ହେଡଲାଇନସ୍:

ବାଣିଜ୍ୟ ମେଳାରେ ବିଏସ୍ଏସର  ସାଂସ୍କୃତିକ ଓ ସମ୍ବର୍ଦ୍ଧନା ସମାରୋହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ) : ନେହେରୁ ଷ୍ଟାଡିୟମରେ ଚାଲିଥିବା ୧୫ତମ ଉତ୍ତର ଓଡିଶା ବାଣିଜ୍ୟ ମେଳାର  ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଭଦ୍ରକ ସୋସିଆଲ ସର୍ଭିସ ବିଏସ୍ଏସ୍ ପକ୍ଷରୁ ପରିଚାଳନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ଯୁବନେତା ସଂଜୀବ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଶୁଭେନ୍ଦୁ ରାୟ ମହାପାତ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଇଂ ଚୌଧୁରୀ ଚମ୍ପତି ଚରଣ ବେହେରା, ସେକ୍ ନିଜାମ ମହମ୍ମଦ ଯୋଗ ଦେଇ ବିଏସ୍ଏସର  ବର୍ଷ ତମାମ ଜାରି ରହିଥିବା ସନ୍ଡେ ମିଶନ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟ ସଂସ୍କୃତି ମଞ୍ଚ ତରଫରୁ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମଞ୍ଚର ସଂପାଦକ ଇଂ ଚୌଧୁରୀ ଚମ୍ପତି ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ନୃତ୍ୟ, ସଂଗୀତ ଓ କମେଡି ପରିବେଷିତ ହୋଇଥିଲା । ନିଜାମ ମହମ୍ମଦଙ୍କ ଉପାସ୍ଥାପନା ଓ ସଂଗୀତ ପରିଚାଳନାରେ ଆଲବମ କଣ୍ଠଶିଳ୍ପୀ ଶୁଭ୍ରସ୍ମିତ ରାଉତଙ୍କ ଗୀତରେ ଦର୍ଶକ ବେଶ୍ ମଜା ନେଇଥିଲେ । ସଂସ୍କୃତି ମଞ୍ଚର ରଜପରୀ ଇତିଶ୍ରୀ ବେହେରା, ସାଇକ୍ରିଷ୍ଣା ପଣ୍ଡା, ଲିପ୍ସିତା ସାହୁ, ଜ୍ୟୋତ୍ସ୍ନାରାଣୀ ତ୍ରିପାଠୀ, ସୋନମ ଜୋହ୍ଲୀ ଖିଲାର, ଜିଜ୍ଞାସା ପ୍ରିୟଦର୍ଶିନୀ ପଣ୍ଡା ସଂଗୀତ ପରିବେଷଣ କରିଥିଲେ । ଗିନିଜ ବୁକ୍ ରେକର୍ଡଧାରୀ ଶୁଭଙ୍କର ଖିଲାର ଦେଶାତ୍ମବୋଧକ ଗୀତକୁ ସ୍କେଟିଂ ମାଧ୍ୟମରେ ପରିବେଷଣ କରି ଦର୍ଶକଙ୍କୁ ଚକିତ୍ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ସଂସ୍କୃତି ମଞ୍ଚକୁ ଶ୍ରେଷ୍ଠ  ସାଂସ୍କୃତିକ ଅନୁଷ୍ଠାନ, ସେକ ନିଜାମଙ୍କୁ କଳାଶ୍ରୀ, ରଜପରି ଇତିଶ୍ରୀ ବେହେରାଙ୍କୁ କଳାଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶେଷ ଆକର୍ଷଣ ଭାବେ କିନ୍ନର ମହାସଂଘ ପକ୍ଷରୁ କରାଯାଇଥିବା ନୃତ୍ୟକୁ ଅତିଥିମାନେ ବେଶ୍ ପ୍ରଶଂସା କରିଥିଲେ । ବିଏସ୍ଏସର  ଚେୟାରମ୍ୟାନ ସଂଜିତ ନାୟକ ସଂପାଦକୀୟ ଅଭବ୍ୟକ୍ତି ରଖିଥିବା ବେଳେ  ବେଳେ ସଂଯୋଜକ ଟୁକୁନା ସ୍ୱାଇଁ ମଞ୍ଚରେ ସଂଯୋଜନା କରିଥିଲେ । ବିଏସ୍ଏସ୍ କର୍ମୀମାନେ  କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିର୍ମଳ ସାର୍ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault