ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜଗୁରୁ ସାହି ସ୍ଥିତ ଶ୍ରୀ ରସିକରାଜ ମନ୍ଦିର ପରିସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ଓଡିଆ ପାରମ୍ପରିକ ପିଠା କାର୍ଯ୍ୟକ୍ରମ ଆସୁଥିବା ରଜପର୍ବ ଉପଲକ୍ଷେ କରାଯାଇଥିଲା । ଏହା ଶିଶୁମାନଙ୍କ ଦ୍ୱାରା ତଥା ଶିଶୁ ମହାଲକ୍ଷ୍ମୀ ମହାପାତ୍ର ଅଧ୍ୟକ୍ଷତାରେ ମାଆ ଗଳ୍ପ ମାଧ୍ୟମରେ ଆମର ପାରମ୍ପରିକ ପିଠା, ଝୋଟି, ହୁଳହୁଳି, ପୁଚିଖେଳ, ଦୋଳିଖେଳ ଏବଂ କବାଡ଼ି ଖେଳରେ ଉପକାରିତା ବିଷୟରେ ବୁଝାଇଥିଲେ । ଅନ୍ୟ ଶିଶୁ ମାନେ ଏଥିରେ ଭାଗନେଇ ଶୁଭଦର୍ଶନୀ ମହାରଣା 'ସୁନ୍ଦରୀ ମାଆ' ଗଳ୍ପ ପପୁନ ମହାରଣା 'ସନ୍ଧ୍ୟା' କବିତା ଏବଂ ଚିନ୍ମୟ ପରିଛା 'ବଢିଆ ମୋ ମାତୃଭୁମି' ଗୀତ ମାଧ୍ୟମରେ ପ୍ରକାଶ କରିଥିଲେ । ପରବର୍ତ୍ତି କାର୍ଯ୍ୟକ୍ରମରେ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ସାପ୍ତାହିକ ଆଲୋଚନାରେ ସାଇକେଲ ଦିବସ, ବିଶ୍ୱ ପରିବେଶ ଦିବସ ଏବଂ ଶୀତଳ ଷଷ୍ଠୀ ସମ୍ୱନ୍ଧରେ ଆଲୋଚନା କରି ପ୍ରତ୍ୟେକ ପିଲାଙ୍କୁ ବୃକ୍ଷ ରୋପଣ କରିବା ଏବଂ ତାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ ।
କଳା ସାହିତ୍ୟ ସଂସ୍କୃତି
ବାଲମୁକନ୍ଦ କାର୍ଯ୍ୟକ୍ରମରେ ଓଡିଆ ପାରମ୍ପରିକ କାର୍ଯ୍ୟକ୍ରମ
- Hits: 968
![](/images/june-2019/10-06-parala.jpg)