ହେଡଲାଇନସ୍:

ବରିଷ୍ଠ ନାଗରୀକ ସଂଘର ପୁଷପୁନି ଭେଟଘାଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡା(ଅମିତ କୁମାର ପୁରୋହିତ); ନୂଆପଡାରେ ବରିଷ୍ଠ  ନାଗରୀକ ସଂଘର ପୁଷପୁନି ଭେଟଘାଟ ସ୍ଥାନୀୟ ଗାୟତ୍ରୀ ମନ୍ଦିର ସଭାକକ୍ଷରେ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ  ନାଗରୀକ ଶ୍ରୀ କ୍ଷୀରୋଦ ନିବାସ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସଂଘର ୨ ଜଣ ପୂର୍ବତନ ସଭାପତି ଏବଂ ପ୍ରତିଷ୍ଠାତା  ଶ୍ରୀମାନ ମନୁଲାଲ ସାହୁ ଓ ପାପା ରାଓ ମଂଚାସିନ ଥିଲେ  ।କାର୍ଯ୍ୟକ୍ରମର ପ୍ରାରମ୍ଭରେ କାଶ୍ମୀର ଉପତ୍ୟକା ର ଫୁଲଓା୍ୱମା ଠାରେ ପାକିସ୍ଥାନ ର ବର୍ବରାଚିତ କାଣ୍ଡ କୁ ନିନ୍ଦା କରାଯିବା ସଂଗେ ସଂଗେ ବୀର ଶହୀଦ ମାନଙ୍କୁ ଅଶ୍ରୁଳ  ଶ୍ରଦ୍ଧାଞଳୀ ଜ୍ଞାପନ କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଶହୀଦ ଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ କରିବାକୁ ନିବେଦନ କରାଧାଇଥିଲା ।ସଂଘର ଉପ ସଭାପତି ବିଭୂତି ପାଣିଗ୍ରାହୀ ପୁଷପୁନି ଭେଟଘାଟର ମହତ୍ୱ ଓ ସମ୍ପର୍କ ଉପସ୍ଥାପନା କରିଥିବାବେଳେ ଅମ୍ବିକା ଦାସ,ରାମେଶ୍ୱର ମୁଣ୍ଡ,ରାଧେଶ୍ୟାମ ଦାସ ଚିନ୍ତାମଣି ପାଣିଗ୍ରାହୀ ନିଜର ମତ ରଖିଥିଲେ ।ଏହି ଅବସଁରରେ ବରିଷ୍ଠ ନେତ୍ରୀ ପ୍ରମୋଦିନି ପଣ୍ଡା,ଶୈଳବାଳା ପୁରୋହିତ,ସ୍ୱରଚିତ କବିତା ପାଠ କରିଥିଲେ । ସମସ୍ତ ସଭ୍ୟସଭ୍ୟା ମାନଙ୍କ ସାମାଜିକ ସୁରକ୍ଷା ତଥା ସ୍ୱାସ୍ଥ୍ୟଗତ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ମତାମତ ରଖିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ଥାନିୟ କେଏନ୍ କିଡ୍ସ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଶେଷରେ ଲୋକନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।   

0
0
0
s2sdefault