ହେଡଲାଇନସ୍:

ଅକୃରଂକ ସହ ମଥୁରା ମୁହାଁ କୃଷ୍ଣ ବଳରାମ : ଲୁହରେ ଭିଜିଲା ଗୋପପୁର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲେଟ/କେଦାର ନାଥ ସାହୁ:ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିରେ ଅନୁଷ୍ଠିତ ୩୫ତମ ଧନୁଯାତ୍ରା ଆଜି ଦଶମ ଦିନରେ ଅବତୀର୍ଣ୍ଣ ହୋଇଛି। ଆଜି ଥିଲା ଗୋପପୁର ପାଇଁ ଶୋକର ଦିନ। କଂସାସୁରଙ୍କ ଆଦେଶରେ ବୃଦ୍ଧମନ୍ତ୍ରୀ ଅକୃର ଏକ ସୁସଜ୍ଜିତ ରଥରେ ଗୋପପୁର ପହଞ୍ଚିଥିଲେ। ଯମୁନା କୂଳରେ କୃଷ୍ଣଙ୍କ ପାଦଚିହ୍ନ ଦର୍ଶନ କରିଥିଲେ ଅକୃର।ଏକ ସାସ୍କୃତିକ ଶୋଭାଯାତ୍ରାରେ ଅକ୍ରୁରଙ୍କୁ ଦୀର୍ଘ ଏଗାର ଦିନ ପାଇଁ ଗୋପପୁରରେ ପରିଣତ ହୋଇଥିବା ଖୁଣ୍ଟପାଲି ଗ୍ରାମରେ ନଗର ପରିକ୍ରମା କରାଯାଇଥିଲା।କୃଷ୍ଣ ବଳରାମଙ୍କୁ ଗୋପପୁରକୁ ନେବାପାଇଁ ଆସିଥିବାର ଚିଠାଉ ଅକୃରଠାରୁ ଦେଖିବା ପରେ ଭାବ ବିଭୋର ହୋଇ ପଡିଥିଲେ ମାତା ଯଶୋଦା ବାଶଲ୍ୟ ମମତାକୁ ବାହୁନି ବାହୁନି ନୟନ ଜୁଗଳରୁ ଗଡି ପଡିଥିଲା ଅଶ୍ରୁ।ମାତା-ପୁତ୍ର ମଧ୍ୟରେ ବିତିଥିବା ଅଭୁଲା ସୃତି ଝଲସି ଉଠୁଥିଲା ନନ୍ଦ ଯଶୋଦାଙ୍କ ନୟନ ଜୁଗଲେ। ଗୋପିକା ବଲ୍ଲଭ ଶ୍ରୀକୃଷ୍ଣଙ୍କୁ ଦୂରେଇ ଦେବାକୁ  ଚାହୁଁନଥିଲେ ଗୋପପୁରବାସୀ। ଯଶୋଦାଙ୍କ ନିକଟେ କୃଷ୍ଣଙ୍କ ଅଭିଯୋଗ କରୁଥିବା ଗୋପିମାନେ ଆଜି କୃଷ୍ଣଙ୍କ  ମଥୁରା ଗମନରେ ମ୍ରିୟମାଣ ହୋଇପଡିଥିଲେ। ବନ୍ଧୁ, ବାନ୍ଧବ,ସଖା ପରିଜନ ,ଗୋପପୁର ବାସୀ ଏବଂ ମାନିନି ରାଧାଙ୍କ ଠାରୁ ମେଲାଣି ନେଇଁଛନ୍ତି କୃଷ୍ଣ ବଳରାମ ବେନିଭାଇ।

ଆଜିର ଏହି ନାଟ୍ୟାଭିନୟରେ କୃଷ୍ଣ ଭୂମିକାରେ ବୁଲୁ ନାୟକ,ବଳରାମ ବିବେକ ମାଝି,ନନ୍ଦରାଜା ଭୂମିକାରେ ତେଜରାଜ ନାୟକ,ରାଧା ଭୂମିକାରେ ପିଙ୍କି ବାଗ ଏବଂ ବୃଦ୍ଧମନ୍ତ୍ରୀ ଅକୃର ଭୂମିକାରେ ସୁନାମଧନ୍ଯ କଳାକାର ବିରଥ ଭୋଇ ରୋମାଞ୍ଚକର କଳାପ୍ରଦର୍ଶନ କରିଥିଲେ।

0
0
0
s2sdefault