ହେଡଲାଇନସ୍:

ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ ଉଦୟଗିରି : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରିଠାରେ କୁଇ ଭାଷାଭାଷୀ, ସଂସ୍କୃତି, ପରମ୍ପରାକୁ ସୁରକ୍ଷା ଦେବା ସହ ଭାଇ ଚାରା ବଜାୟ ରଖିବା ପାଇଁ ଉଦୟଗିରି ମହୋତ୍ସଵ ପାଇଁ ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ ଦାବି ହୋଇଛି |  ଘୁ.ଉଦୟଗିରି ବ୍ଲକରେ ବହୁଳ ସଂକ୍ଷକ କୁଇ ଭାଷାଭାଷୀ ବସବାସ କରନ୍ତି | ଏହି ଦାବିନେଇ ନଗର କଂଗ୍ରେସ ଗଗନ କୁମାର ପ୍ରଧାନ ଏବଂ ବ୍ଲକ ସଭାପତି ଟାର୍ଜନ ସାହୁ ଜ଼ିଲ୍ଲାପାଳ ସମେତ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସୂଚନା ଦେଇଛନ୍ତି | ଅଂଚଳବାସୀଙ୍କ ଦାବୀକୁ ସମର୍ଥନ ଜଣାଇ ସ୍ଥାନୀୟ ବିଧାୟକ ଜାକବ ପ୍ରଧାନ ଜ଼ିଲ୍ଲାପାଳଙ୍କୁ ଉଦୟଗିରି ମହୋତ୍ସବ କରିବା ପାଇଁ ପତ୍ର ମାଧ୍ୟମରେ ଜଣାଇଥିବା  ଘୁ ଉଦୟଗିରି କଂଗ୍ରେସ ପକ୍ଷରୁ କୁହା  ଯାଇଛି |  ଏହି ମେଳା ହେବା ଦ୍ୱାରା କଳା ସଂସ୍କୃତି ଭାଷା ପରମ୍ପରା ଇତ୍ୟାଦିର ସୁରକ୍ଷା ଏବଂ ଭାଇ ଚାରା ସୃଷ୍ଟି ହେଇ ପାରିବ ବୋଲି ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି | 

 

0
0
0
s2sdefault