିଛି ।

ଅପର ପକ୍ଷରେ ବିଜେପୁର ବିଧାନସଭା ପରିସର ବାହାରେ ହୋଇଥିବା ହିଂସାକାଣ୍ଡକୁ ଶାସକ ଦଳ ତଦନ୍ତ ହେବା  ପୂର୍ବରୁ ବିଜେପି ଦ୍ୱାରା କରା ଯାଇଥିବା କହି ମିଛ ଡ୍ରାମା ଓ ନାଟକ କରୁଛି । ଗତକାଲି ରାତିରେ ସ୍ଥାନୀୟ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିଜେପି ଦ୍ୱାରା କରା ଯାଇଥିିବା ତଦନ୍ତ ହେବା ପୂର୍ବରୁ ଶାସକ ଦଳ କହିଛି । ବିଜେପି ରାଜନୈତିକ ହିଂସାରେ ବିଶ୍ୱାସ କରେ ନାହିଁ । ଆକ୍ରମଣର ଶୀକାର ମନ୍ତ୍ରୀଙ୍କ ଭାଇ ସୁବ୍ରତ ସିଂହ ଜଣେ ଲମ୍ବା ଅପରାଧିକ ପୃଷ୍ଠଭୂମି ର ବ୍ୟକ୍ତି । ତାଙ୍କ ନାମରେ ହତ୍ୟା, ହତ୍ୟା ପାଇଁ ଉଦ୍ୟମ ,ଟେଣ୍ଡର ଫିକ୍ସିଂ, ଗୋଷ୍ଠୀ  ସଂଘର୍ଷ ପରି ଅନେକ ସଂଗୀନ ଦଫାରେ ମାମଲା ରହି ଆସିଛି । ହୁଏତ ସୁବ୍ରତ ସିଂହଙ୍କ ପୂର୍ବ ଶତ୍ରୁତା କାରଣରୁ ବା ବିଜେଡିର ଭିତରେ ଅର୍ନ୍ତଦ୍ୱନ୍ଦ କାରଣରୁ ଘଟଣା ଘଟିଥାଇ ପାରେ । ମାତ୍ର ସବିଶେଷ ତଦନ୍ତ ହେଲେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ବିଜେପି ଦାବୀ କରିଛି ।

ବିଜେପି ଆୟୋଗଙ୍କ ପାଖରେ ଅଭିଯୋଗ କରି କହିଛି ଯେ, ନିର୍ବାଚନ ପ୍ରଚାର ସରିବା ପରେ ବିଳମ୍ବିତ ରାତିରେ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହ ବିଜେପୁରରୁ ସୋହେଲା ଯିବା ରାସ୍ତାରେ ଆକ୍ରମଣର ଶୀକାର ହେବା କୁହାଯାଉଛି । ନିର୍ବାଚନ ପ୍ରଚାର ସମୟ ସୀମା ସରିବା ପରେ ସେ କିପରି ବିଳମ୍ବିତ ରାତ୍ରୀରେ  ବିଜେପୁର ନିର୍ବାଚନ ମଣ୍ଡଳୀ ଭିତରୁ ଆସିଲେ, କେଉଁ କେଉଁ ସ୍ଥାନକୁ ଯାଇଥିଲେ, ଫେରିବା ରାସ୍ତାରେ ତାଙ୍କର ଗନ୍ତବ୍ୟ ସ୍ଥଳ କଣ ଥିଲା ଓ ଅନ୍ୟ କୌଣସି ଅପରାଧିକ ଗୋଷ୍ଠି ସହ ବିବାଦର ସମ୍ଭାବନା ଥିଲା କି ? ଏ ସବୁର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଲେ ହିଁ ଘଟଣାର ପ୍ରକୃତ ସତ୍ୟ ବାହାରିବ । ଉପଯୁକ୍ତ ତଦନ୍ତ ହୋଇ ଦୋଷୀକୁ ଦଣ୍ଡ ଜରୁରୀ । ମାତ୍ର ରାଜନୈତିକ ଅଭିସନ୍ଧି ରଖି ଏକ ଅପରାଧିକ ଘଟଣାରେ ବିଜେପିକୁ ଅଯଥା ଦୋଷାରୋପ କରୁଥିବା ବିଜେଡିକୁ ନିରପେକ୍ଷ ତଦନ୍ତ ପର୍ଯ୍ୟନ୍ତ ଧୈର୍ଯ୍ୟ ରଖିବା ଅତ୍ୟନ୍ତ ଜରୁରୀ ବୋଲି ବିଜେପି ଉପଦେଶ ଦେଇଛି ।

ଅନ୍ୟ ପଟେ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିଗୁଡୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ ରାଜ୍ୟ ପୋଲିସର ନିରପେକ୍ଷତା ରହୁ ନ ଥିବା କାରଣରୁ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ଆୟୋଗଙ୍କୁ ଯଥା ପ୍ରସ୍ତୁତ ରହିବାକୁ ବିଜେପି ଅନୁରୋଧ କରିଛି ।  ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଶିଶିର ଗମାଙ୍ଗୋ. ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ, ଯୁବ ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ସାମିଲ ଥିଲେ ।

0
0
0
s2sdefault