ହେଡଲାଇନସ୍:

ଶ୍ରୀରଘୁନାଥଜୀଉଙ୍କ ପୀଠରେ ରାଜ୍ୟସ୍ତରୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସାଂସ୍କୃତିକ ପ୍ରତିଷ୍ଠାନ  ଓଡ଼ଗାଁ ଓ ଭୁବନେଶ୍ୱର ଭଞ୍ଜଭାରତୀର ମିଳିତ ଉଦ୍ୟମରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧ ପୀଠ ଏବଂ ସ୍ୱର୍ଣ୍ଣକଳସ କ୍ଷେତ୍ର ଭାବେ ସୁପରିଚିତ ଓଡ଼ଗାଁରେ ବିଜେ ଶ୍ରୀିରଘୁନାଥଜୀଉଙ୍କ ମନ୍ଦିର ପରିସରରେ ଥିବା ଭଞମଣ୍ଡପରେ ଶନିବାର ସନ୍ଧ୍ୟାରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଅନୁଷ୍ଠିତ  ହୋଇଯାଇଛି । ଅଧ୍ୟାପକ ଡ. ବେଣୁଧର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଓଡିଶା ଉଚ୍ଚନ୍ୟାୟାଳୟ ବିଚାରପତି ନ୍ୟାୟମୂର୍ତ୍ତୀ ଡ.ବିଦ୍ୟୁତ  ରଞ୍ଜନ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର କାର୍ଯ୍ୟକ୍ରମ ପରିଚାଳନା ମୁଖ୍ୟ ନୀଳାଦ୍ରୀମୋହନ ଶତପଥି ବିଶେଷ ଅତିଥି ଭାବେ ଯୋଗଦେଇଥିବା ବେଳେ ଭଞ୍ଜଭାରତୀ ସମ୍ପାଦକ ଡାକ୍ତର କୃଷ୍ଣକେଷବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ନିରାକାରପୁର କଲେଜ ଇଂରାଜୀ ଅଧ୍ୟାପକ ତଥା ଓଡ଼ିଶାର ଲବ୍ଧପ୍ରତିଷ୍ଠ ମଂଚ ଉଦଘୋଷକ ମୃତ୍ୟୁଞ୍ଜୟ  ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସର୍ବପ୍ରଥମେ ଗୁରୁ ପ୍ରଶାନ୍ତ କୁମାର ମିଶ୍ରଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ଭଞ୍ଜ ସଙ୍ଗୀତ ପରିବେଷଣ ହୋଇଥିଲା । ଉପେନ୍ଦ୍ରଭଞ୍ଜଙ୍କ କୃତି ବ୍ୟଦେହୀଶ ବିଳାସରେ ପ୍ରଭୁ ରାମସୀତାଙ୍କ ଭିତରେ ନିଜେ କବିସମ୍ରାଟ ଏବଂ ସାଧାରଣ ମନୁଷ୍ୟର ଏକ ତୁଳନାତ୍ମକ ଜୀବନ ଦର୍ଶନକୁ ଡ. ଜଷ୍ଟିସ ଷଢଙ୍ଗୀ ସହଜ ସରଳ ଭାବରେ ଉପସ୍ଥାପନ କରିଥିଲେ । ଶ୍ରୀରାମଙ୍କ ରାଜ୍ୟାଭିଷେକ ଏବଂ ବନବାସକୁ ଲକ୍ଷ୍ୟକରି ଏଥିରେ ଲୁକାୟିତ ଦର୍ଶନର ପ୍ରତିଫଳନ ଆଜି ପ୍ରତିକୁଳ ପରି ମନେ ହେଉଥିବା କାର୍ଯ୍ୟଟି ସମୟକ୍ରମେ ଅନୁକୁଳ କାର୍ଯ୍ୟରେ ପରିବର୍ତ୍ତିତ  ହୋଇଥିବା ଭଞ୍ଜସାହିତ୍ୟରେ ଦେଖିବାକୁ ମିଳିଥାଏ  ବୋଲି ପ୍ରବକ୍ତା କୃର୍ଷ୍ଣକେଶବ ଷଢଙ୍ଗୀ ସୁନ୍ଦରଭାବରେ ବାଖ୍ୟା କରିଥରଲେ । ।ଏହି ଅବସରରେ ମୁଖ୍ୟ ଅତିଥି ବିଚାରପତି ଡ. ଷଡଙ୍ଗୀଙ୍କୁ ଅନୁଷ୍ଠାନ  ତରଫରୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଭଞ୍ଜଭାରତୀ ସମ୍ପାଦକ ପ୍ରତିବର୍ଷ ଭଞ୍ଜଙ୍କ ସାଧାନା କ୍ଷେତ୍ର ରଘୁନାଥଜୀଉଙ୍କ ପୀଠରେ ଭଞ୍ଜସାହିତ୍ୟ ସମାରୋହ ପାଳନ କରିବାକୁ ଘୋଷଣା କରିଥିଲେ । ପ୍ରଫୁଲ କୁମାର ଡାକୁଆ ଉପସ୍ଥିତ ଅତିଥି ଓ ଭଞ୍ଜ ସାହିତ୍ୟ ପ୍ରେମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।  

0
0
0
s2sdefault