ହେଡଲାଇନସ୍:

ମଥୁରାର ରାଜ ଦରବାରରେ ରଙ୍ଗ ସଭା ଅନୁଷ୍ଠିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ସପ୍ତମ ଦିନରେ ଅବତୀର୍ଣ୍ଣ ହୋଇଛି। ସବୁଦିନପରି ଆଜିମଧ୍ୟ ମଞ୍ଚରେ ତାଲପାଲି ଗ୍ରାମର ଇଷ୍ଟ ଦେବୀ ମାଁ ଘାଟଘୋସିଏନଙ୍କ ପୂଜା କରାଜିବା ସହ ଗାୟକ ଚୈତନ୍ଯ ସେଠଙ୍କ ଦେବୀ ବନ୍ଦନାରେ ବାଜି ଉଠିଥିଲା ଶୋହଳ ଭରଣି।

ଗୋଟି ଗୋଟି କରି କୁଟ ଚକ୍ରାନ୍ତ ବିଫଳ ହେଉଥିବାରୁ ତ୍ରୀପୁର ବିଜୟୀ ମହାରାଜ କଂସ ଇତସ୍ତିତ ହୋଇପଡିଛନ୍ତି।ମାୟାବି ମାନଙ୍କ ସମସ୍ତ ମାୟା ଜାଳ ଭଗବାନ କୃଷ୍ଣ ଏବଂ ବଳରାମଙ୍କ ସମ୍ବୁଖରେ ଫିକା ପଡିଯାଉଛି।ଅଧର୍ମ ଆଗରେ ଧର୍ମର ହଉଛି ଜୟ।ପୁତନା, ଅଷ୍ଟମଲ୍ଲ,ତୃଣା,ଷଣ୍ଢା ଏବଂ କାଳୀୟ ନାଗର ନିଧନରେ ମଧୁରା ରାଜ ଦରବାରରେ ଖେଳିଯାଇଛି ଶୋକର ଛାୟା।ଆଜି ମହାରାଜ ରାଜଦରବାରରେ ରଙ୍ଗ ସଭାର ଆୟୋଜନ କରିଥିଲେ।ବିଭିନ୍ନ ରାଜ୍ୟରୁ ଆସିଥିବା ରାଜାମାନେ ତାଙ୍କ ଶକ୍ତି ଓ ସାମର୍ଥ୍ୟର ପରାକାଷ୍ଠା ପ୍ରଦର୍ଶନ କରିବାସହ କୃଷ୍ଣ ବଳରାମଙ୍କୁ ନିଧନ କରିବାପାଇଁ କିପରିଭାବେ ସାହାଯ୍ୟ କରିପାରିବେ ତାର ବର୍ଣ୍ଣନା କରିଥିଲେ।ଦୂର ଦୂରାନ୍ତର ରାଜ୍ୟରୁ ନିମନ୍ତ୍ରଣ ପାଇ ଆସିଥିବା ସମସ୍ତ ରାଜା ମାନଙ୍କ ମନେରଞ୍ଜନ ପାଇଁ ସ୍ବର୍ଗରୁ ଆସିଥିବା ରମ୍ଭା,ମେନକା ଓ ଉର୍ଭଶି ମାନଙ୍କୁ ତାଙ୍କ ଋଣୁଝୁଣୁ ନୃତ୍ୟରେ ସମସ୍ତଙ୍କୁ ବିମୁଗ୍ଧ କରିବାପାଇଁ ଆଦେଶ ଦେଇଥିଲେ।ଆଜିର ଏହି ରଙ୍ଗସଭା କାର୍ଯ୍ୟକ୍ରମରେ ଦେଶର

ମଳୟ ପୁରର ରାଜା ନିର୍ବାତକବଚ ଅଭିନୟରେ ଭଗବାନ ମେହେର, ମଗଧ ରାଜ୍ୟର ରାଜା ଜରାସନ୍ଧ ଭୂମିକାରେ  ତେଜରାଜ ସାଜ,  ଶଙ୍କଟା ସୁର ଅଭିନୟରେ ଜୁବରାଜ ପ୍ରଧାନ  କର୍ନାଟକର ରାଜା ଚିତ୍ରସେନ ଅଭିନୟରେ ଟିକେଶ୍ବର ସାହୁ ପ୍ରମୁଖ କଳା ପ୍ରଦର୍ଶନ କରିଥିଲେ

 

0
0
0
s2sdefault