ହେଡଲାଇନସ୍:

"ତତେ ମାରିବ ଯିଏ , ଗୋପରେ ବଢୁଛି ସିଏ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜବୋଡାସମ୍ବର ଧନୁଯାତ୍ରା:କଂସକୁ ଦୈବବାଣୀ ଓ ଉଗ୍ରସେନ ଗାଦିଚ୍ୟୁତ ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ଦ୍ବିତୀୟ ସନ୍ଧ୍ୟାରେ ରାଜଦରବାରରେ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ ଯୁବରାଜ କଂସଙ୍କ ସିଂହାସନ ଆରୋହଣ ,ମହାରାଜ କଂସଙ୍କ ଆଦେଶରେ ଦେବକୀ ଓ ବସୁଦେବ ଙ୍କୁ କାରାଗାର ରେ ବନ୍ଦୀ କରି ରଖିବା ଦୄଶ୍ୟ ଅଭିନିତ ହୋଇଥିଲା ।ବିଜୁଳି କନ୍ୟାର ଦୈବବାଣୀ "ତତେ ମାରିବ ଯିଏ , ଗୋପରେ ବଢୁଛି ସିଏ " ଏହା ଶୁଣି କଂସ ବିଚଲିତ ହୋଇ ଦେବକୀଙ୍କ ଷଡ଼ପୁତ୍ରକୁ ନିଧନ କରିଥିଲେ । ପରେ ପୁତନାକୁ ଗୋପପୁର ପ୍ରେରଣ ଆଦି ଦୄଶ୍ୟ ଦରବାରରେ ଖୋଳାମଞ୍ଚରେ ପ୍ରଦର୍ଶିତ ହୋଇଥିଲା । ଦ୍ବିତୀୟ ସନ୍ଧ୍ୟାରେ ରାଜ ଅତିଥି ଭାବରେ ପାଇକମାଲ ବ୍ଳକ ଅଧ୍ୟକ୍ଷ ଅଲତାଫ ମହମ୍ମଦ,ଅଧ୍ୟାପକ ସୁଶାନ୍ତ ମିଶ୍ର,ଡା ଶଙ୍କର ରାମଚନ୍ଦାନୀ ପ୍ରମୁଖ ଯୋଗଦେଇଥିଲେ । ଦର୍ଶକମାନଙ୍କ ମନୋରଞ୍ଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ମୀନା ବଜାର, ସର୍କସ ଆଦିର ବ୍ୟବସ୍ଥା କରାଯାଇଛି ।

0
0
0
s2sdefault