ହେଡଲାଇନସ୍:

ତୄତୀୟ ରାଜବୋଡାସମ୍ବର ଧନୁଯାତ୍ରା ଉଦଘାଟିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ରବିବାର ଦିନ ତୄତୀୟ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି ।ପଲସଦା ଏବଂ କେର୍ମେଲାବାହାଲ ପଞ୍ଚାୟତ ଓ ପଡୋଶୀ ଗ୍ରାମବାସୀଙ୍କ ମିଳିତ ସହଯୋଗ କ୍ରମେ ଅନୁଷ୍ଠିତ ଯାତ୍ରା ପାଇଁ ୩ତାରିଖ ସକାଳ ୧୦ଟାରେ ଡୁଙ୍ଗୁରିପାଲି ଠାରୁ ଗୋପପୁର କେର୍ମେଲାବାହାଲ ପର୍ଯ୍ୟନ୍ତ ଦୁଇଶହ ମହିଳା କଳସ ଶୋଭାଯାତ୍ରା କରିଥିଲେ । ସନ୍ଧ୍ୟାରେ ଉଗ୍ରସେନ ମହାରାଜାଙ୍କ ଦିଗବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସନ୍ଧ୍ୟା ୭ଟାରେ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ କରକମଳରେ ଆନୁଷ୍ଠାନିକ ଭାବେ ରାଜଦରବାର ତଥା ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଥିଲା । ଏହି ଉଦଘାଟନୀ ଉତ୍ସବରେ ଚିତ୍ତରଞ୍ଜନ ପ୍ରଧାନ, ଗୋବିନ୍ଦ ନାଗ,ଜ୍ୟୋତ୍ସ୍ନା ଲୁହାର,ମହେନ୍ଦ୍ର ସାହୁ,ପିତାମ୍ବର ସାହୁ, ଯୁଗଲ ସାହୁ, ଧବଲେଶ୍ବର ସାହୁ ଓ  ଭିଷ୍ମଦେବ ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜୟଦେବ ବଡ଼ଗୁଛିଆ,ବିଜୁ ବିଶି,ହରି ସାହୁ, ଦୁଷ୍ମନ୍ତ କାଳୁ,ଜୟକୃଷ୍ଣ ସାହୁ, ପ୍ରଶାନ୍ତ ସାହୁ, ସୂରଜ ସାହୁ, ସଂବିତ ସାହୁ, ନିରୋଜ ସାହୁ, ବିଜୟ ସାହୁ,ରଜନୀ ସାହୁ, କାନ୍ତିଲାଲା ଲୁହାର ଓ ବିକି ସାହୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault