ହେଡଲାଇନସ୍:

ରାଜବୋଡାସମ୍ବର ଧନୁଯାତ୍ରା:ପୁତନାର ନିଧନ ପରେ ଅଷ୍ଟମଲ୍ଲ ଓ କାଳିୟ ଦଳନ ପ୍ରେରଣ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର କେର୍ମେଲାବାହାଲ ଠାରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ପୁତନାକୁ କୄଷ୍ଣ ଓ ବଳରାମଙ୍କ ଦ୍ବାରା ବଧ ।ପୁତନାର ନିଧନରେ ମହାରାଜ କଂସ ମର୍ମାହତ ହୋଇପଡିଛନ୍ତି ଓ ଗୋପପୁର କୁ ଅଷ୍ଟମଲ୍ଲ ଓ କାଳିୟ ଦଳନ ସର୍ପକୁ ପ୍ରେରଣ କରିଛନ୍ତି।  ସନ୍ଧ୍ୟାରେ ମହାରାଜାଙ୍କ ଆଦେଶ କ୍ରମେ ରଙ୍ଗ ସଭା ଅନୁଷ୍ଠିତ ହୋଇଥିଲା।ଏହି ରଙ୍ଗ ସଭାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଜ ଅତିଥି ଭାବରେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ ଓ ବିରଞ୍ଚି ନାୟକ ଯୋଗଦେଇଥିଲେ। ଦର୍ଶକ ମାନଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ମୀନା ବଜାର, ସର୍କସ ଆଦିର ବ୍ୟବସ୍ଥା କରାଯାଇଛି । ହରି ସାହୁ, ଜୟକୃଷ୍ଣ ସାହୁ,ଦୁଷ୍ମନ୍ତ କାଲୋ,ରଜନୀ ସାହୁ,ଜୟଦେବ ବଡ଼ଗୁଛିଆ,ସଞ୍ଜିବ ସାହୁ,ବିଜୁ ବିଶି,ବିକି ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault