ହେଡଲାଇନସ୍:

ଅଂଚଳ ମହାବିଦ୍ୟାଳୟର ଗୌରବାବହ ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ୨୬ ରୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡର ସର୍ବପୁରାତନ ତଥା ଐତିହମଣ୍ଡିତ ଗୌରବମୟ ଶିକ୍ଷାନୁଷ୍ଠାନ ଅଂଚଳ ମହାବିଦ୍ୟାଳୟ ତାହାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି । ଏହା ଆସନ୍ତା ଫେବୃଆରୀ ମାସର ୨୬,୨୭ ଓ ୨୮ ତାରିଖରେ ଅନୁଷ୍ଠିତ ହେବ ବୋଲି ସ୍ତିରୀକୃତ ହୋଇଛି । ଏହି ସୁବର୍ଣ୍ଣ ଜୟନ୍ତୀ ୨୬ /୦୨/୨୦୧୯ରେ ଆରମ୍ଭ ହୋଇ ୨୮/୦୨/୨୦୧୯ରେ ଉଦଯାପିତ ହେବ ।ଏହି ଉତ୍ସବରେ ଓଡିଶାର ସୁନାମଧନ୍ୟ ବ୍ୟକ୍ତିତ୍ୱ ମାନ ଯୋଗଦେଇ ନିଜର ସୁମତାମତ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନ ଅର୍ଥାତ ମଙ୍ଗଲବାର ଦିନ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ,ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ,ଶିକ୍ଷାବିତ ପଂଚାନନ ମିଶ୍ର,ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ,ରାଜ୍ୟସଭା ସାଂସଦ ସୋମ୍ୟରଂଜନ ପଟ୍ଟନାୟକ,ବରଗଡ ସାଂସଦ ପ୍ରଭାସ ସିଂ,ଓଡିଶା ଚଳଚିତ୍ର ଏସୋସିଏସନର ଅଧ୍ୟକ୍ଷ କୁନା ତ୍ରୀପାଠୀ ଓ ବ୍ୟଙ୍ଗ କବି ଜ୍ଞାନରଂଜନ ହୋତା ଯୋଗ ଦେବେ  । ସେହିପରି ଦ୍ୱିତୀୟ ଦିନ ଅର୍ଥାତ ବୁଧବାର ଦିନ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ପଦ୍ମପୁର ବିଧାୟକ ସତ୍ୟଭୂଷଣ ସାହୁ,ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ଦୀପକ ବେହେରା,ବିଶିଷ୍ଟ ସାହିତ୍ୟିକ  ହୁସେନ ରବି ଗାନ୍ଧୀ,ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି,ଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର,ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନି ଛୁରିଆ ଓ ଓଡିଆ ଚଳଚିତ୍ର ଜଗତର ଅଭିନେତା ଆକାଶ ଦାଶ ଯୋଗଦେବେ ଏବଂ ଅନ୍ତିମ ଦିନ ଅର୍ଥାତ ଗୁରୁବାର ଦିନ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସିଲାଲ,ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ସାମଲ,ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ବରଗଡ ବିଧାୟକ ଦେବେଶ ଆଚାର୍ଯ,ବିଜେପୁର ବିଧାୟିକା  ରୀତା ସାହୁ,ହାସ୍ୟକବି ଅଚ୍ୟୁତ ପୁରୋହିତ ଓ ଓଲିଉଡ ଜଗତର ଜଣାସୁଣା ଅଭିନେତ୍ରୀ ଅର୍ଚିତା ସାହୁ ଆଦି ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେବା ସହ ପ୍ରତ୍ୟହ ମନୋରଂଜନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ତଥା ଅନୁଷ୍ଠାନ  ମାନଙ୍କ ସମାଗମ ହେବ ବୋଲି ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟିର ସଂଯୋଜକ ଶ୍ରୀ କୃଷ୍ଣମୋହନ ପଣ୍ଡା ସୂଚନା ଦେଇଛନ୍ତି । ଏହି ସୁବର୍ଣ୍ଣ ଜୟନ୍ତୀ ରୂପକ ମହାକୁମ୍ଭରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରି ଏହି ଉତ୍ସବକୁ ସାଫଳ୍ୟ ମଣ୍ଡିତ କରିବାକୁ ଆହ୍ୱାନ ଦେଇଛନ୍ତି ।

 

 

 

 

0
0
0
s2sdefault