ହେଡଲାଇନସ୍:

  ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କୋମନାରୁ ଭାଗିରଥି ଭୋଇ : କୋମନା ବ୍ଲକ ଝଗ୍ରାହୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ,ବ୍ଲକ ଶିକ୍ଷା ଅଧିକାରୀ ରେସମଲ ନାଏକ ସମ୍ମାନିତ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ନୂଆପଡ଼ା ଜିଲ୍ଲାର ଟ୍ରେଜେରୀ  ଅଫିସର  ସଂଗ୍ରାମ କେଶରୀ ସାମନ୍ତରାୟ ଯୋଗ ଦେଇଥିଲେ । ପ୍ରଥମେ ମାତା ସରସ୍ବତୀ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ପୂଜାର୍ଚନା କରାଯିବା  ସହ ସଭା କାର୍ଯ୍ୟ ପରିଚାଳନା କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବ ଶେଷରେ ବିଜ୍ଞାନ ଶିକ୍ଷକ ରାଜେନ୍ଦ୍ର ସୁନାନି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault