ହେଡଲାଇନସ୍:

ଆନ୍ତଃରାଜ୍ୟ ତଥା ରାଜ୍ୟ ଭିତରେ ଚଳାଚଳ ଅବାଧ କରାଅ : ରାଜ୍ୟଙ୍କୁ କେନ୍ଦ୍ରର ପରାମର୍ଶ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) :ଅନଲକ୍-୩ ସମୟରେ ବ୍ୟକ୍ତି ଏବଂ ସାମଗ୍ରୀ ଏବଂ ସେବାଗୁଡିକର ଅବାଧ  ଚଳାଚଳକୁ ଅନୁମତି ଦେବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ  ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ | ହେଲେ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା  ସ୍ଥାନୀୟ ସ୍ତରରେ ଜାରି ପ୍ରତିବନ୍ଧକ DMA, 2005 ନିୟମ ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ  ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଛି | ତେଣୁ ଯେପରି ବ୍ୟକ୍ତି ଏବଂ ସାମଗ୍ରୀର ଅନ୍ତ ରାଜ୍ୟ ତଥା ରାଜ୍ୟ ଭିତରେ ଯେପରି ଚଳାଚଳରେ ପ୍ରତିବନ୍ଧକ ରହିବ ନାହିଁ ସେଠି ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଭୟ ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ଶାସନ ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | 

ଖବର ଅନୁଯାୟୀ, କେନ୍ଦ୍ର ଗୃହ ସଚିବ କେନ୍ଦ୍ରର ଅନଲକ ଗାଇଡ୍ଲାଇନ ୩ର ପାରା ୫ ବିଷୟରେ ଦୃଷ୍ଟି ଆକର୍ଷଣ କରି କହିଛନ୍ତି |ସେଥିରେ  ସ୍ପଷ୍ଟ ଭାବରେ କହିଛି ଯେ ବ୍ୟକ୍ତି ଏବଂ ଦ୍ରବ୍ୟର ଆନ୍ତରାଜ୍ୟ ତଥା ରାଜ୍ୟ ଭିତରେ ଚଳାଚଳ ଉପରେ କୌଣସି  ପ୍ରତିବନ୍ଧକ ରହିବ ନାହିଁ।  କେନ୍ଦ୍ରର ସ୍ପଷ୍ଟ ନିର୍ଦ୍ଦେଶନାମା ସତ୍ତ୍ୱେ ବିଭିନ୍ନ ଜିଲ୍ଲା / ରାଜ୍ୟ ସ୍ତରରେ ଜାରି କଟକଣା ସ୍ଥାନୀୟ ସ୍ତରର ଯାତାୟାତ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଛି | ଅନଲକ 3 ନିର୍ଦ୍ଦେଶାବଳୀର ଅନୁଚ୍ଛେଦ 5ରେ ଆନ୍ତଃ ରାଜ୍ୟ ଓ ରାଜ୍ୟ ଭିତରେ ଲୋକ ଓ ସାମଗ୍ରୀ ପରିବହନରେ କୌଣସି କଟକଣା ରହିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି | ସ୍ଥାନୀୟ ସ୍ତରରେ ଏଥି ନିମନ୍ତେ କୌଣସି କଟକଣା ଲାଗୁ ନ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗୃହ ସଚିବ |

0
0
0
s2sdefault