ହେଡଲାଇନସ୍:

ସରସ୍ୱତୀ ଶିଶୁମନ୍ଦିରର ୧୦ ବର୍ଷ ପୁର୍ତି ଉତ୍ସବ ସମାରୋହ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ(ଶ୍ରୀକାନ୍ତ ମିଶ୍ର ) ସ୍ଥାନୀୟ ଓଡଗାଁ ବ୍ଲକ ଅନ୍ତର୍ଗତ ବାଉଁଶଗାଡିଆ ସରସ୍ୱତୀ ଶିଶୁ ମନ୍ଦିରର ୧୦ବର୍ଷ ପୁର୍ତ୍ତୀ ସମାରୋହ ପାଳିତ ହୋଇଯାଇଛି । ଅପରାହ୍ନରେ ଅନୁଷ୍ଠାନର ସଭାପତି କର୍ନେଲ ଜୟରାମ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଭାରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ଦୀନବନ୍ଧୁ ତ୍ରୀପାଠୀଙ୍କର ପ୍ରତିମୂର୍ତ୍ତୀ ଉନ୍ମୋଚନ  ଓ ନବନିର୍ମିତ ସ୍କୁଲ ଭବନର ଦିତୀୟ ମହଲାକୁ ଉଦଘାଟନ କରିଥିଲେ । ଏବଂ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସନ୍ଧ୍ୟାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଚନ୍ଦ୍ର ବିଜୟୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଉପ-ସଭାପତି ବିଜୟ କୁମାର ମହାନ୍ତି, ସମ୍ପାଦକ ଚିତରଞ୍ଜନ ତ୍ରୀପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତୀ ଏବଂ କମିଟି ସଦସ୍ୟ  ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

 

0
0
0
s2sdefault