ହେଡଲାଇନସ୍:

କଲ୍ୟାଣ ମଣ୍ଡପ, ଶ୍ରୀ ରାମଜୀ ମନ୍ଦିର ତଥା ଶ୍ରୀ ରାମଜୀ ମହିଳା ମହାବିଦ୍ୟାଳୟ ନିର୍ମାଣ ପାଇଁ ଭୂମି ପୂଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆୟୋଜିତ ହେଲା ଦିବ୍ୟ ଜ୍ୟୋତି ଓ କଳସ ଶୋଭାଯାତ୍ରା 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ସ୍ଥିତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ତେଲିପୁଖାପାଣି ଠାରେ କଲ୍ୟାଣ ମଣ୍ଡପ, ଶ୍ରୀ ରାମଜୀ ମନ୍ଦିର ତଥା ଶ୍ରୀ ରାମଜୀ ମହିଳା ମହାବିଦ୍ୟାଳୟ ନିର୍ମାଣ ପାଇଁ ଭୂମି ପୂଜନ ଉପଲକ୍ଷେ ଦୀବ୍ୟ ଜ୍ୟୋତି ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକାରୁ ତେଲିପୁଖାପାଣି ସମେତ ଅଞ୍ଚଳର ନଅଗୋଟି ଗ୍ରାମ ଗ୍ରୀଣ୍ଡେଲମାଲ,ବରିହାପୁଖାପାଣି,ଜନକେଡା,ଅରଗଡି,କନ୍ଦାଗାଡ,କମଳାପଦର,କେନ୍ଦୁଭଟା,ଚଙ୍ଘରିଆ ଓ ଜାମୁଟପାଲିର ହଜାରହଜାର  ମହିଲା ଓ ପୁରୁଷ ଦେବଦତ୍ତ କ୍ଲବ,କେନ୍ଦୁଭଟା ଠାରେ ଏକତ୍ରିତ ହୋଇ ସରକାରୀ କଟା ଠାରୁ କଳସ ଶୋଭାଯାତ୍ରା ଆରମ୍ଭ କରି ଗ୍ରୀଣ୍ଡେଲମାଲ ଠାରେ ଥିବା ଶ୍ରୀ ରାମ ମନ୍ଦିରରୁ ଆଜ୍ଞାମାଳ ପାଇ ତେଲିପୁଖାପାଣି ଛକ(ଭରତବିହାର) ଠାରେ ପ୍ରସ୍ତାବିତ ଭୂମି ଠାରେ କଳସ ସ୍ଥାପନ କରିଥିଲେ।ଏହି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ମୋଟ ଆଠଗେଟି ସଂକୀର୍ତ୍ତିନ୍ୟ ଦଳ ସହ ସଂପ୍ରଦା,ଦଣ୍ଡା ନାଚ,ଘଂଟ ବାଦ୍ୟ ଆଦି ସାସ୍କୃତିକ ଦଳ ସାମିଲ ହୋଇଥିଲେ।ଏହି କାର୍ଯ୍ୟକ୍ରମକୁ ହେମନ୍ତ କୁମାର ବାରିକ,ସିତାରାମ ଭୋଇ,କ୍ଷମାସାଗର ସାହୁ, ଗଣେଷ ରାମ ସାହୁ, ପରିସର ସାହୁ, ପ୍ରଦୀପ କୁମାର ପ୍ରଧାନ,ଅଲେଖ ଚୈତନ୍ୟ  ପ୍ରଧାନ,କୁଞ୍ଜବିହାରି ସାହୁ,ପଙ୍କଜ ପ୍ରଧାନ,ନିମାଇ ବରିହା,ଶିଷଦେବ ବରିହା, ଶ୍ୟାମସୁନ୍ଦର ପଧାନ, ପୁରନ୍ଦର ବାରିକ,ବିରକିଶୋର ପାତ୍ର, ଧନସିଂ ସାହୁ, ସଂପଦ ପଧାନ, ବାନାମ୍ବର ମାଝି,ସୀତାରାମ ସାହୁ, ସୁବାଷ ପଧାନ, କଂଗ୍ରେସ ବାବୁ,ଶଶିଭୂଷଣ ବରିହା, ପ୍ରମୋଦ କୁମାର ବରିହା, ଗୌତମ ସାହୁ, ହିମାଂଶୁ ମାଝୀ,ଭୈରବ ସାହୁ, ଭଗବାନ ମାଝୀ,ରୋହିତ ମାଝୀ, ସାଧୁ ପଧାନ, ପଞ୍ଜା ସାହୁ, ସୁରତ ଗଡତିଆ, ଯଦୁମଣି ପଧାନ,ପଞ୍ଚାନନ ମାଝୀ ଆଦି କର୍ମକର୍ତ୍ତା ସୁଚାରୁରୂପେ ସମ୍ପାଦନା ପାଇଁ ସହଯୋଗ କରିଥିଲେ। ସନ୍ଧ୍ୟାରେ ଦେବଦତ୍ତ କ୍ଲବ,କେନ୍ଦୁଭଟାର ଆୟୋଜିତ ସାସ୍କୃତିକ କାର୍ଯ୍ୟକ୍ରମରେ ଅତିଥିଭାବରେ ଗାଇସିଲେଟ ତହସିଲଦାର ଭଗତ ସେଠ ,ସମାଜସେବୀ ଚୈତନ୍ୟ  ସାହୁ, ସ୍ୱନାମଧନ୍ୟ  ମଞ୍ଚ କଲାକାର ଆଦିତ୍ୟ ପଣ୍ଡା ପ୍ରମୁଖ ମଞ୍ଚାସୀନ ହୋଇଥିବା ବେଳେ ବିରଥ ଭୋଇ ମଞ୍ଚ ପରିଚାଳନାରେ କରିଥିଲେ। ହାସ୍ୟ କବି ସମ୍ମିଳନୀରେ କବି ନୀରଞ୍ଜନ ପଣ୍ଡା,କୃଷ୍ଣଚନ୍ଦ୍ର ଭୋଇ, ରସିକ ଚନ୍ଦ୍ର ଭୋଇ ପ୍ରମୁଖ ତାଙ୍କ ସ୍ୱରଚିତ  ବ୍ୟଙ୍ଗତ୍ମକ କବିତା ଦର୍ଶକମାନଙ୍କୁ ଶୁଣାଇଥିଲେ। ଆଞ୍ଚଳିକ ଲୋକନୃତ୍ୟ, ଖଞ୍ଜଣୀ ବାଦ୍ୟ, ଧୂନକେଲ ବାଦ୍ୟ ଓ ଘୁଡୁକାନୃତ୍ୟ ଦର୍ଶକ ମାନଙ୍କୁ ବିମୁଗ୍ଧ କରିଦେଇଥିଲା।

0
0
0
s2sdefault