ହେଡଲାଇନସ୍:

ରାଜବୋଡାସମ୍ବର ଧନୁଯାତ୍ରା:କୄଷ୍ଣ ବଳରାମଙ୍କୁ ଆଣିବା ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ପଞ୍ଚମ ଦିନରେ ମହାରାଜ କଂସଙ୍କ ସ୍ବପ୍ନରେ ଶ୍ରୀକୃଷ୍ଣ ଙ୍କୁ ଦେଖିଥିଲେ । ଶ୍ରୀକୃଷ୍ଣ ଙ୍କୁ କିପରି ମଥୁରା ନଗରୀ କୁ ଆଣିହେବ ସେଥିପାଇଁ  ଧନୁଯାତ୍ରାର ଆୟୋଜନ କରି ଅକ୍ରୁରଙ୍କୁ ଗୋପପୁର ପ୍ରେରଣ କରିଥିଲେ । ଗୋପପୁରରେ ଗୋପିମାନଙ୍କ ଦହି ବିକ୍ରୟ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।  ସନ୍ଧ୍ୟାରେ ମହାରାଜାଙ୍କ ଆଦେଶ କ୍ରମେ ରଙ୍ଗ ସଭା ଅନୁଷ୍ଠିତ ହୋଇଥିଲା। ଏହି ରଙ୍ଗ ସଭାରେ ବରଗଡ଼ରୁ ଆସିଥିବା କଳାଜୀବୀ  ଅନୁଷ୍ଠାନର ସଦସ୍ୟମାନେ ଲୋକନୃତ୍ୟ ପରିବେଷଣ କରିଥିଲେ । ପଞ୍ଚମ ଦିନ ସନ୍ଧ୍ୟାରେ ରାଜ ଅତିଥି ଭାବରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ, ନାଟ୍ୟକାର ଅଶୋକ ବହିଦାର, ଅଧ୍ୟାପକ କୄଷ୍ଣ ମହୋହନ ପଣ୍ଡା ଓ ବିଷ୍ଣୁପ୍ରସାଦ ବାଜପେୟୀ ଯୋଗଦେଇଥିଲେ। ଦର୍ଶକ ମାନଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ମୀନା ବଜାର, ସର୍କସ ଆଦିର ବ୍ୟବସ୍ଥା କରାଯାଇଛି |

0
0
0
s2sdefault