ହେଡଲାଇନସ୍:

ଶ୍ରୀ ରଘୁନାଥ ମନ୍ଦିରରେ ସୀତା ନବମୀ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ବୈଶାଖ ଶୁକ୍ଲପକ୍ଷ ନବମୀ ତିଥିରେ ଓଡଗାଁ ଶ୍ରୀରଘୁନାଥ ଜିଉଙ୍କ  ମନ୍ଦିରରେ ସୀତାଙ୍କ ଜନ୍ମ ନୀତି ବିଧି ବିଧାନ ପୂର୍ବକ ପାଳିତ ହୋଇଯାଇଛି । ଦୈନନ୍ଦିନ ନୀତି ସହ  ଖେଚୁଡି ଧୂପ ପରେ ଦିନ ୧୧ଟାରେ ସୀତାଙ୍କ ଜନ୍ମ କର୍ମାଙ୍ଗ ଆରମ୍ଭ ହୋଇଥିଲା । ଶ୍ରୀଜିଉଙ୍କ ଆଜ୍ଞାମାଳ ପାଇ ପାଳିଆ ପଣ୍ଡା ସୀତାଙ୍କ ବିଜେ ପ୍ରତିମାକୁ ଜଗମୋହନ ମଣ୍ଡପରେ ବିଜେ କରାଇଥିଲେ । ଦହି,ଘିଅ,କ୍ଷୀର,ଗୁଡ,ମହୁ,ଅଟା  ଦ୍ୱାରା ପ୍ରସ୍ତୁତ ନାଭିଚକ୍ରରେ ଆମ୍ଲାନ କରାଇ ପାଟବସ୍ତ୍ର ଢଙ୍କା ଯାଇଥିଲା । ପୁରୋହିତଙ୍କ ଦ୍ୱାରା ଜନ୍ମ କର୍ମାଙ୍ଗ ବେଦ ପଠନ ପରେ ପଂଚାମୃତ ଦ୍ୱାରା ଅଭିଶେକ କରାଯାଇ ସୀତାଙ୍କ ନାଭି ଛେନ୍ଦନ କରାଯାଇଥିଲା । ପରେ ସୂର୍ଯ୍ୟଦର୍ଶନ,ନାମ କରଣ, ଦୋଳିପୂଜା, ପୀଠ ପୂଜା ଓ ହୋମ ପରେ ରତ୍ନବେଦୀକୁ ବିଜେ ହୋଇଥିଲେ । ସୀତା ନବମୀରେ ସୀତାଙ୍କ ଜନ୍ମ କର୍ମାଙ୍ଗ ଦର୍ଶନ କରି ସାନିଧ୍ୟ ଲାଭ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଆଜିର ପାଳିଆପଣ୍ଡା ତଥା ପୂଜକ ପରିଷଦର ସାଧାରଣ ସଂପାଦକ ପ୍ରଦ୍ୟୁମ୍ନ କୁମାର ଦାଶ, ପୂଜକ ପରିଷଦର ସମସ୍ତ କର୍ମକର୍ତ୍ତା , ମନ୍ଦିର ପୁରୋହିତ ତଥା ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ  ଓ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଶୃଙ୍ଖଳାର ସହିତ  ସମସ୍ତ ନୀତି ସଂପାଦନ କରାଯାଇଥିଲା । 

 

0
0
0
s2sdefault