ମାଙ୍କୁ ଜାଣିଲେ ଜୀବନ ଛନ୍ଦମୟ ହେଇ ଉଠେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶ୍ରୀମାଙ୍କ ଜନ୍ମଦିବସ ପାଳିତ

କୋମନା : ନୂଆପଡ଼ା ଜିଲ୍ଲା କୋମନା ଚ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରମ ପୂଜ୍ୟ ଶ୍ରୀମାଙ୍କ ୧୦୧ ତମ ଜନ୍ମ ବାର୍ଷିକୀ ବେଶ ଧୁମଧାମ ସହ ପାଳିତ ହୋଇଛି । ମାଙ୍କୁ ଜାଣିଲେ ଜୀବନ ଛନ୍ଦମୟ ହେବା ସହ ଆଧ୍ୟାତ୍ମିକତାର ବିକାଶ ହୁଏ ବୋଲି ଏହି ଉତ୍ସବରେ ଯୋଗ ଦେଇଥିବା ବକ୍ତାମାନେ କହିଥିଲେ । ବ୍ଲକ ସ୍ଥିତ ଅରୋମା କମ୍ପୁଟର ଶିକ୍ଷାକେନ୍ଦ୍ରରେ ମାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କରାଯିବା ସହ ଦୁର୍ଗା ସ୍ତୋତ୍ର  ପାଠ କରାଯାଇଥିଲା । କେନ୍ଦ୍ର ର ଶ୍ରୀ ପୂଣ୍ୟବନ୍ତ ଦୁରିଆ ମାଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଲେ ଭାଗିରଥି ଭୋଇ ଶ୍ରୀମାଙ୍କୁ ନେଇ ନିଜର ଅନୁଭୁତି ବଖାଣିଥିଲେ । ଶିକ୍ଷକ ଅଜୟ କୁମାର ମଲ୍ଲିକ ଅତିମାନବ ଶକ୍ତି ଓ ପାଠ ଚକ୍ର ଉପରେ ଛାତ୍ରଛାତୀଙ୍କୁ ଅବଗତ କରାଇଥିଲେ । ଏ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ପ୍ରଶିକ୍ଷକ କୁମନ ରଣା,ରାଧାକାନ୍ତ ମଲ୍ଲିକ,କୈବଲ ଦୀପ ,ଦେବାନନ୍ଦ ଗହୀର,ଥବିର ହଂସ,ଚନ୍ଦ୍ରଶେଖର ପଟେଲ,ମଲୟ ହଂସ ଓ କେନ୍ଦ୍ର ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହିଭଲି ଭେଲା ଅରବିନ୍ଦ ଶିକ୍ଷାକେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ଏôଥିରେ କିଙ୍କର ଶବର,ଶୁଭଶ୍ରୀ ଯୋଶୀ,ପ୍ରିୟଙ୍କା ମହାନ୍ତି,ମମତା ଚାନ୍ଦ,ଦୁଷ୍ମନ୍ତ ଶଗରିଆ,ଜଳନ୍ଦର ବାଗ,ଆଭାସ ଯୋଶୀ,ମୁକେଶ ୟାଦବ,ନରେଶ ରଣା ପôମୂଖ ଅପାଭାଇ ସହଯୋଗ କରିଥିଲେ । 

 

0
0
0
s2sdefault