ହେଡଲାଇନସ୍:

ପୁଣ୍ୟତୋୟା ଛାତ୍ରୀ ନିବାସର ବାର୍ଷିକୀ ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) -ବାରିପଦା ସରକାରୀ ମହାବିଦ୍ୟାଲୟର ପୁଣ୍ୟତୋୟା ଚାତ୍ରୀ ନିବାସର ୪୩ ତମ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଅଧ୍ୟକ୍ଷ୍ୟା ଡ. ଜୟନ୍ତୀ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ୍ୟ ପ୍ରଫେସର ରାଜୀବ ଲୋଚନ ପଟ୍ଟନାୟକ ଏବଂ ଡ. ସୁବାସ ଚନ୍ଦ୍ର ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ କର୍ମଚାରୀମାନଙ୍କୁ ଭୂଷୟୀ ପ୍ରଶଂସା କରିବାସହ ପରିବାର ତଥା ପରିବେଶ ସୁରକ୍ଷାରେ ନାରୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂନ୍ନ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ । ଏଥି ସହିତ ନିର୍ଜୀବ ଏବଂ ଜଡ ମଧ୍ୟରେ ଜୀବନ ସତ୍ତା ଥିବା ଏକ ଉଦାହରଣ ମାଧ୍ୟମରେ କହିବାସହ ସତ୍ୟ ଆପେକ୍ଷିକ ଏବଂ ଏହାର ବିଭିନ୍ନ ସ୍ତର ରହିଥିବା କଥା ମଧ୍ୟ ଉଲେଖ କରିଥିଲେ । ଏହି ଅବସରରେ ଛାତ୍ରୀ ନିବାସ ତରଫରୁ ଅନୁଷ୍ଠିତ  ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରଷ୍କୃତ କରିଥିଲେ । ଛାତ୍ରୀ ନିବାସର ଶେଷବର୍ଷ ବିଜ୍ଞାନ ଛାତ୍ରୀ କଳ୍ପନା ପାଟବନ୍ଧାଙ୍କୁ ଶ୍ରେଷ୍ଠ ଅଲରାଉଣ୍ଡର ଓଶ୍ରେଷ୍ଠ ନୃତ୍ୟାଙ୍ଗନାର ଭାବେ ପୁରଷ୍କୃତ କରାଯାଇଥିବାବେଳେ ଆଦ୍ୟାଶା ଦାସଙ୍କୁ ଶ୍ରେଷ୍ଠ  ଅଭିନେତ୍ରୀ ଓ ତନୁଶ୍ରୀ ସାହୁଙ୍କୁ ସହ ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରୀନିବାସର ଅନ୍ତେବାସିନୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସର୍ବପ୍ରଥମେ ଛାତ୍ରୀ ଆଦ୍ୟାସା ଦାସ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସାଧାରଣ ସଂପାଦିକା ସୈାମ୍ୟ ସୁରଚିତା ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ନାଟ୍ୟ ସଂସଦର ସଂପାଦିକା ଐଶ୍ଚର୍ଯ୍ୟା କର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଛାତ୍ରୀ ନିବାସର ସହ ତତ୍୍ୱାବଧାରିକା ଡ. ରୂପଶ୍ରୀ ଗୋସ୍ୱାମୀ , ସଂଘମିତ୍ରା ଦାସ ପ୍ରମୁଖ ପରିଚାଳନା କରିଥିଲେ । ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।

 

0
0
0
s2sdefault