ହେଡଲାଇନସ୍:

ମହାତ୍ମା ଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର 4 ର୍ଥ ବାର୍ଷିକ ଉତ୍ସବ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ ଜିଲ୍ଲା ଗୁଣପୁର ମହାତ୍ମା ଗାନ୍ଧୀ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର 4 ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣପୁର ତହସିଲଦାର ନମ୍ରତା ମୋଦୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ବିଦ୍ୟାଭୂଷଣ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଦର୍ଶ ବିଦ୍ୟାଳୟ ର ପ୍ରିନ୍ସିପାଲ ଶଶାଙ୍କ ଶେଖର ଚୌଧୁରୀ ବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ର ସଭାପତି ବ୍ରଜ ସୁନ୍ଦର ପାଢୀ, ସମ୍ପାଦକ ରାଜୀବ ସେନାପତି, ନିର୍ଦ୍ଦେଶକ ଦିଲ୍ଲୀପ ରାଜଗୁରୁ ମହାପାତ୍ର, ଅଧ୍ୟକ୍ଷ ବାଣୀ ପ୍ରସାଦ ନାୟକ ଏବଂ କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ରଥ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷୟତ୍ରି ମହିତା ପାଣି ଅତିଥିମାନଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀଙ୍କୁ ନେଇ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ରିନା ପାଲ ଓ ଅମିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

 

 

 

 

0
0
0
s2sdefault