ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଜା-ଆଈ ଓ ଜେଜେମା-ଜେଜେ ବାପା ସମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର )

ଶିଶୁମାନଙ୍କର ବୃଦ୍ଧିରେ ଅଜା-ଆଈ ଓ ଜେଜେମା-ଜେଜେ ବାପାମାନଙ୍କର ଭୁମିକା କିଛି କମ ନୁହେଁ ।  ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ ।  ବାଲ୍ୟବସ୍ଥାରୁ ସେମାନଙ୍କୁ ଲାଳନ ପାଳନ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ବିକାଶରେ ସେମାନଙ୍କ ମନରେ ଭରିରହିଥାଏ ଆନନ୍ଦ । ଏହି ପ୍ରେକ୍ଷାପଟ୍ଟରେ  ପୂଜ୍ୟ ପୂଜାକୁ ସମ୍ମାନ ଜଣାଇ ଗୁରୁବାର  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପୂଜ୍ୟପୂଜା ଅବସରରେ ଅଜା-ଆଈ ଓ ଜେମା-ଜେଜେବାପା ସମିଳନୀର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ  ଜେଜେବାପା, ଜେଜେମାଆ, ଅଜା, ଆଈମାନେ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କୁ ଫୁଲ ଚନ୍ଦନ ଓ ଧୁପଦୀପ ଦେଇ ବନ୍ଦାପନା ସହ ପାଦପୂଜା କରି ସେମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଭକ୍ତି, ଶ୍ରଦ୍ଧା,  ସ୍ନେହ ମମତା ଭିଜା ଏହି କାର୍ଯ୍ୟକ୍ରମ ଏକ ଭାବବିହ୍ୱଳ ବାତାବରଣ ସୃଷ୍ଟି କରିଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ ଓ ଅନୁଷ୍ଠାନର ସଭାପତି ଗୋବିନ୍ଦ ଚନ୍ଦ୍ର ସାହୁ, ସଂପାଦକ ପଦ୍ମନାଭ ପୃଷ୍ଟି ପ୍ରମୁଖ ଯୋଗଦେଇ  ପୂଜ୍ୟପୂଜା ପରମ୍ପରା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ । 

0
0
0
s2sdefault