ହେଡଲାଇନସ୍:

ଶ୍ରୀଶ୍ରୀ ଆଖଣ୍ଡଳମଣୀଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ)  ଭଦ୍ରକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଆରଡ଼ି ଧାମର ଶ୍ରୀଶ୍ରୀବାବା ଆଖଣ୍ଡଳମଣୀଙ୍କ ମହାଶିବରାତ୍ରୀ ଉସôବ ଶାନ୍ତି ଓ ଶୃଙ୍ଖଳାର ସହ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଆଲୋଚନାକ୍ରମେ ଆସନ୍ତା ମାର୍ଚ୍ଚ ୪ତାରିଖ ସୋମବାରରେ ଦିନ ଜାଗରଯାତ୍ରା ଅବସରରେ ଶ୍ରୀଶ୍ରୀ ଆଖଣ୍ଡଳମଣୀମହାପ୍ରଭୁଙ୍କର ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାତଃ ୪ଘଣ୍ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳାଆଳତି ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣର ଭୋଗ, ପ୍ରାତଃ ୫.୪୫ମିନିଟ୍ରୁ ରାତ୍ର ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅ ଦର୍ଶନ ଏବଂ ଘର୍ଷଣ ଭୋଗପରେ ବିଭିନ୍ନ ସମୟରେ ବିଭିନ୍ନ ପୂଜାଉପଚାର ଅନୁଷ୍ଠିତ  ହେବ । ରାତ୍ରୀ ୧୨.୩୦ରୁ ରାତ୍ର ୧.୩୦ ମିନିଟି ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସୁନାବେଶ ସମ୍ପୂର୍ଣ୍ଣ ଏବଂ ମହାଦୀପ ପ୍ରସ୍ତୁତି । ରାତ୍ର୧.୩୦ମିନିଟ୍ରୁ ୩.୧୫ମିନିଟ୍ରେ ସର୍ବସାଧାରଣଙ୍କ ସୁନାବେଶଦର୍ଶନ । ରାତ୍ର ୩.୧୫ରୁ ରାତ୍ର ୪.୧୫ ମିନିଟ୍ ମଧ୍ୟରେ ମହାଦୀପ ପୂଜା  ସହ ରାତ୍ର ୪.୧୫ଘଟିକାରୁ ୪.୩୦ ମଧ୍ୟରେ ମହାଦୀପ ଗମ୍ଭୀରାରୁ ଆନୟନ ଓ ଶ୍ରୀଜୀଉଙ୍କ ପହଡ । ରାତ୍ର ୪.୩୦ଘଟିକାରୁ ରାତ୍ର ୫ଘଟିଆ ମଧ୍ୟରେ ମହାଦୀପ କୀର୍ତ୍ତନ ସହ ବେଢା ପରିକ୍ରମା ପରେ ମନ୍ଦିର ଚୁଡାରେ ସ୍ଥାପନ ହେବ । ଜାଗରଯାତ୍ରା ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ମନେଜିଙ୍ଗ ଟ୍ରଷ୍ଟି ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯିବ । ଏହି ବୈଠକରେ ଟ୍ରଷ୍ଟ ବୋଡର଼୍ର ସଭାପତି ତଥା ଉପଜିଲ୍ଲାପାଳ ପୀତାମ୍ବର ସାମଲ ସହ ବିଭିନ୍ନ ବିଭାଗୀୟ ଅଧିକାରୀମାନେ  ତଥ୍ୟ ଉପସ୍ଥାପନ କରିଥିଲେ । ଉପଖଣ୍ଡଆରଖି ଅଧିକ୍ଷକ ଧାମନଗର ମନୋରଂଜନ ସାମଲଶାନ୍ତିଶୃଙ୍ଖଳା ପାଇଁ ଅଧିକ ଆବଶ୍ୟକ ପୋଲିସ୍ ଫୋର୍ସ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ । ଏହି ଉସôବ ରାତ୍ରୀ କାଳିନ ହେତୁ ସେହି ସମୟରେ ବିଦୁ୍ୟତ୍କାଟ ନକରିବା , ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ରାସ୍ତାଘାଟ ମରାମତି, ଗମନାଗମର ସୁବିଧା ପାଇଁ ଅଧିକ ଗାଡ଼ି ଚଳାଚଳ, ପାନୀୟ ଜଳପାଇଁ ଟ୍ୟାଙ୍କର ବ୍ୟବସ୍ଥା ସହିତ ପରିମଣ ସଫାସୂତୁରା ଓ ସ୍ୱାସ୍ଥ୍ୟସେବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର୍ର ସହ  ଆମ୍ବୁଲାନ୍ସ ଓ ଡ଼ାକ୍ତର ବ୍ୟବସ୍ଥା, ଯାତ୍ରା ପୂର୍ବରୁ ମାଦକ ଦ୍ରବ୍ୟ ବନ୍ଦ କରିବା, ସୂଚନାକେନ୍ଦ୍ର ଓ ଭଜନ ସନ୍ଧ୍ୟାର ବ୍ୟବସ୍ଥାପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳାପାଳ ନିଦେ୍ର୍ଧଶ ଦେଇଥିଲେ । ଚଳିତବର୍ଷ ଜାଗରଯାତ୍ରା ଦିନ ଭକ୍ତମାନଙ୍କର ସୁରକ୍ଷାପାଇଁ ସନ୍ଧ୍ୟା ୬ଘଟିକା ପରେ ଡ଼ଙ୍ଗା ଚଳାଚଳ ବନ୍ଦ ରଖିବା  ପାଇଁ ଜିଲ୍ଲାପାଳ ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇଛନ୍ତି । ସେଥିନିମନ୍ତେ ଏବେଠାରୁ ଉଭୟ ପାଶ୍ୱର୍ରେ ଫ୍ଲେକ୍ସ ବେନର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ସମୃକ୍ତ ଗ୍ରାମପଞ୍ଚାତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ  ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ,ଜିଲ୍ଲାପରିଷଦର ସଭାପତି ଦ୍ୱିଜବର ରାଉତ,ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶଚନ୍ଦ୍ର ଦାସ  ସମେତ ବସ୍ସିଣ୍ଡିକେଟ୍ର ସଭାପତି, ସାମ୍ବାଦିକ, ବିଭିନ୍ନ ବିଭାଗୀୟଅଧିକାରୀ, ଟ୍ରଷ୍ଟବୋଡର଼୍ କର୍ମକର୍ତ୍ତା, ବରିଷ୍ଠ  ସେବାୟତମାନେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ମନ୍ଦିରର କାର୍ଯ୍ୟନିବାହୀ ଅଧିକାରୀ ବିଦ୍ୟାଧର ପଲେଇ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

 

0
0
0
s2sdefault