ହେଡଲାଇନସ୍:

ସ୍ୱର ଓ ଆଂଗୁଳିର ଯାଦୁରେ ଶ୍ରୋତା ହୁଅନ୍ତି ବିଭୋର : ସମସ୍ତଙ୍କ ମୁହଁରେ ବାଃ ମୂଖୀରାମ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

କୋମନା (ଭାଗିରଥି ଭୋଇ): ଗାଁ ଗଣ୍ଡାରେ ସମ୍ବଲପୁରୀ ବାଦକ ତଥା ଗାୟକ କଥା ମନେ ପଡିଲେ ଆଗ ମନେ ପଡନ୍ତି ମୁଖିରାମ ତାଣ୍ଡି । ତାଙ୍କ ଆଙ୍ଗୁଳି ଚାଳନାରେ ସତେ ଯେମତି ଭରି ରହିଛି ଯାଦୁ । କେତେ ବେଲେ ସମ୍ବଳପୁରୀ ତ କେତେ ବେଲେ  ଦଣ୍ଡ ବାଦ୍ୟରେ ବିଭୋର କରନ୍ତି ଦର୍ଶକଙ୍କୁ । ନିଜେ ଗାୟକ ନିଜେ ବାଦକ । ଘର ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁ ଗ୍ରାମରେ । ପରିବାର କହିଲେ ପିତା କବି ତାଣ୍ଡି,ମା,ଭଉଣୀ,ଭାଇ ବେଦବର ଓ ଗୁଣସାଗର । ଛୋଟ ବେଲୁ ଶାରିରୀକ ଅକ୍ଷମତା ର ଶିକାର ହୋଇଥିଲେ ଦୁଇ ଭାଇ ମୁଖିରାମ ଓ ବେଦବର । ମୁଖିରାମଙ୍କ ଆଖିକୁ ଦେଖା ଯାଉନଥିବା ବେଲେ ବେଦଙ୍କ ମଧ୍ୟ ଗୋଟିଏ ଗୋଡ ବଙ୍କା ହୋଇଯାଇଛି । ଗରିବ ପରିବାର ହେତୁ ଦୁଇ ପୁଅ ର ଚିକିତ୍ସା କରିପାରି ନ ଥିଲେ ବାପା କବି । କିନ୍ତୁ ଜୀବନ ର ଏହି ପରିସ୍ଥିତି ରେ ହାର ମାନିନଥିଲେ ସେ । ଛୋଟ ବେଲୁ ବାଜା ବଜାଇବାର ନିଶା ପାଇଁ  ଆଜି ସେ ସମସ୍ତ ପାଖରେ ସେ ବେଶ ପରିଚିତ । ଯେଉଁଠି ହେଉଠି ହେଉନା କାହିଁକି ଆରମ୍ଭ କରିଦିଅନ୍ତି ବାଜା ବଜାଇବା । ପ୍ରଥମେ ଗାଁ ଗାଁରେ ବାଜା ବଜାଉଥିବା ବେଲେ ଏବେ ସେ ଟ୍ରେନରେ ବଜା ବଜାଉଥିବାର ଦେଖିବାକୁ ମିଲେ । ଡଙ୍ଗର ତଳେ ରସରକେଳି,ସୁରୁ ନନୀ ଲାଏବାନ, ରାଧା ମାଇଁ,ଦଣ୍ଡ ନୃତ୍ୟ ଭଲି ଗୀତରେ ସେ ଯେବେ ବାଜା ବଜାନ୍ତି ଦେଖୁଥିବା ଦର୍ଶକ ଆଉ ରହି ପାରନ୍ତିନି । କିଏ ନାଚୁଥିଲା ବେଲେ କିଏ ଖୁସିରେ ପଇସା ବଢାଇ ଦିଅନ୍ତି । କିଛି ଲୋକ ତାଙ୍କ ବାଜା ବଜାଉ ଦୃଶ୍ୟ କୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରୁଥିବା ଦେଖିବାକୁ ମିଲୁଛି । ସରକାରୀ ସୁବିଧା ସୁଯୋଗ କହିଲେ କଳାକାର ଭତ୍ତା ମିଲୁଥିବା କହନ୍ତି ବାପା କବି  । ମୁଖିରାମଙ୍କୁ ଆହୁରି ସରକାରୀ ସହାୟତା ଯୋଗାଇବା ସହିତ ରାଜ୍ୟସ୍ତରରେ କଳା ପ୍ରଦର୍ଶନ ର ସୁଯୋଗ ମିଲିଲେ ନିଜର କଳାକୁ ଲୋକଲୋଚନକୁ ଆଣି ପାରିବେ ବୋଲି କହନ୍ତି ଗ୍ରାମବାସୀ ।  

 

0
0
0
s2sdefault