ହେଡଲାଇନସ୍:

ଶ୍ରୀ ରଘୁନାଥଙ୍କ ପୀଠରେ ଅଗ୍ନି ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଫାଲଗୁନ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତଥା ରାଜାଗ୍ନି ତିଥିରେ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଅଗ୍ନି ଉତ୍ସବ (ଅଗିପୋଡା) ନୀତି ପାଳିତ ହୋଇଯାଇଛି । ପୈାରାଣୀକ କଥାବସ୍ତୁ ଅନୁସାରେ  ସତ୍ୟଯୁଗରେ ଜଳୁଥିବା ଅଗ୍ନିରୁ ହୋଲିକା ରାକ୍ଷସୀ କୋଳରୁ ଭକ୍ତ ପ୍ରହଲ୍ଲାଦକୁ ଭଗବାନ ଉଦ୍ଧାର କରି ରାକ୍ଷସୀକୁ ଅଗ୍ନିରେ ଦହନ କରିଥିଲେ । ଏବଂ ପିତାଙ୍କ ନିର୍ଯ୍ୟାତନାରୁ ଭକ୍ତ ପ୍ରହଲ୍ଲାଦକୁ ମୁକ୍ତି ଦେଇଥିଲେ । ପରମ୍ପରା ଅନୁସାରେ  ଆଜି ଶୀରଘୁନାଥଙ୍କ ପୀଠରେ ଏହି ନୀତିପାଳିତ ହୋଇଛି । ରାତି ୮ଟାରେ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀଜିଉଙ୍କୁ ବିଜେକରି ପଟୁଆରରେ ଅଗ୍ନି ଉତ୍ସବ ପଡିଆକୁ ନିଆଥିଲା । ସେଠାରେ ରାଜଭୋଗ, କର୍ପୁର ଆଳତୀ, ବନ୍ଦାପନା, ମହାଆଳତୀ ଅର୍ପଣ ପରେ ଅଗ୍ନିଲାଗି ହୋଇଥିଲା । ଏହାକୁ ଦେଖିବା ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଠାକୁର ମନ୍ଦିରରେ ପ୍ରବେଶ କରିବା ପରେ ଅନ୍ୟାନ୍ୟ ନୀତି ସହ ରାତ୍ର ପହୁଡ ହୋଇଥିଲା । ଆଜିର ପାଳିଆପଣ୍ଡା କେଦାର ମହାପାତ୍ର, ପୂଜକ ପରିଷଦର ସମସ୍ତ କର୍ମକର୍ତା ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡଙ୍ଗୀ, ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ସମସ୍ତ ନୀତିକାର୍ଯ୍ୟ ସଂପାଦନ କରିଥିଲେ । 

 

0
0
0
s2sdefault