ସରିଲା କଂସଙ୍କ ରାଜୁତି,ପୁଣି ଅପେକ୍ଷା ଆର ବରଷକୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଂସ ନିଧନ,ଉଗ୍ରସେନଙ୍କ ରାଜ୍ୟାଭିଷେକ

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ସ୍ଥିତ ଗାଇସିଲେଟ ବ୍ଲକର ତାଲପାଲି ଠାରେ ଦୀର୍ଘ ଏଗାର ଦିନର କଂସରାଜାଙ୍କ ରାଜୁତିରେ ପୂର୍ଣ୍ଣଚ୍ଛେଦ ପଡିଛି ।କଂସ ନିଧନ ସହ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଶେଷ ହୋଇଯାଇଛି।ନୀରବି ଯାଇଛି ରାଜଦରବାର ।ଅପସରି ଯାଇଛି ନାଟ୍ଯାଭିନୟ ।ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା ହୋଇ ମହାରାଜ ଉଗ୍ରସେନଙ୍କ ହୋଇଛି ରାଜ୍ୟାଭିଷେକ।ଧନୁଯାତ୍ରା ମହୋତ୍ସବର ଶେଷ ରଜନୀରେ ନାଟ୍ଯାଭିନୟକ୍ରମରେ କୃଷ୍ଣ ବଳରାମ ମଥୁରା ଭ୍ରମଣ କରିଥିଲେ।ସେମାନଙ୍କ ଅଲୌକିକ ଶକ୍ତି ସମ୍ପର୍କରେ ଗୁପ୍ତଚର ମାନଙ୍କଠାରୁ ଜାଣି ମହାରାଜ ପୁଣି ସେହି ଦୈବବାଣୀକୁ ମନେପକେଇ ଇତସ୍ତିତ ହୋଇପଡିଥିଲେ।ଅସ୍ଥିର,ବିଚଳିତ ହୋଇ ପଡିଥିଲେ ମହାରାଜ କଂସ।ମାତ୍ର ତାଙ୍କୁ ଆଶ୍ବାସନା ଦେବାପାଇଁ ମହାମନ୍ତ୍ରୀ ଶକ୍ରାଜିତ,ସେନାପତି ହଂସଧ୍ବଜ,ଚାଣୁର ମୁଣ୍ଟିକ ଏବଂ ମଲ୍ଲବୀରେ ନିଜନିଜ ବଳ ପରାକ୍ରମ ବଖାଣି ମହାରାଜଙ୍କ ଆଦେଶ ପାଇବା ମାତ୍ରେ କୃଷ୍ଣ-ବଳରାମଙ୍କ ବଧ କରିବେ ବୋଲି କହିଥିଲେ।ମହାରାଜ କଂସ ଏହି ଆଶ୍ବାସନା ବାଣୀ ଶୁଣି ଆଶ୍ବସ୍ତି ଅନୁଭବ କରିଥିଲେ।ମନର ଦ୍ବନ୍ଦକୁ ପାସୋରିବାପାଇଁ ମହାରାଜ ସୁରାପାନ ସହ ନୃତ୍ୟଗୀତର ଆସରରେ ମସଗୁଲ ରହିଥିଲେ।ଦୃଶ୍ୟଭିନୟ କ୍ରମରେ କୃଷ୍ଣ-ବଳରାମ ମଥୁରା ଭ୍ରମଣପରେ କଂସ ଦରବାର ଅଭିମୁଖେ ଆସିଥିଲେ।ବାଟ ଓଗାଳିଥିବା କୁବଳୟା ହସ୍ତୀକୁ ବଧ କରିବା ପରେ  ଘୋମାଘୋଟ ଯୁଦ୍ଧକରି ଅଷ୍ଟମଲ୍ଲ ନିହତ କରିଥିଲେ।ଏହାପରେ ବ୍ୟସ୍ତବିବ୍ରତ ହୋଇପଡିଥିଲେ ମହାରାଜ କଂସ।କୃଷ୍ଣ-ବଳରାମ ଶିବଧନୁ ଭାଙ୍ଗିବାପରେ ଉଠି ଆସିଥିଲେ ରାଜ ଦରବାର ଉପରକୁ ସେମାନଙ୍କୁ ଦେଖି ମହାରାଜ କଂସଙ୍କର ଶକ୍ତି କ୍ରମଶଃ କ୍ଷୟ ହେବାକୁ ଲାଗିଥିଲା।ସେ ନିଜକୁ ଅସହାୟ ମନେ କରିଥିଲେ।ମାମୁଁ ଭଣଜାଙ୍କ ସମରରେ ମାମୁଁ କଂସ ହୋଇଥିଲେ ଧରାଶାୟୀ।ଦରବାର ତଳକୁ ଗଡିପଡି ନିହତ ହୋଇଥିଲେ।

ଜୀବନ ଯିବା ପୂର୍ବରୁ ମହାରାଜ କହିଥିଲେ-

    "ବସୁଦେବଂ ସୁତଂ ଦେବଂ କଂସ ଚାଣୁର ମର୍ଦ୍ଧନଂ

     ଦେବକୀ ପରମାନନ୍ଦଂ କୃଷ୍ଣ ବନ୍ଦେ ଜଗତ୍ ଗୁରୁ"

ଆଜିର ଏହି ଉଦଯାପନି ଉତ୍ସବରେ ଅତିଥି ଭାବରେ କମିଟିର ସମସ୍ତ ସଦସ୍ୟ ଓ ଶାସକ ପ୍ରଶାସକ ସାପ୍ତାହିକ ଖବର କାଗଜର ଗାଇସିଲେଟ ବ୍ଲକ ପ୍ରତିନିଧି  କେଦାର ନାଥ ସାହୁ ମଞ୍ଚାସୀନ ହୋଇ ଏଗାର ଦିନ ଧରି ଚାଲିଥିବା ଏହି ବୋଡାସମ୍ବର ଧନୁଯାତ୍ରା ମହୋତ୍ସବକୁ ଖବର ମାଧ୍ୟମରେ ପ୍ରଚାର ଓ ପ୍ରସାର ପାଇଁ ମହାରାଜ କଂସଙ୍କ ପ୍ରିୟଭାଜନ ହୋଇ ପାରିଥିଲେ।ଦୀର୍ଘ ଏଗାର ଦିନଧରି ଏହି ବୋଡାସମ୍ବର ଧନୁଯାତ୍ରା ମହୋତ୍ସବରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା ମହାରାଜ କଂସ ସମେତ ସମସ୍ତ କଳାକାର ମାନଙ୍କୁ କମିଟିର ପୂର୍ବତନ ସଭାପତି ତଥା ତାଲପାଲି ଗୌନ୍ତିଆ ୰ପ୍ରଫୁଲ୍ଲ ସାହୁଙ୍କ ସ୍ମୁତିରେ ତାଙ୍କ ପୁତ୍ର ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ ଟ୍ରଫି,ମାନପତ୍ର ଏବଂ ଉପଢକନ ଦେଇ ସମ୍ମାନୀତ କରିଥିଲେ।

0
0
0
s2sdefault