ଉପାନ୍ତ ଅଞ୍ଚଳରେ ନୃତ୍ୟକଳା-ସଞ୍ଜିତାଙ୍କ ପ୍ରୋତ୍ସାହନ ପାଇଁ ଅଭିନବ ଉଦ୍ୟମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ପାରଳାରେ ଅନ୍ତର୍ଜାତୀୟ  ନୃତ୍ୟ-ସଙ୍ଗୀତ ମହୋତ୍ସବ - ୨୦୧୯

ଗୋଟିଏ ମଞ୍ଚରେ କଳା ପରିବେଷଣ କଲେ  ସ୍ଥାନୀୟ, ଦେଶୀ ଓ ବିଦେଶୀ କଳାକାର  

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ- ଭାରତ ସରକାରଙ୍କ ପ୍ରଯୋଜିତ ଜାତୀୟ ଉପସ୍ଥିତି ଯୋଜନାରେ , ଭୁବନେଶ୍ୱର ସ୍ଥିତ ତ୍ରିଧାରା ଏବଂ ସ୍ଥାନୀୟ ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ମିଳିତ ସହଯୋଗରେ  ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ମୁକ୍ତ ଆକାଶ ରଙ୍ଗ ମଞ୍ଚରେ ଅନ୍ତର୍ଜାତୀୟ ନୃତ୍ୟ ଓ ସଙ୍ଗୀତ ମହୋତ୍ସବ ଏବଂ କଳାକେନ୍ଦ୍ରର ପ୍ରଥମ ବାର୍ଷିକତ୍ସୋବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନୀ ଉତ୍ସବରେ ପାରଳା ବିଧାୟକ ସୂର୍ଯ୍ୟା ରାଓ, ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ, ଜାପାନର ବିଖ୍ୟାତ ଚାରୁ ଓ କାରୁକଳା ଶିଳ୍ପୀ ଶ୍ରୀ କୁମାବେ ଏବଂ ତ୍ରିିଧାରାର ନିର୍ଦ୍ଦେଶକ ଗୁରୁ ଡ.ଗଜେନ୍ଦ୍ର ପଣ୍ଡା ଏବଂ କଳାକେନ୍ଦ୍ରର ନିର୍ଦ୍ଦେଶିକା ଡି. ପ୍ରିୟଙ୍କା ପ୍ରମୁଖ ଯୋଗ ଦେଇ ଗୋଟିଏ ମଞ୍ଚରେ ସ୍ଥାନୀୟ କଳାକାର ମାନଙ୍କ ସହ ସୁଦୁର ଭୁବନେଶ୍ୱର, ଦିଲ୍ଲୀ ଓ ଜାପାନର କଳାକାର ମାନଙ୍କ ସହ ନୃତ୍ୟ ସଙ୍ଗୀତ ପରିବେଷଣ କରିବା ଏକ ପରମ ସୌଭାଗ୍ୟର ବିଷୟ  । ଏଭଳି କାର୍ଯ୍ୟକ୍ରମ ଦ୍ୱାରା  ଉପାନ୍ତ ଅଞ୍ଚଳରେ ନୃତ୍ୟକଳା ଉଜ୍ଜ୍ୱୀବିତ ହେବା ସହ ଲୁକାୟୀତ ନୃତ୍ୟକଳା ପ୍ରତିଭା ସବୁ ଉତ୍ସାହିତ ହୋଇ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଓଡିଶା କଳାକେନ୍ଦ୍ରର କଳାକାରମାନଙ୍କ ସମେତ ଜାପାନରୁ ଆସିଥିବା ଦୁଇଜଣ ନୃତ୍ୟଶିଳ୍ପୀ ତିସାତ ମିଉରା ଏବଂ ରିଏ କୁମାକୁରା ଶିବତାଣ୍ଡବ ନୃତ୍ୟ ପରିବେଷଣ କରିଥିବା ବେଳେ ଦିଲ୍ଲୀରୁ ଆସିଥିବା ନୃତ୍ୟ ଶିଳ୍ପୀ ଜ୍ୟୋତି ଶ୍ରୀବାସ୍ତବ କବି ଗୋପାଳକୃଷ୍ଣଙ୍କ ରଚନାରୁ  'ମୁହମୁହିିଁ କିଶୋର ଚନ୍ଦ୍ରମାଙ୍କର ମୋର' ଓଡିଆ ଅଭିନୟ କରିଥିଲେ ଏବଂ ଭୁବନେଶ୍ୱରର ନକ୍ଷତ୍ର ଗୁରୁକୁଳର ଗୋଟିପୁଅ ଓ ନୃତ୍ୟଶିଳ୍ପୀ ମାନେ ମଙ୍ଗଳାଚରଣ, ରାବଣ କୃତ, ସ୍ଥାୟୀ ନୃତ୍ୟ ଅଭିନୟ ଓ ବନ୍ଧ ନୃତ୍ୟ ପ୍ରଭୃତି ପରିବେଷଣ କରିଥିଲେ । ଗୁରୁ ଅତସୀ ମିଶ୍ରଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ନିର୍ଦ୍ଦେଶିକା ଡି. ପ୍ରିୟଙ୍କା 'କି ଶୋଭା ଗୋ  କୁଞ୍ଜେ ମଦନମୋହନ' ଓଡିଆ ଅଭିନୟ ପରିବେଷଣ କରିଥିଲେ । ଗୁରୁ ମନୋଜ କୁମାର ବେହେରାଙ୍କ ନିର୍ଦ୍ଦେଶନାରେ ଜବାହାର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆଦୀବାସୀ ନୃତ୍ୟ ପରିବେଷଣ କରିଥିବା ବେଳେ ଶ୍ରୀ ଜଗନ୍ନାଥ ଓଡିଶୀ କଳାକେନ୍ଦ୍ରର ନୃତ୍ୟଶିଳ୍ପୀ ମାନେ ଲୋକନୃତ୍ୟ ଓ ସମ୍ୱଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାର ପାଞ୍ଚ ଜଣ ବରିଷ୍ଠ ନୃତ୍ୟ ଓ ସଙ୍ଗୀତ ଗୁରୁ ପୁଷ୍ପାବେଣୀ ପଟ୍ଟନାୟକ, ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, ମନୋହର ବେବର୍ତ୍ତା, ଗୁରୁ ରଘୁନାଥ ପାତ୍ର, ଭି. ହିମଗିରିଙ୍କୁ "ଗୁରୁଦେବ ପ୍ରସାଦ" ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୁକ୍ତା ପାତ୍ର ସଂଯୋଜନା କରିଥିବା ବେଳେ ନୃସିଂହ ପ୍ରସାଦ ଚରତି , ଆଦର୍ଶ ଦାସ, ବିଚିତ୍ରା ନନ୍ଦ ବେବର୍ତ୍ତା, ରୁପାଞ୍ଜଳୀ ମହାନ୍ତି, ସୋନାଲି ପାତ୍ର, ବ୍ରଜବନ୍ଧୁ ବେହେରା, ରାଧାପଣ୍ଡା, ବାଳକୃଷ୍ଣ ପାଣିଗ୍ରାହୀ, ତେଜସ୍ୱିନୀ ମହାନ୍ତି, ମୁନା ଓ ହେମନ୍ତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

0
0
0
s2sdefault